IPL 2027: ଆଇପିଏଲ୍‌ ୨୦୨୭ରୁ ଓହରିଲେ ହେଡ୍‌

16 minutes ago 1
ARTICLE AD BOX

ହାଇଦ୍ରାବାଦ: ଆଇପିଏଲ୍‌ ୨୦୨୭ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଲୋକପ୍ରିୟ ଓପନିଂ ଯୋଡ଼ି ଟ୍ରାଭିସ୍‌ ହେଡ୍‌ ଓ ଅଭିଷେକ ଶର୍ମାଙ୍କୁ ଆଉ ଏକାଠି ଦେଖିବାକୁ ମିଳିବନି। ବ୍ୟସ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ କାର୍ଯ୍ୟସୂଚୀ ଯୋଗୁଁ ଆଗାମୀ ଆଇପିଏଲ୍‌ରୁ ଓହରିବାକୁ ହେଡ୍‌ ନିଷ୍ପତ୍ତି ନେଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଜଣାଇଛନ୍ତି। ଫଳରେ ଫ୍ରାଞ୍ଚାଇଜି ତାଙ୍କୁ ମୁକ୍ତ କରିବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି।

ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର
ହେଡ୍‌ଙ୍କ ଅନୁପସ୍ଥିତି ହାଇଦ୍ରାବାଦର ବ୍ୟାଟିଂକ୍ରମକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ତେବେ ଡିସେମ୍ବର ୧୬ରେ ଗୋଆରେ ହେବାକୁ ଥିବା ଖେଳାଳି ନିଲାମରେ ଏହି ଫ୍ରାଞ୍ଚାଇଜିର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିବ। ୨୦୨୫ର ମେଗା ନିଲାମ ପୂର୍ବରୁ ହାଇଦ୍ରାବାଦ ହେଡ୍‌ଙ୍କୁ ୧୪ କୋଟି ଟଙ୍କାରେ ରଖିଥିଲା। ତାଙ୍କୁ ଦଳରୁ ଛାଡ଼ିବା ନିଷ୍ପତ୍ତିକୁ ଆଇପିଏଲ୍‌ ଅନୁମୋଦନ କଲେ ଏହି ୧୪ କୋଟି ଟଙ୍କା ଦଳର ନିଲାମ ପାଣ୍ଠିରେ ଯୋଡ଼ି ହେବ। ଏହି ଅର୍ଥ ବ୍ୟୟ କରି ହାଇଦ୍ରାବାଦ ହେଡ୍‌ଙ୍କ ବିକଳ୍ପ ଖୋଜିବ।

Lalit Modi: ମୁଁ ଭାରତ ଛାଡି ପଳାୟନ କରି ନାହିଁ, ମୋ ଜୀବନ ପ୍ରତି ବିପଦ ଥିବାରୁ ମୁଁ ଦେଶ ଛାଡିଥିଲି: ଲଳିତ ମୋଦୀଙ୍କ ସଫେଇ

Read Entire Article
LEFT SIDEBAR AD

Hidden in mobile, Best for skyscrapers.