ARTICLE AD BOX
ଭଦ୍ରକ (ହରିହର ନାୟକ): ଲୋଭର ପରିଣାମ ଯେ କିଭଳି ଭୟଙ୍କର ହୋଇପାରେ ତାହା ଆଜି ଭଦ୍ରକ ଚାନ୍ଦବାଲି ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣାରେ ପୁଣି ପ୍ରମାଣିତ ହୋଇଛି। ନିଜର ୮୨ ବର୍ଷୀୟ ପିତାକୁ ସମ୍ପତ୍ତି ନିମନ୍ତେ ମାଡ଼ମାରିବା ସହ ସମ୍ପତ୍ତି ଭାଗ ନଦେଲେ ହତ୍ୟା କରିବି ବୋଲି ପୁଅ ଧମକ ଦେଇଛି। ଏନେଇ ଅଭିଯୋଗ ପରେ ପୁଲିସ ପଦକ୍ଷେପ ନେଇଛି।
Property Dispute: ସମ୍ପତ୍ତି ବିବାଦକୁ ନେଇ ରାସ୍ତା ମଝିରେ ଠିଆପାଲା
ଚାନ୍ଦବାଲି ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର କୃଷ୍ଣଚନ୍ଦ୍ର ଦାସ (୮୨)ଙ୍କ ସାନପୁଅ ପ୍ରଶାନ୍ତ ଦାସ ପୂର୍ବରୁ ଘରବାରି ଜମି ବିକ୍ରି କରିଥିଲେ। ବଳକା ଜମିଗୁଡ଼ିକୁ ମଧ୍ୟ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ। ଏହାକୁ କୃଷ୍ଣଚନ୍ଦ୍ର ବିରୋଧ କରିଥିଲେ। ଏଥିରେ ପ୍ରଶାନ୍ତ ଉତ୍କ୍ଷିପ୍ତ ହୋଇ ନିଜ ବାପା କୃଷ୍ଣଚନ୍ଦ୍ରଙ୍କୁ ବାଡ଼େଇଥିଲେ। ଏଥିରେ ଭୟଭୀତ ହୋଇ ସେ ସାନପୁଅ ପ୍ରଶାନ୍ତକୁ ୧ ଲକ୍ଷ ୫୦ ହଜାର ଟଙ୍କା ନଗଦ ଦେଇଥିଲେ। ଏଥିରେ ମଧ୍ୟ ପ୍ରଶାନ୍ତଙ୍କ ଲୋଭ ଥମିନଥିଲା, ଅଧିକ ଟଙ୍କା ପାଇଁ ଧମକଚମକ ଦେଇଥିଲେ।
TVS: ଟିଭିଏସ୍ ପରିବାରରେ ସମ୍ପତ୍ତି ବିବାଦ: ଭାଗବଣ୍ଟା ଦାବି କଲେ ଲକ୍ଷ୍ମୀ ବେଣୁ
ଶେଷରେ ବାଧ୍ୟ ହୋଇ କୃଷ୍ଣଚନ୍ଦ୍ର ଚାନ୍ଦବାଲି ଥାନାରେ ଏତଲା ଦେଇଛନ୍ତି। ଏତଲା ଭିତ୍ତିରେ ପୁଲିସ ବିଏନ୍ଏସ୍ର ଧାରା ୨୯୬, ୩୫୧(୨), ୧୦୯(୧) ଏବଂ ବରିଷ୍ଠ ନାଗରିକ ସୁରକ୍ଷା ଆଇନର ଧାରା ୨୪ ରେ ନଂ ୪୦୧/୨୬ରେ ଏକ ମାମଲା ରୁଜୁ କରିଛି। ଏଏସ୍ଆଇ ପାର୍ଥ ବେହେରା ଘଟଣାର ତଦନ୍ତ ଜାରି ରଖିଛନ୍ତି।

21 minutes ago
1


