Sikkim: କ୍ୟାମେରାରେ ଧରାପଡ଼ିଲା ୟୁରେସିଆନ୍‌ ଲିଙ୍କ୍ସ

2 hours ago 1
ARTICLE AD BOX

ଗ୍ୟାଙ୍ଗଟକ: ