ARTICLE AD BOX
ଓଜନ ନିୟନ୍ତ୍ରଣ ଓ ସୁସ୍ଥ ଖାଦ୍ୟ କଥା ଉଠିଲେ ପ୍ରୋଟିନ୍ ଓ ଫାଇବର୍ଯୁକ୍ତ ଖାଦ୍ୟ ସବୁବେଳେ ଆଗରେ ରହିଥାଏ। ଭାରତୀୟ ରୋଷେଇଘରେ ଗଜାମୁଗ (ସ୍ପ୍ରାଉଟ୍ସ) ଓ ସିଝା ଚଣା ଭଳି ଖାଦ୍ୟ ଅତି ଲୋକପ୍ରିୟ ତଥା ପୁଷ୍ଟିକର ବିକଳ୍ପ। ତେବେ ଓଜନ କମାଇବା ପ୍ରକ୍ରିୟାରେ ଏହି ଦୁଇଟି ଭିତରୁ କେଉଁଟି ଅଧିକ ଲାଭଦାୟକ, ଆସନ୍ତୁ ଜାଣିବା।
IIT Bombay: ଛାତ୍ର ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ୧୦ ଜଣିଆ କମିଟି
ଗଜାମୁଗ
ଏହା କମ୍ କ୍ୟାଲୋରି ଏବଂ ଅଧିକ ଫାଇବର୍, ଭିଟାମିନ୍ ତଥା ଏନ୍ଜାଇମ୍ରେ ଭରପୂର । ୟୁଏସ୍ ଡିପାର୍ଟମେଣ୍ଟ୍ ଅଫ୍ ଏଗ୍ରିକଲ୍ଚର୍ ଅନୁଯାୟୀ, ଏକ କପ୍ (୨୦୨ ଗ୍ରାମ୍) ସ୍ପ୍ରାଉଟ୍ସରୁ ପ୍ରାୟ ୧୪.୨ ଗ୍ରାମ୍ ପ୍ରୋଟିନ୍ ଓ ୧୫.୪ ଗ୍ରାମ୍ ଫାଇବର୍ ମିଳିଥାଏ। ଏହା ଶରୀରର ଅମ୍ଳଜାନ ସ୍ତର ବୃଦ୍ଧି କରି ଶରୀରକୁ ବିଷମୁକ୍ତ କରିବାରେ ସାହାଯ୍ୟ କରେ। ସକାଳ ଜଳଖିଆ, ମଧ୍ୟାହ୍ନ ପୂର୍ବରୁ ସ୍ନାକ୍ସ କିମ୍ବା ପ୍ରି-ୱାର୍କଆଉଟ୍ ସମୟରେ ଏହାକୁ ଖାଇବା ସର୍ବୋତ୍ତମ। ଗଜାମୁଗକୁ ହାଲୁକା ଭାବେ ସିଝାଇ କିମ୍ବା ବାମ୍ଫ ଦେଇ ଖାଇବା ମଧ୍ୟ ଉପକାରୀ, ଏହାଦ୍ୱାରା ପେଟଫୁଲା ଭଳି ସମସ୍ୟା ହୁଏ ନାହିଁ ବୋଲି ବିଶେଷଜ୍ଞ କହନ୍ତି।
Education: ସମସ୍ୟା ଘେରରେ ଶ୍ରମଶକ୍ତି ସରକାରୀ ହାଇସ୍କୁଲ
ସିଝା ବୁଟ
ସିଝା ଚଣା ବା ବୁଟ ଏକ ପୂର୍ଣ୍ଣାଙ୍ଗ ଖାଦ୍ୟ, ଯେଉଁଥିରେ ପ୍ରୋଟିନ୍, ଫାଇବର୍ ଓ ଧୀରେ ହଜମ ହେଉଥିବା କାର୍ବୋହାଇଡ୍ରେଟ୍ ରହିଥାଏ। ୟୁଏସ୍ଡିଏ ଅନୁଯାୟୀ, ୧୦୦ ଗ୍ରାମ୍ ସିଝା ଚଣାରେ ୯ ଗ୍ରାମ୍ ପ୍ରୋଟିନ୍, ୮ ଗ୍ରାମ୍ ଡାଏଟାରି ଫାଇବର୍ ଓ ୨.୬ ଗ୍ରାମ ସୁସ୍ଥ ଚର୍ବି ଥାଏ। ଏହା ଶରୀରକୁ ଧୀରେ ଧୀରେ ଗ୍ଲୁକୋଜ୍ ମୁକ୍ତ କରେ, ଯାହାଦ୍ୱାରା ବାରମ୍ବାର ଭୋକ ଲାଗେ ନାହିଁ ଓ ଓଜନ ନିୟନ୍ତ୍ରଣରେ ରହିଥାଏ। ଏହା ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ସମୟରେ କିମ୍ବା ପୋଷ୍ଟ-ୱାର୍କଆଉଟ୍ ଖାଦ୍ୟ ଭାବେ ଉପଯୋଗୀ। ଉଭୟ ଅଙ୍କୁରିତ ଖାଦ୍ୟ ଓଜନ କମାଇବା ପାଇଁ ସମାନ ଭାବେ ଲାଭଦାୟକ। ଯଦି ଆପଣ କମ୍ କ୍ୟାଲୋରି ଓ ଶୀଘ୍ର ପେଟ ଭର୍ତ୍ତି ହେବା ଭଳି ଅନୁଭବ ଚାହୁଁଛନ୍ତି, ତେବେ ସ୍ପ୍ରାଉଟ୍ସ ଏକ ଭଲ ବିକଳ୍ପ। ଅନ୍ୟପକ୍ଷରେ ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଶକ୍ତି ଓ ଭୋକ ନିୟନ୍ତ୍ରଣ କରିବାକୁ ଚାହାନ୍ତି, ତେବେ ସିଝା ଚଣା ବା ବୁଟ ସର୍ବୋତ୍ତମ ଅଟେ। ସ୍ପ୍ରାଉଟ୍ସ ଓ ସିଝାଚଣା ଭିତରେ ପ୍ରମୁଖ ତଫାତ୍ଟି ହେଉଛି ପ୍ରସ୍ତୁତି ପ୍ରଣାଳୀ, ପୋଷକ ତତ୍ତ୍ବ ଓ ହଜମ ପ୍ରକ୍ରିୟା। ସ୍ପ୍ରାଉଟ୍ସ ଗଜା ହୋଇଥିବା କଞ୍ଚାଶସ୍ୟ, ସିଝାଚଣା ହେଉଛି ପାଣିରେ ସିଝାଯାଇଥିବା ଖାଦ୍ୟ।

4 days ago
5


