ARTICLE AD BOX
ଭୁବନେଶ୍ୱର: ଡିୟନ୍ ଗ୍ରୁପ୍ର ଅଟୋମୋବାଇଲ୍ ଶାଖା ଡିୟନ୍ ଅଟୋମୋଟିଭ୍ ଆଜି ଖୋରଧା ଜଗନ୍ନାଥପୁରଠାରେ ଅଶୋକ ଲେଲ୍ୟାଣ୍ଡର ନୂତନ ମଧ୍ୟମ ଓ ଭାରୀ ବାଣିଜ୍ୟିକ ଯାନ (ଏମ୍ଆଣ୍ଡ୍ଏଚ୍ସିଭି) ଡିଲରସିପ୍ ଉଦ୍ଘାଟନ କରିଛି। ହିନ୍ଦୁଜା ଗ୍ରୁପ୍ର ପ୍ରମୁଖ କମ୍ପାନି ଅଶୋକ ଲେଲ୍ୟାଣ୍ଡର ଚ୍ୟାନେଲ୍ ପାର୍ଟନର ଭାବେ ଡିୟନ୍ ଅଟୋମୋଟିଭ୍ କାର୍ଯ୍ୟ କରିବ। ଏହି ନୂତନ ଡିଲରସିପ୍ ମାଧ୍ୟମରେ ଖୋରଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ଫ୍ଲିଟ୍ ମାଲିକ ଓ ପରିବହନକାରୀମାନେ ଅଶୋକ ଲେଲ୍ୟାଣ୍ଡର ବିକ୍ରୟ ଓ ସର୍ଭିସ୍ ସୁବିଧା ନିକଟରେ ପାଇପାରିବେ।
ଭ୍ୟାନ୍ ସମେତ ଅତ୍ୟାଧୁନିକ ଉପକରଣ ଉପଲବ୍ଧ
୮୯,୭୩୩.୬ ବର୍ଗଫୁଟ୍ ପରିମିତ ଅଞ୍ଚଳରେ ସ୍ଥାପିତ ଏହି ୩ଏସ୍ (ସେଲ୍ସ, ସର୍ଭିସ୍ ଏବଂ ସ୍ପେୟାର୍ସ) ଡିଲରସିପ୍ରେ ୧୯ଟି ସର୍ଭିସ୍ ବେ ରହିଛି। ହ୍ୱିଲ୍ ଆଲାଇନମେଣ୍ଟ ମେସିନ୍, ନ୍ୟୁମାଟିକ୍ ସିଷ୍ଟମ୍, ଦୁର୍ଘଟଣାଗ୍ରସ୍ତ ଯାନର ମରାମତି ପାଇଁ ସ୍ୱତନ୍ତ୍ର ବେ ଏବଂ ମୋବାଇଲ୍ ସର୍ଭିସ୍ ଭ୍ୟାନ୍ ସମେତ ଅତ୍ୟାଧୁନିକ ଉପକରଣ ଏଠାରେ ଉପଲବ୍ଧ ରହିଛି। ଡିୟନ୍ ଅଟୋମୋଟିଭ୍ର ନିର୍ଦ୍ଦେଶକ ମନୋଜ କୁମାର ସାହୁ କହିଛନ୍ତି, ଅଶୋକ ଲେଲ୍ୟାଣ୍ଡ ସହିତ ସହଭାଗିତା ନେଇ ଆମେ ଉତ୍ସାହିତ। ରାଜ୍ୟବ୍ୟାପୀ ପାସେଞ୍ଜର ଯାନ ଏବଂ ଇଲେକ୍ଟ୍ରିକ୍ ଟୁ-ହ୍ୱିଲର୍ ଗ୍ରାହକଙ୍କୁ ସେବା ଯୋଗାଇବା ପରେ ଏବେ ଆମେ ପରିବହନକାରୀ ଏବଂ ଫ୍ଲିଟ୍ ମାଲିକମାନଙ୍କୁ ମଧ୍ୟ ସେହିଭଳି ଉନ୍ନତ ସେବା ପ୍ରଦାନ କରିବାକୁ ଉତ୍ସାହିତ।
ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ସାହୁଙ୍କ ମାର୍ଗଦର୍ଶନରେ ଡିୟନ୍ ଗ୍ରୁପ୍ ସର୍ବଦା ଗ୍ରାହକଙ୍କୁ ପ୍ରାଥମିକତା ଦେଇଆସିଛି ଏବଂ ଏହି ସହଭାଗିତାରେ ମଧ୍ୟ ଆମେ ସେହି ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବୁ। ଅଶୋକ ଲେଲ୍ୟାଣ୍ଡର ନ୍ୟାସନାଲ୍ ସେଲ୍ସ ହେଡ୍ ମାଧବୀ ଦେଶମୁଖ କହିଛନ୍ତି, ଏହି ନୂତନ ଡିଲରସିପ୍ ଓଡ଼ିଶାରେ ଆମର ଉପସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

24 minutes ago
1


