sonakshi sinha: ଗୋଟିଏ ଚିତ୍ରରେ 'ଗାୟତ୍ରୀ ମନ୍ତ୍ର' ଓ ‘କଲ୍ମା’

1 hour ago 1
ARTICLE AD BOX

ମୁମ୍ବାଇ: ବଲିଉଡର ଦମ୍ପତି ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କର ସମ୍ପର୍କ ଏବଂ ପରସ୍ପର ପ୍ରତି ଥିବା ସମ୍ମାନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି।  ସମ୍ପ୍ରତି, ସୋନାକ୍ଷୀ ସୋସିଆଲ ମିଡିଆରେ ତାଙ୍କ ଘରର ଏକ ସୁନ୍ଦର ଓ ହୃଦୟସ୍ପର୍ଶୀ ଝଲକ ସେୟାର କରିଛନ୍ତି। 

ସୋନାକ୍ଷୀଙ୍କ ଘରର ମୁଖ୍ୟ କାନ୍ଥରେ ସଜାଯାଇଥିବା  ଚିତ୍ରରେ ପବିତ୍ର 'ଗାୟତ୍ରୀ ମନ୍ତ୍ର' (ହିନ୍ଦୁ ଧର୍ମର ପ୍ରତୀକ) ଏବଂ 'କଲ୍ମା' (ଇସଲାମିକ ଧର୍ମର ପ୍ରତୀକ)କୁ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି।

ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ

ଏହି ଚିତ୍ରକଳା ପଛରେ ଗଭୀର ଭାବପ୍ରବଣ ଏବଂ ରୋଚକ କାହାଣୀକୁ ସେୟାର କରି ସୋନାକ୍ଷୀ କହିଛନ୍ତି, ଯେ ଏହି ଧାରଣା ମୋର ବିବାହ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅବସରରୁ ଆସିଥିଲା। ଯେତେବେଳେ ପଣ୍ଡିତ ବିବାହ ମଣ୍ଡପରେ ପବିତ୍ର 'ଗାୟତ୍ରୀ ମନ୍ତ୍ର' ଜପ କରୁଥିବା ବେଳେ ନିକଟରୁ ଆଜାନ (ଇସଲାମିକ ପ୍ରାର୍ଥନା ପାଇଁ ଡାକ)ର ପବିତ୍ର ଶବ୍ଦ ପ୍ରତିଧ୍ୱନିତ ହେଉଥିଲା। ମୋର ବିଶ୍ବାସ ଏହି ଦୁଇଟି ପ୍ରାର୍ଥନାର ମିଳିତ ସକାରାତ୍ମକ ଶକ୍ତି ବୈବାହିକ  ଜୀବନ ଏବଂ ଘରକୁ ଖୁସିରେ ଭରି ଦେଇଛି।’

ସୋନାକ୍ଷୀଙ୍କ ଘନିଷ୍ଠ ବନ୍ଧୁ ଶୁଭିକା ଶର୍ମା ଦମ୍ପତିଙ୍କୁ ବିବାହ ଉପହାର ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ, ସେ ସହଜରେ ବୁଝିପାରିଥିଲେ ଯେ ଦମ୍ପତିଙ୍କ ହୃଦୟର ପ୍ରକୃତ ନିକଟତର କ’ଣ। ଶୁଭିକା ଏକ ଅନନ୍ୟ କଳାକୃତି ଉପହାର ଦେବାକୁ ଚାହୁଁଥିଲେ ଯାହା ସେମାନଙ୍କ ବିବିଧ ଧାର୍ମିକ ବିଶ୍ୱାସ ଏବଂ ପ୍ରେମର ସୁନ୍ଦର ସମନ୍ୱୟ ହେବ। ଯାହା ସର୍ବଦା ଅମର ରହିବ। ଏହି ସୁନ୍ଦର ଧାରଣାକୁ ଜୀବନ୍ତ କରିବାର କାର୍ଯ୍ୟ ଲୋକପ୍ରିୟ କଳାକାର ଆଦିଲା ବେଦୀଙ୍କୁ ଦିଆଯାଇଥିଲା। ଆଦିଲା ପ୍ରଥମେ ଦମ୍ପତିଙ୍କ ଘରକୁ ଯାଇ ସେମାନଙ୍କ ଚିନ୍ତାଧାରା ଏବଂ ଭାବନାକୁ ଗଭୀର ଭାବରେ ବୁଝିଥିଲେ। ତା’ପରେ ସେ ଗାୟତ୍ରୀ ମନ୍ତ୍ର ଏବଂ କଲମାକୁ ଏକ ଫ୍ରେମରେ ଏକାଠି କରିବା କଳାକୃତି ଦେଖାଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.