MS Dhoni IPL Retirement: ହାତରେ ସିନା ବ୍ୟାଟ୍‌ ଧରିବେନି, ‌ହେଲେ ଏହି କାମ କରିବେ ମହେନ୍ଦ୍ର ସିଂହ ଧୋନି

12 minutes ago 1
ARTICLE AD BOX

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟ୍‌ରେ ଜଣେ ଚର୍ଚ୍ଚିତ ଚେହେରା ମହେନ୍ଦ୍ର ସିଂହ ଧୋନି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ମଙ୍ଗଳବାର ଦିନ ଅବସର ଘୋଷଣା କରିଛନ୍ତି। ଧୋନିଙ୍କ ଅବସର ଘୋ‌ଷଣା ତାଙ୍କର ପ୍ରଶଂସକମାନଙ୍କ ମନରେ ଆଘାତ ଲାଗିଛି। ସେହିପରି ଚେନ୍ନାଇ ସୁପର କିଙ୍ଗ୍‌ସକୁ ବହୁତ ଭଲ ପାଉଥିବା କ୍ରିକେଟ୍‌ ପ୍ରଶଂସକ ମଧ୍ୟ ଖୁସି ନାହାନ୍ତି। ତେବେ ଧୋନିଙ୍କୁ ନେଇ ଆଉ ଏକ ଅପ୍‌ଡେଟ୍‌ ଖବର ଆସିଛି। ଆଇପିଏଲ୍‌ ୨୦୨୭ ପୂର୍ବରୁ ପ୍ରାୟୋଜକ ଧୋନିଙ୍କୁ ଟିମ୍‌ର ମେଣ୍ଟର ଭାବେ ନିଯୁକ୍ତି ଦେଇଛି। ଚେନ୍ନାଇ ସୁପର କିଙ୍ଗ୍‌ସ ଏହି ସୂଚନା ଦେଇଛି। ଏଥି ସହିତ ଧୋନିଙ୍କ ଖେଳ କ୍ୟାରିୟରରେ ବିରାମ ଲାଗିଛି। 

ଚେନ୍ନାଇ ସୁପର କିଙ୍ଗ୍‌ସ ନିଜର ଘୋଷଣାରେ କହିଛି ଯେ, ଧୋନି ଏହି ଭୂମିକା ସହିତ ଏକ ନୂଆ ଅଧ୍ୟାୟର ଆରମ୍ଭ କରିବେ। ଅର୍ଥାତ ଖେଳାଳି ଭାବେ ନୁହେଁ, ବରଂ ଟିମ୍‌ର ମେଣ୍ଟର ଭାବେ ଦାୟିତ୍ବ ତୁଲାଇବେ। ଧୋନି ଏବଂ ଚେନ୍ନାଇର ସଂପର୍କ ବହୁତ ଭଲ। ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସ୍ମରଣୀୟ ସଫଳତା ହାସଲ କରିଛି। ଏବେ ଆଇପିଏଲ୍‌ ୨୦୨୭ରେ ଧୋନିଙ୍କ ଭୂମିକାରେ ପରିବର୍ତ୍ତନ ହେବ। ସେ ଟିମ୍‌ର ଖେଳାଳି ଏବଂ ପ୍ରାୟୋଜକଙ୍କ ସହିତ ମେଣ୍ଟର ଭାବେ ଜଡ଼ିତ ରହିବେ। ପ୍ରାୟୋଜକର ମାଲିକ ଏବଂ ପରିଚାଳନା ନିର୍ଦ୍ଦେଶକ ଏହି ଅବସରରେ ଧୋନିଙ୍କ ଅବଦାନକୁ ଆବେଗପୂର୍ଣ୍ଣ ବୟାନ ଦେଇଛନ୍ତି। ଧୋନି ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ଘୋଷଣା କରିଥିଲେ। 

OFFICIAL ANNOUNCEMENT 🦁💛

A once-in-a-lifetime player.

A new role. A bond that lasts forever 💛

Mahendra Singh Dhoni takes charge as the Team Mentor of Chennai Super Kings!

