ARTICLE AD BOX
ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସୁନୀତି ପଞ୍ଚାୟତର ମିଲନମୋଡ଼ରେ ଆଜି ଏକ ବ୍ୟାଟେରୀଚାଳିତ ସ୍କୁଟି ଜଳି ପାଉଁଶ ହୋଇଯାଇଛି |
ବ୍ୟାଟେରୀ ଅତ୍ୟଧିକ ଗରମ ହେବାରୁ ନିଆଁ ଲାଗିଥିବା ଅନୁମାନ
ସୂଚନାନୁଯାୟୀ ବେଣାକନ୍ଧା ଗ୍ରାମର ନାରାୟଣ ଜାନା ଆଜି ଦିନ ପ୍ରାୟ ୧୨ ଟା ସମୟରେ ନିଜ ସ୍କୁଟିରେ ମିଲନମୋଡ଼ ବଜାରରେ ଥିବା ନିଜ ଦୋକାନକୁ ଆସି ସ୍କୁଟି ରଖିଥିଲେ | କିଛି ସମୟ ପରେ ହଠାତ ସ୍କୁଟିରୁ ନିଆଁ ବାହାରିବାକୁ ଲାଗିଥିଲା | ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଗାଡ଼ିଟି ଜଳିଯାଇଥିଲା| ସମ୍ଭବତଃ ବ୍ୟାଟେରୀ ଅତ୍ୟଧିକ ଗରମ ହେବାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି | ତେବେ ଏଥିରେ କେହି ଆହତ ହୋଇ ନ ଥିବା ବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି |

38 minutes ago
1


