ARTICLE AD BOX
ନୂଆଦିଲ୍ଲୀ: ତାମିଲନାଡୁର କୋଏମ୍ବାଟୁରରେ ଗୁଟଖା ଚୋରାଚାଲାଣ କରୁଥିବା ଏକ ଏସୟୁଭିର ପିଛା କରିବା ସମୟରେ ଜଣେ ହେଡ୍ କନଷ୍ଟେବଳ ପ୍ରାୟ ୪୦ କିମି ପର୍ଯ୍ୟନ୍ତ ଗାଡ଼ିର ଛାତ ଉପରେ ଲଟକି ରହିଥିଲେ। କରୁମାଥମପଟ୍ଟିରେ ହାଇୱେ ପାଟ୍ରୋଲ୍ ଟିମ୍ ଗାଡ଼ିକୁ ଅଟକାଇବା ପର୍ଯ୍ୟନ୍ତ ସେ ଏସ୍ୟୁଭିର ଛାତକୁ ସେପରି ଧରି ରହିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କୋଭିଲପାଲାୟମର ସବ୍-ଇନ୍ସପେକ୍ଟର ବିଗ୍ନେଶ ଏବଂ ହେଡ୍ କନଷ୍ଟେବଳ ଏମ୍. ବେଲମୁରୁଗନ ସକାଳ ପ୍ରାୟ ୫ଟା ୪୫ରେ ଏକ ଏସ୍ୟୁଭିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡ୍ରାଇଭର ଗାଡ଼ି ନଅଟକାଇବାରୁ ବେଲମୁରୁଗନ ଦ୍ରୁତଗତିରେ ଯାଉଥିବା ଗାଡ଼ିର ଛାତ ଉପରକୁ ଚଢ଼ିଯାଇଥିଲେ। ବିଗ୍ନେଶ କରୁମାଥମପଟ୍ଟି ପୁଲିସ ଏବଂ ହାଇୱେ ପାଟ୍ରୋଲ୍କୁ ସୂଚନା ଦେଇଥିଲେ। ପ୍ରାୟ ଏକ ଘଣ୍ଟା ପିଛା କରିବା ପରେ ପୁଲିସ ଏସୟୁଭିକୁ ଅଟକାଇବାରେ ସଫଳ ହୋଇଥିଲା।
୧୦୦ କିଲୋରୁ ଅଧିକ ଗୁଟ୍ଖା ଜବତ
ପୁଲିସ ଏସୟୁଭିରୁ ୧୦୦ କିଲୋଗ୍ରାମରୁ ଅଧିକ ଗୁଟଖା ଜବତ କରିଛି। ଗାଡ଼ିରେ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ରାଜସ୍ଥାନର ବାସିନ୍ଦା ପି. ବାବୁ ଧାରା, ଏ. ରାଜେଶ ଏବଂ ଏସ୍. ସୁରେଶ କର୍ଣ୍ଣାଟକରୁ କୋଏମ୍ବାଟୁରକୁ ଗୁଟଖା ଚାଲାଣ କରୁଥିବା ଅଭିଯୋଗ ହୋଇଛି।
ହେଡ୍ କନଷ୍ଟେବଳ ଏମ୍. ବେଲମୁରୁଗନ କହିଛନ୍ତି, ସନ୍ଦିଗ୍ଧମାନଙ୍କୁ ଖସିଯିବାକୁ ଦେବା ଉଚିତ ନୁହେଁ ବୋଲି ଭାବି ସେମାନେ ଧରାପଡ଼ିବା ପର୍ଯ୍ୟନ୍ତ ଗାଡ଼ି ଛାତ ଉପରେ ସେ ଶୋଇ ରହିଥିଲେ। ଜଣେ ପୁଲିସକର୍ମୀ ଭାବେ ନିଜ କର୍ତ୍ତବ୍ୟ ପାଳନ କରିଛି।
ଦିଲ୍ଲୀରୁ ଡ୍ରଗ୍ସ କୁଇନ୍ ଗିରଫ: କୋଟି କୋଟି ଟଙ୍କାର ଡ୍ରଗ୍ସ, ସୁନା ଏବଂ ନଗଦ ଜବତ

36 minutes ago
1


