ARTICLE AD BOX
ଭୁବନେଶ୍ୱର: ଆଜି (ଗୁରୁବାର) ଲୋକସେବା ଭବନଠାରେ ୬୪ତମ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି (ଏସ୍ଏଲ୍ସିସିସିଆଇ) ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଖରିଫ-୨୦୨୬ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା।
ବୈଠକରେ କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁଯାୟୀ ଖରିଫ-୨୦୨୬ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ପୂର୍ବପରି ଜାରି ରଖିବା, ରାଜ୍ୟରେ ପ୍ରଚଳିତ ୬୦:୧୩୦ କପ ଓ କ୍ୟାପ ମଡେଲ ମଡେଲ୍ ଏବଂ ସ୍ଥାନୀୟ ବିପର୍ଯ୍ୟୟ ଓ ଅମଳ ପରବର୍ତ୍ତୀ କ୍ଷତି ଉପରେ ତଥ୍ୟ ରଖାଯାଇଥିଲା।
ପାଣିପାଗ ସୂଚନା ନେଟୱାର୍କ ଏବଂ ତଥ୍ୟ ପ୍ରଣାଳୀ ((ଡବ୍ଲୁଆଇ ଏନଡିଏସ) ପ୍ରକଳ୍ପ ଅଧୀନରେ ରାଜ୍ୟରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଓ ବର୍ଷା ପରିମାପକ ସ୍ଥାପନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଉପଯୁକ୍ତ ସ୍ଥାନ ଚିହ୍ନଟ ପାଇଁ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲା।
Crop Loan Fraud ୧ କୋଟି ଟଙ୍କାର ଠକେଇ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର କର୍ମଚାରୀ ଗିରଫ
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅଧିକ ଦକ୍ଷ ଓ ସ୍ୱଚ୍ଛ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ପ୍ରକଳ୍ପ ମନିଟରିଂ ୟୁନିଟ୍ (ଏସ୍ପିଏମ୍ୟୁ) ଗଠନ କରାଯାଇଛି। ଏହି ୟୁନିଟ୍ରେ ଷ୍ଟେଟ୍ ପ୍ରୋଜେକ୍ଟ ଲିଡ୍, ଆଇଇସି ବିଶେଷଜ୍ଞ, ଜିଆଇଏସ୍ ଓ ସଫ୍ଟୱେର ବିଶେଷଜ୍ଞ, କ୍ଷମତା ବିକାଶ ବିଶେଷଜ୍ଞ ଏବଂ କ୍ରୟ ବିଶେଷଜ୍ଞଙ୍କ ସମେତ ଏକ ଦକ୍ଷ ଟିମ୍ କାର୍ଯ୍ୟ କରୁଛି। ବୈଠକରେ ରାଜ୍ୟ ପ୍ରକଳ୍ପ ମନିଟରିଂ ୟୁନିଟ୍ର କାର୍ଯ୍ୟକୁ ଅବ୍ୟାହତ ରଖିବା ସହ କୃଷି ଓ କୃଷକ ସଶକ୍ତିକରଣ ନିର୍ଦ୍ଦେଶାଳୟ ଏବଂ ସମବାୟ ବିଭାଗକୁ ଆବଶ୍ୟକ ଆର୍ଥିକ ସହାୟତା ଜାରି ରଖିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଫସଲ ବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା, ଏଗ୍ରିଷ୍ଟାକ୍ ଓ କିଷାନ କ୍ରେଡିଟ୍ କାର୍ଡଧାରୀଙ୍କ ଶତପ୍ରତିଶତ ଅନ୍ତର୍ଭୁକ୍ତି, ଡିଜିଟାଲ୍ କ୍ରପ୍ ସର୍ଭେର ବ୍ୟବହାର, ଫସଲ କଟା ପରୀକ୍ଷଣ ତଥ୍ୟର ଶତପ୍ରତିଶତ ସଂଗ୍ରହ ଏବଂ ପ୍ରଯୁକ୍ତିଭିତ୍ତିକ ମନିଟରିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା।
Crop Damage: ରବି ଧାନ ଫସଲ ନଷ୍ଟ କଲେ ୧୦ ଟିକିଆ ହାତୀପଲ; ବ୍ୟାପକ କ୍ଷତି ସହିଲେ ଚାଷୀ
ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-କମ୍-ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ସମବାୟ ସମିତି ନିବନ୍ଧକ ମନୀଷ ଅଗ୍ରୱାଲ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡଃ ବିଜୟ ଭୂଷଣ ନନ୍ଦ, ଓରସାକର ମୁଖ୍ୟ ନିର୍ବାହୀ ରଶ୍ମିତା ପଣ୍ଡାଙ୍କ ସମେତ ବିଭିନ୍ନ ସମ୍ପୃକ୍ତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

1 hour ago
1


