ARTICLE AD BOX
ନାଗୋୟା:ଭାରତର ଇଶା ସିଂହ ୨୫ ମିଟର ଏୟାର ପିସ୍ତଲରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ସେ ମାତ୍ର ଗୋଟିଏ ପଏଣ୍ଟରେ ସ୍ବର୍ଣ୍ଣ ହାତଛଡ଼ା କରିଥିଲେ। ଚୀନର ସିଆଓ ଜିଆରୁଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ୍ରେ ଇଶା ଓ ସିଆଓଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ଉଭୟ ୩୮ ହିଟ୍ ସହ ଫାଇନାଲ୍ ଶେଷ କରିଥିଲେ। କିନ୍ତୁ ସୁଟ୍ଆଉଟ୍ରେ ଇଶା ଗୋଟିଏ ପଏଣ୍ଟ ପଛରେ ପଡ଼ିଯାଇଥିଲେ। ସେ ଏହା ପୂର୍ବରୁ ଦଳଗତ ଇଭେଣ୍ଟରେ ପଦକ ହାସଲରୁ ବଞ୍ଚିତ ହୋଇଥିଲେ। ଦଳଗତ ପ୍ରତିଯୋଗିତାରେ ଭାରତ ପଞ୍ଚମ ସ୍ଥାନରେ ରହିଥିଲା।
ଦଳଗତ ପ୍ରତିଯୋଗିତାରେ ଭାରତ ପଞ୍ଚମ ସ୍ଥାନରେ
ବିଶ୍ୱର ଏକ ନମ୍ବର ମାନ୍ୟତାପ୍ରାପ୍ତ ତଥା ବିଶ୍ୱ ରେକର୍ଡଧାରୀ ଇଶା ୨୦୨୩ ହାଙ୍ଗ୍ଝୁ ଏସୀୟ କ୍ରୀଡ଼ା ୨୫ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ବେଳେ ଦଳଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହା ସହିତ ୧୦ ମିଟର ବ୍ୟକ୍ତିଗତ ଓ ଦଳଗତରେ ବି ସେ ରୌପ୍ୟ ହାସଲ କରିଥିଲେ।

52 minutes ago
1


