ARTICLE AD BOX
ଭୁବନେଶ୍ୱର: ସିଙ୍ଗାପୁରରେ ନଭେମ୍ବର ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ସିଙ୍ଗାପୁର ଫିନଟେକ୍ ଫେଷ୍ଟିଭାଲ୍ରେ ଯୋଗଦେବା ନିମନ୍ତେ ଓଡିଶାର ୧୦ଟି ଉଚ୍ଚଶିକ୍ଷାନୁଷ୍ଠାନର ୨୦ଜଣ ଛାତ୍ରଛାତ୍ରୀ ସିଙ୍ଗାପୁର ଗସ୍ତ କରିଛନ୍ତି।
Singapore: ସିଙ୍ଗାପୁରର ‘ବହି ପଢ଼ି ଟଙ୍କା ନିଅ’ ଅଭିଯାନ
ଚୟନ ହୋଇଥିବା ୧୦ଟି ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ହେଲା, ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ, ଫକୀର ମୋହନ (ସ୍ୱୟଂଶାସିତ) ମହାବିଦ୍ୟାଳୟ, ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ଅଞ୍ଚଳ ଡିଗ୍ରୀ ମହାବିଦ୍ୟାଳୟ, ପଦ୍ମପୁର, ସାଲେପୁର (ସ୍ୱୟଂ ଶାସିତ) ମହାବିଦ୍ୟାଳୟ, ଶଶୀଭୂଷଣ ରଥ ସରକାରୀ (ସ୍ୱୟଂ ଶାସିତ) ମହିଳା ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁର, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ, ଖ୍ରୀଷ୍ଟ ଡିଗ୍ରୀ ମହାବିଦ୍ୟାଳୟ ଓ ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟ।
Education: ଛଅ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ
ଓଡିଶା ସରକାର ଏବଂ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ (GFTN)ର ମିଳିତ ସହଭାଗିତାରେ ଆୟୋଜିତ ହେଉଥିବା ଭାରତ ନେତ୍ର କାର୍ଯ୍ୟକ୍ରମ ଅଧୀନରେ ପ୍ରଦାନ କରାଯାଉଥିବା ସାର୍ଟିଫିକେଟ ଇନ୍ ଫିନ୍ଟେକ ଓ ଇନ୍ସ୍ୟୁରଟେକ (Certificate In FinTech & InsurTech) ମାଧ୍ୟମରେ ଓଡିଶାର ଏହି ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି।
Indian Entrepreneurs: ବିଦେଶରେ ରହିବାକୁ ଚାହୁଛନ୍ତି ୭୪% ଉଦ୍ୟୋଗୀ: ପସନ୍ଦର ଦେଶ ସିଙ୍ଗାପୁର
ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୮ଜଣଙ୍କୁ ନେଇ ଏମ୍ୟୁଏଫ୍ଜି ୟଙ୍ଗ ଇନୋଭେଟରସ୍ (MUFG Young Innovators) ଏକ ଗୋଷ୍ଠୀ କରାଯାଇଛି। ସେହିଭଳି ୧୨ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗ୍ଲୋବାଲ୍ ପାଥ୍ ଫାଇଣ୍ଡରସ୍ (Global Pathfinders) ରେ ବିଭକ୍ତ କରାଯାଇଛି। ଏମ୍ୟୁଏଫ୍ଜି ୟଙ୍ଗ ଇନୋଭେଟରସ୍ରେ ସ୍ଥାନ ପାଇଥିବା ୮ ଜଣ ଛାତ୍ରଛାତ୍ରୀ ଏମ୍ୟୁଏଫ୍ଜି ଫିନ୍ଟେକ୍ ଫେଷ୍ଟିଭାଲ୍ରେ ଯୋଗଦେଇ ଏମ୍ୟୁଏଫ୍ଜି ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକର ପ୍ରତିନିଧିଙ୍କ ସହ ଆଲୋଚନା କରିବେ।
Nepal flood: ନେପାଳ ବନ୍ୟା ପରେ ଭାରତ ବିରୋଧୀ ଅନଲାଇନ୍ ଟିପ୍ପଣୀକୁ ସିଙ୍ଗାପୁର ମନ୍ତ୍ରୀଙ୍କ ତୀବ୍ର ନିନ୍ଦା
ସେହିପରି ଭାବେ ଗ୍ଲୋବାଲ୍ ପାଥ୍ଫାଇଣ୍ଡର୍ସ ଗ୍ରୁପରେ ସ୍ଥାନ ପାଇଥିବା ୧୨ ଜଣ ଛାତ୍ରଛାତ୍ରୀ 'ଇନ୍ସାଇଟ୍ସ ଆନୁଆଲ୍ ମିଟିଂ'ରେ ଯୋଗଦେଇ ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ଆସୁଥିବା ପରିବର୍ତ୍ତନ ଏବଂ ଡିଜିଟାଲ୍ ଫାଇନାନ୍ସ କ୍ଷେତ୍ରରେ ଆସିଥିବା ନୂତନ ଅଭିନବ ପଦକ୍ଷେପ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ।

9 hours ago
2


