Elephant Attack: ଢେଙ୍କାନାଳରେ ହାତୀ ଆକ୍ରମଣରେ ଚାଷୀ ମୃତ, ହିନ୍ଦୋଳରେ ଆତଙ୍କ

38 minutes ago 1
ARTICLE AD BOX

ହିନ୍ଦୋଳ: ଢେଙ୍କାନାଳଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ବାଲିମି ଥାନା ପାଟଲା ଗାଁର ବିଷ୍ଣୁ ନାଏକ ଗତକାଲି ସନ୍ଧ୍ୟାରେ ନିଜ ଚାଷ ଜମି ଦେଖିବାକୁ ଯାଇଥିଲେ । ହେଲେ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ।

ଧାନ ଜମିରୁ ବିଷ୍ଣୁଙ୍କ ମୃତଦେହ ଠାବ

ଆଜି ସକାଳୁ ଧାନ ଜମିରୁ ବିଷ୍ଣୁଙ୍କ ମୃତଦେହ ଠାବ ହୋଇଛି । ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ବି ଗାଁ ନିକଟରେ ହାତୀପଲ ରହିଥିବାରୁ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି ।

ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲ ଉପରେ ନଜର ରଖିଛନ୍ତି। ହିନ୍ଦୋଳରେ କ୍ରମାଗତ ହାତୀ ଆକ୍ରମଣକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଏବଂ ହାତୀପଲକୁ ଅନ୍ୟତ୍ର ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Iron Ore Transport: ଖଣ୍ଡାଧାର ଲୁହାପଥର ପରିବହନକୁ ନେଇ ବିବାଦ: ଜୁଏଲ ଓରାମଙ୍କ ପ୍ରତିନିଧିଙ୍କ ନାଁରେ ମାମଲା, ଉଭୟ ପକ୍ଷର ଏତଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.