ARTICLE AD BOX
ଭୁବନେଶ୍ୱର: ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ୭ଟି ଜିଲ୍ଲାରେ ୨୪ଟି ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍ଆର୍ଏସ୍) ଖୋଲିଛନ୍ତି। ଏହାପରେ ରାଜ୍ୟର ମୋଟ ଇଏମ୍ଆର୍ଏସ୍ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି।
Education: ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଲେ ୫ଟି ପଞ୍ଚାୟତବାସୀ
ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ସମଗ୍ର ଦେଶରେ ଓଡ଼ିଶାକୁ ସର୍ବାଧିକ ୧୧୧ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଞ୍ଜୁର ହୋଇଛି । ଏଥିମଧ୍ୟରୁ ପୂର୍ବରୁ ୪୭ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିଲା। ସମ୍ପ୍ରତି ନୂତନ ୨୪ଟି ବିଦ୍ୟାଳୟର କାର୍ଯ୍ୟକ୍ଷମ ହେବା ଦ୍ୱାରା ଏହି ସଂଖ୍ୟା ୭୧କୁ ବୃଦ୍ଧି ପାଇଛି ।
CBI action: ସିବିଆଇ ହାତରେ ଗିରଫ ହେଲେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ
ଜାତୀୟସ୍ତରରେ ବର୍ତ୍ତମାନ ୨୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫୩୩ଟି ଏକଲବ୍ୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶାରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ୨୪ଟି ବିଦ୍ୟାଳୟ ଦ୍ୱାରା ପ୍ରାୟ ୧,୪୪୦ ଜଣ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ ।
Education: ସିବିଏସ୍ଇ କ୍ଲଷ୍ଟର ଚାମ୍ପିଅନସିପ୍ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସଫଳତା
ନୂତନ ଭାବେ କାର୍ଯ୍ୟକ୍ଷମ ୨୪ଟି ବିଦ୍ୟାଳୟ ୭ଟି ଜିଲ୍ଲାରେ ଅବସ୍ଥିତ । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୮ଟି ବିଦ୍ୟାଳୟ ରାରୁଆଁ, ଯଶୀପୁର, ସୁକୃଳି, ଗୋପବନ୍ଧୁନଗର, ସାରସକଣା, ବିଶୋଇ, ବାଦାମପାହାଡ଼ ଓ ବିଜାତଳାଠାରେ କାର୍ଯ୍ୟକ୍ଷମ ହୋଇଛି । ସେହିପରି କେନ୍ଦୁଝର ଜିଲ୍ଲାର ସାହାରପଡ଼ା, ହରିଚନ୍ଦନପୁର, ବାଂଶପାଳ, ଘଟଗାଁ ଓ ତେଲକୋଇଠାରେ ୫ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା, ଉମରକୋଟ, ଡାବୁଗାଁ ଓ ରାଇଘରଠାରେ ୪ଟି ଏବଂ ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି, ସୁବଦେଗା ଓ ବିଶ୍ରାଠାରେ ୩ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ଏଥିସହିତ ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ଓ ପଦ୍ମପୁରଠାରେ ୨ଟି ବିଦ୍ୟାଳୟ ଏବଂ କୋରାପୁଟ ଜିଲ୍ଲାର ପାଡୁଆ ଓ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧଠାରେ ଗୋଟିଏ ଲେଖାଏଁ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି ।

12 minutes ago
1


