Three lipped Spider: ୩ ଓଠର ବୁଢିଆଣି! ଚାଲିବା ବଦଳରେ ଗୋଡ଼ରେ କରେ ସଫା

49 minutes ago 1
ARTICLE AD BOX

ନୂଆଦିଲ୍ଲୀ:  ବୁଢିଆଣି ନାଁ ଶୁଣିଲେ ଅନେକଙ୍କ ଦେହରେ ଛନକା ପଶିଯାଏ। କିନ୍ତୁ କେବେ ୩ଟି ଓଠ ଥିବା ବୁଢିଆଣି ବିଷୟରେ ଶୁଣିଛନ୍ତି କି? ନା ଏମିତି ବୁଢିଆଣି, ଯାହାର ଗୋଡ଼ ଚାଲିବା ପାଇଁ ନୁହେଁ, ବରଂ ନିଜ ଶରୀର ସଫା କରିବା ପାଇଁ ବ୍ୟବହାର ହୁଏ! ସମୁଦ୍ରର ଗଭୀର ଅନ୍ଧକାର ଭିତରୁ ଏଭଳି ଦୁଇଟି ଅଦ୍ଭୁତ ବୁଢିଆଣି ପ୍ରଜାତିକୁ ଖୋଜି ବାହାର କରିଛନ୍ତି ବୈଜ୍ଞାନିକ। ଯାହାର ଗଠନ ଓ ଜୀବନଶୈଳୀ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାନାଡାର ବୈଜ୍ଞାନିକମାନେ ୨୦୨୩ ସେପ୍ଟେମ୍ବରରୁ ୨୦୨୪ ଅଗଷ୍ଟ ମଧ୍ୟରେ ସ୍କୁବା ଡାଇଭିଂ ଜରିଆରେ ସମୁଦ୍ରର ଗଭୀରରେ ଏହି ଦୁଇ ନୂଆ ସମୁଦ୍ରୀୟ ବୁଢିଆଣି  ପ୍ରଜାତିକୁ ଠାବ କରିଛନ୍ତି। ଆମେରିକାର ୱାଶିଂଟନ୍ ଓ କାନାଡାର ବ୍ରିଟିଶ କଲମ୍ବିଆ ମଧ୍ୟରେ ଥିବା ସାଲିଶ ସାଗରର ପ୍ରାୟ ୫୯ ଫୁଟ ଗଭୀରରୁ ଏହି ବିରଳ ଜୀବମାନେ ମିଳିଛନ୍ତି।

Russia Warns: କାଲିନିନଗ୍ରାଡ ବିରୋଧରେ ହସ୍ତକ୍ଷେପ ମହଙ୍ଗା ପଡ଼ିବ: ନାଟୋକୁ ପୁଟିନଙ୍କ ଧମକ

 ପ୍ରଥମ ପ୍ରଜାତିର ନାମ ରଖାଯାଇଛି କ୍ୟାଲିପାଲେନ୍ ପିଲୋସସପେଡେସ। ଏହି  ବୁଢିଆଣି  ସବୁଠାରୁ ବଡ଼ ବିଶେଷତା ହେଉଛି ଏହାର ତିନୋଟି ଓଠ। ଲାଲ ଆଖି ଓ ତ୍ରିକୋଣ ଆକୃତିର ମୁହଁ ପାଖରେ ଥିବା ୩ ଓଠ ଏହାକୁ ଅନ୍ୟ ବୁଢିଆଣିଠାରୁ ଭିନ୍ନ କରିଛି। ଏହାର ଗୋଡ଼ରେ କଙ୍ଗା ଭଳି ବଙ୍କା କଣ୍ଟା ଥାଏ। ଆଶ୍ଚର୍ଯ୍ୟର କଥା ହେଉଛି, ଏହାର କିଛି ଗୋଡ଼ ଚାଲିବା ପାଇଁ ନୁହେଁ। ବରଂ ଏହି ଅଙ୍ଗଗୁଡ଼ିକୁ ‘ଓଭିଜର୍ସ’ କୁହାଯାଏ, ଯାହାଦ୍ୱାରା  ବୁଢିଆଣି ନିଜ ଶରୀରକୁ ସଫା କରିଥାଏ। ଦ୍ୱିତୀୟ ପ୍ରଜାତିର ନାମ ଟାନିଷ୍ଟାଇଲମ୍ କିଇକ୍ସିନ୍। ଏହି ବୁଢିଆଣିର ଆଖି କଳା ରଙ୍ଗର ହୋଇଥିବା ବେଳେ ଏହାର ପେଟ ଘଣ୍ଟା ଭଳି ଆକୃତିର। ଏହାର ପଞ୍ଜା ଗଣ୍ଠି ଭଳି ଦେଖାଯାଏ। ଏହା ନିଜେ ଏକ ପରଜୀବୀ ହୋଇଥିଲେ ମଧ୍ୟ ଏହାର ଶରୀର ଉପରେ ଅନ୍ୟ ଛୋଟ ଛୋଟ ପରଜୀବୀ ଲାଗି ରହୁଥିବା ଦେଖାଯାଇଛି। ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଏହି ବୁଢିଆଣି ନିଜକୁ ଭଲ ଭାବେ ସଫା କରିପାରେ ନାହିଁ।

ବୈଜ୍ଞାନିକଙ୍କ ମତରେ, ପୃଥିବୀରେ ସମୁଦ୍ରୀୟ ବୁଢିଆଣିର ପ୍ରାୟ ୧୪୦୦ ପ୍ରଜାତି ଚିହ୍ନଟ ହୋଇସାରିଛି। ଏମାନେ ପ୍ରାୟ ୫୦ କୋଟି ବର୍ଷ ପୂର୍ବରୁ ପୃଥିବୀରେ ଅସ୍ତିତ୍ୱକୁ ଆସିଥିବା ଅନୁମାନ କରାଯାଏ। ତେବେ ୩ ଓଠ ଥିବା ମାକୁଡ଼ି ଓ ଚାଲିବା ପାଇଁ ନୁହେଁ, ସଫା କରିବା ପାଇଁ ଗୋଡ଼ ବ୍ୟବହାର କରୁଥିବା ଏହି ଅଦ୍ଭୁତ ଜୀବମାନଙ୍କ ଆବିଷ୍କାର ସମୁଦ୍ରର ଅଜଣା ଦୁନିଆ ବିଷୟରେ ଆଉ ଏକ ନୂଆ ଅଧ୍ୟାୟ ଖୋଲିଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.