Through countless victories, challenging times, and memories that will stay in our hearts forever, MS… pic.twitter.com/TA5Qfrq4dI

— Chennai Super Kings (@ChennaiIPL) November 17, 2026

ଧୋନିଙ୍କ ବିନା ଚେନ୍ନାଇ...
ଚେନ୍ନାଇ ସୁପର କିଙ୍ଗସର ମାଲିକ ଏନ୍‌ ଶ୍ରୀନିବାସନ କହିଛନ୍ତି, ମହେନ୍ଦ୍ର ସିଂହ ଧୋନିଙ୍କ ବିନା ସିଏସ୍‌କେ କିଛି ନାହିଁ। ପାଖାପାଖି ୨ଦଶନ୍ଧି ହେଲା ଆମେ ତାଙ୍କ ସହିତ ଯାତ୍ରା କରିଛୁ। ଏହି ସମୟ ମଧ୍ୟରେ ବିଜୟ ହାସଲ କରିଛୁ। ସଂକଟ ସମୟରେ ବଢ଼ିବା ଏବଂ ଖସିଛୁ। ଆମ ସଂପର୍କର ବଡ଼ କାରଣ ହେଲଶ, ଜଣେ ଅନ୍ୟ ଉପରେ ପ୍ରଶ୍ନ ଉଠାଇ ନାହୁଁ। ଏହି ଭରସା ଏହି ଯାତ୍ରାକୁ ସଫଳ କରିଛି। ସେ ୨୦୦୮ରେ ଧୋନି ଟିମ୍‌ ସହିତ ଯୋଡ଼ି ହେବାକୁ ମନେ ପକାଇଛନ୍ତି। ସେହି ସମୟରେ ମୁଁ ଜୋର ଦେଇଥିଲି ଯେ, ସିଏସ୍‌କେର ଅଂଶବିଶେଷ ହେବା ଦରକାର। ତାହା ମୋର ସବୁଠୁ ଭଲ ନିଷ୍ପତ୍ତି ମଧ୍ୟରେ ଏକ ଥିଲା। 

MS Dhoni: ଆଇପିଏଲ୍‌ରୁ ଅବସର ଘୋଷଣା କରିଛନ୍ତି ମହେନ୍ଦ୍ର ସିଂହ ଧୋନି

ମୂଳଦୂଆ ପକାଇଥିଲେ ଧୋନି
ସିଏସ୍‌କେର ମାଲିକ ରୁପା ଗୁରୁନାଥ ଧୋନିଙ୍କୁ ନେଇ କହିଛନ୍ତି, ତାଙ୍କ ଭଳି ଖେଳାଳି ଜୀବନରେ ଥରଟିଏ ମିଳିଥାଏ। ଆମର ଭାଗ୍ୟ ଏବଂ ତାଙ୍କୁ ଧନ୍ୟବାଦ ଜଣାଉଛୁ ଯେ ଧୋନି ଆମ ସହିତ ଅଛନ୍ତି। ସେ ଏହି ଦଳର ମୂଳଦୂଆ ପକାଇଥିଲେ। ଧୋନି କେବଳ ସିଏସ୍‌କେର ବରିଷ୍ଠ ଖେଳାଳି ନୁହଁନ୍ତି। ପଡ଼ିଆ ଭିତରେ ଏବଂ ବାହାରେ ଆମକୁ ସେ ଯାହା ଦେଇଛନ୍ତି, ଏହାର କୌଣସି ହିସାବ କରାଯାଇ ପାରିବ ନାହିଁ। ତାଙ୍କର ଅଧିନାୟକତ୍ବ, ବିନମ୍ରତା, ପ୍ରତିବଦ୍ଧତା ଏବଂ କୋଟିକୋଟି ପ୍ରଶଂସକଙ୍କ ସହିତ ଯୋଡ଼ିହେବ ସ୍ବତନ୍ତ୍ର। ସେ ଏହିଭଳି କୀର୍ତ୍ତି ଛାଡ଼ି ଯାଇଛନ୍ତି, ଯାହାକୁ ଆମେ ଆଜୀବନ ମନେ ରଖିବୁ। ମେଣ୍ଟର ଭାବେ ଧୋନିଙ୍କ ସହିତ ଜଡ଼ିତ ରହିବୁ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.