ARTICLE AD BOX
ଭୁବନେଶ୍ୱର: ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ଭୁବନେଶ୍ୱରସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟ ପରିସରେ ଦେଶଭକ୍ତି ଓ ଉତ୍ସାହର ସହିତ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛି। ଏହି ଅବସରରେ, ରାଜ୍ୟରେ ସବୁଜ ଶକ୍ତିର ପ୍ରଗତି ପାଇଁ କାର୍ଯ୍ୟ କରୁଥିବା ସୋଲାର୍ ୱାରିୟର୍ସଙ୍କୁ ସମ୍ମାନିତ କରାଯାଇଛି।
/filters:format(webp)/sambad/media/media_files/2026/08/16/optcl-2026-08-16-17-48-19.jpeg)
ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ବିଜନେସ୍ର ମୁଖ୍ୟ ତଥା ଟିପିସିଓଡିଏଲ୍ର ସିଇଓ ଗଜାନନ୍ ଏସ୍. କାଲେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମର କମ୍ପାନୀର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।
Floating solar project: ଜଳଭଣ୍ଡାରରେ ହେବ ଭାସମାନ ସୌର ପ୍ରକଳ୍ପ: ୬ଟି ଜଳଭଣ୍ଡାର ଚିହ୍ନଟ, ୨ଟିରେ ହେବ
ଏହି ଅବସରରେ ଶ୍ରୀ କାଲେ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ। ସ୍ୱାଧୀନତା ଆନ୍ଦୋଳନର ଆଦର୍ଶକୁ ଆପଣାଇ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଦୀର୍ଘସ୍ଥାୟୀ ଭାରତ ଗଠନ ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ ସେ ଉପସ୍ଥିତ କର୍ମଚାରୀଙ୍କୁ ଆହ୍ବାନ ଦେଇଥିଲେ।
International Energy Summit 2026: ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ୨୦୨୬: ସ୍ବଚ୍ଛ ଶକ୍ତିରେ ୬୭,୦୦୦ କୋଟି ନିବେଶ
କାର୍ଯ୍ୟକ୍ରମ ଶେଷରେ ଟିପିସିଓଡିଏଲ୍ ପକ୍ଷରୁ ‘ସୋଲାର ୱାରିୟର୍ସ’ମାନଙ୍କୁ ସମ୍ମାନିତ କରାଯାଇଥିଲା। ଯେଉଁଥିରେ ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳୀ ଯୋଜନାର କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଉପଭୋକ୍ତା, ସୋଲାର ଭେଣ୍ଡର ଓ ଅନ୍ୟ ଅଂଶୀଦାରମାନେ ସାମିଲ ଥିଲେ।
MSME Minister ‘୫-ଜ’କୁ ସରକାରଙ୍କ ପ୍ରାଥମିକତା, କାରଖାନା କରିବାକୁ ସ୍ବଚ୍ଛ ଶକ୍ତି କମ୍ପାନିଙ୍କୁ ଆମନ୍ତ୍ରଣ
ଏହି ସମ୍ମାନ ମାଧ୍ୟମରେ ଟିପିସିଓଡିଏଲ୍ ଉପଭୋକ୍ତାମାନଙ୍କୁ ସଶକ୍ତ କରିବା, ସୋଲାର ଭେଣ୍ଡର୍ ମାନଙ୍କ ସହ ସହଯୋଗକୁ ଦୃଢ଼ କରିବା ଏବଂ ରାଜ୍ୟରେ ନବୀକରଣୀୟ ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ ସରକାରଙ୍କ ଦୃଷ୍ଟିକୋଣକୁ ସମର୍ଥନ କରିବା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି।
ସ୍ୱଚ୍ଛ, ସବୁଜ ଓ ଶକ୍ତି ସୁରକ୍ଷିତ ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ନୂତନ ସଂକଳ୍ପ ସହିତ ସ୍ୱାଧୀନତା ଦିବସ ଉତ୍ସବ ଶେଷ ହୋଇଥିଲା।

1 hour ago
2


