ARTICLE AD BOX
ଏବେ ଚିକେନ୍ର ବିକଳ୍ପ ଭାବେ ସୋୟାବିନ୍ ବଡ଼ି ଅଧିକ ପୁଷ୍ଟିସାରଯୁକ୍ତ ନିରାମିଷ ଖାଦ୍ୟ ବୋଲି ବିଚାର କରାଯାଉଛି। ତେଣୁ, ନିରାମିଷାଶୀ ଓ ଫିଟ୍ନେସ୍ ଉତ୍ସାହୀମାନଙ୍କ ଭିତରେ ସୋୟାବଡ଼ିର ଖୁବ୍ ଆଦର। ପ୍ରକୃତରେ ଚିକେନ୍ରେ ଅଧିକ ପୁଷ୍ଟିସାର ଅଛି ନା, ସୋୟାବିନ୍ ବଡ଼ିରେ? ଏହାର ଉତ୍ତର ରହିଛି ଦୁଇଟି ଖାଦ୍ୟ ପଦାର୍ଥ କଞ୍ଚା ଓ ସିଝା ଅବସ୍ଥାରେ।
ଖାଦ୍ୟ ବିଶେଷଜ୍ଞମାନେ କହନ୍ତି- ପ୍ରତି ୧୦୦ ଗ୍ରାମ୍ ଶୁଖିଲା ବା କଞ୍ଚା ସୋୟାବିନ୍ ବଡ଼ିରେ ୫୦ରୁ ୫୨ ଗ୍ରାମ୍ ପୁଷ୍ଟିସାର ବା ପ୍ରୋଟିନ୍ ଥାଏ। ସେହିପରି, ପ୍ରତି ୧୦୦ ଗ୍ରାମ୍ କଞ୍ଚା ଚିକେନ୍ ବା କୁକୁଡ଼ାମାଂସରେ ପ୍ରାୟ ୨୨ରୁ ୨୪ ଗ୍ରାମ୍ ଭଳି ପୁଷ୍ଟିସାର ଥାଏ।
Education: ସ୍କୁଲକୁ ପିଲା ଆସିଲେ କିନ୍ତୁ ଛାଡିନି ବନ୍ୟାର ଚିହ୍ନ, ଖରାରେ ଶୁଖୁଛି ବହି ଓ ଖାତା
ଉପର ଲିଖିତ ତୁଳନାରୁ ଯେ କେହି କହିବ ସୋୟାବିନ୍ ବଡ଼ିରେ ହିଁ ଅଧିକ ପୁଷ୍ଟିସାର ରହିଛି। କିନ୍ତୁ, ପାଣିରେ ବତୁରାଇ ସୋୟାବିନ୍ ବଡ଼ି ରାନ୍ଧିବା ବେଳେ ଏହି ତୁଳନା ଅସାର ବୋଲି ମନେହୁଏ। ଏଭଳି ରାନ୍ଧିବା ଦ୍ବାରା ପାଣି ଯୋଗୁଁ ସୋୟାବିନ୍ ବଡ଼ିର ଓଜନ ବଢ଼ିଯାଏ, କିନ୍ତୁ ସେଥିରେ ଥିବା ପୁଷ୍ଟିସାର ପରିମାଣ କମିଯାଏ। ପରୀକ୍ଷା କରି ଦେଖାଯାଇଛି ଯେ ପ୍ରତି ୧୦୦ ଗ୍ରାମ୍ ରନ୍ଧା ସୋୟାବିନ୍ ବଡ଼ିରେ ପ୍ରାୟ ୧୫ରୁ ୧୮ ଗ୍ରାମ୍ ପୁଷ୍ଟିସାର ରହେ। ତାହା ପୁଣି ସେ ସୋୟାବିନ୍ ବଡ଼ି ତିଆରି କରିଥିବା କମ୍ପାନିର ପ୍ରକ୍ରିୟାକରଣ ଏବଂ ରନ୍ଧନ ଓ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଉପରେ ନିର୍ଭର କରେ। ସରଳ ଭାବରେ କହିଲେ, ସାଧାରଣତଃ ଭଲ କମ୍ପାନିର ସୋୟାବିନ୍ ବଡ଼ିକୁ ଠିକ୍ ଭାବରେ ରାନ୍ଧିଲେ ସେଥିରେ ୧୫ରୁ ଅଧିକ ଗ୍ରାମ୍ ପୁଷ୍ଟିସାର ରହେ।
ଏଥର ଚିକେନ୍ କଥା ଦେଖାଯାଉ। କଞ୍ଚା ଚିକେନ୍ ରନ୍ଧାଯିବା ପରେ ସେଥିରେ ପୁଷ୍ଟିସାର ପରିମାଣ ବଢ଼ିଯାଏ। ୧୦୦ ଗ୍ରାମ୍ କଞ୍ଚା ଚିକେନ୍ ରନ୍ଧାଯିବା ପରେ ସେଥିରେ ପୁଷ୍ଟିସାର ପରିମାଣ ପ୍ରାୟ ୩୦ରୁ ୩୧ ଗ୍ରାମ୍ ହୋଇଯାଇଥାଏ। ଏହାର କାରଣ ହେଉଛି ରାନ୍ଧିବା ସମୟରେ କଞ୍ଚା ଚିକେନ୍ରୁ ପାଣି ଶୁଖିଯାଏ।
Education: ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଲେ ୫ଟି ପଞ୍ଚାୟତବାସୀ
ସେଥିପାଇଁ ୧୦୦ ଗ୍ରାମ୍ ସିଝା ସୋୟାବିନ୍ ବଡ଼ି ଠାରୁ ୧୦୦ ଗ୍ରାମ୍ ସିଝା ଚିକେନ୍ରେ ଅଧିକ ପୁଷ୍ଟିସାର ଥାଏ। ତେଣୁ, କାହାକୁ ଖାଇବା ଉଚିତ? ପୋଷକତତ୍ତ୍ବ ଦୃଷ୍ଟିରୁ ବିଚାର କଲେ ଦୁଇଟିଯାକ ଖାଦ୍ୟର ଭିନ୍ନ ଭିନ୍ନ ଉପକାରିତା ରହିଛି। ସୋୟାବିନ୍ ହେଉଛି ଉଦ୍ଭିଦଜ ପୁଷ୍ଟିସାର। ଏଥିରେ ୯ଟିଯାକ ଗୁରୁତ୍ବପୂର୍ଣ୍ଣ ଏମିନୋଏସିଡ୍ ଥିବାରୁ ଏହାକୁ ପୂର୍ଣ୍ଣାଙ୍ଗ ପୁଷ୍ଟିସାର କୁହାଯାଏ। ଏଥିରେ ଫାଇବର ବା ତନ୍ତୁ ସହିତ ଆଇସୋଫ୍ଲେବୋନ୍ସ୍ ଭଳି ଉପକାରୀ ଉପାଦାନ ଥାଏ। ସେହିପରି, ଚିକେନ୍ ହେଉଛି ପ୍ରାଣୀଜ ପୁଷ୍ଟିସାର। ଏଥିରେ ଭିଟାମିନ୍ ବି-୧୨, ନାଇସିନ୍ ଓ ଅନ୍ୟାନ୍ୟ ବି-ଭିଟାମିନ୍ ଥିବାରୁ ଏହାକୁ ମଧ୍ୟ ପୂର୍ଣ୍ଣାଙ୍ଗ ପୁଷ୍ଟିସାର କୁହାଯାଏ। ତା’ଛଡ଼ା ଏହା ଶରୀର ମଧ୍ୟକୁ ଯିବାକ୍ଷଣି ଖୁବ୍ ଶୀଘ୍ର ପୁଷ୍ଟିସାର ଅଭାବ ପୂରଣ କରିଥାଏ। ତେଣୁକରି, ନିରାମିଷାଶୀଙ୍କ ପାଇଁ ସୋୟାବିନ୍ ବଡ଼ି ଚମତ୍କାର ପୁଷ୍ଟିସାର। ଅଳ୍ପ ଖର୍ଚ୍ଚରେ ଏହାକୁ ସହଜରେ ଖିଆଯାଇପାରିବ। ଠିକ୍ ସେହିପରି ଚିକେନ୍ ମଧ୍ୟ ଆମିଷାଶୀଙ୍କ ପାଇଁ ହିତକର। ଏହାଦ୍ବାରା ସେମାନେ ଖୁବ୍ ଶୀଘ୍ର ଦେହର ପୁଷ୍ଟିସାର ଅଭାବ ପୂରଣ କରିପାରନ୍ତି।

56 minutes ago
1


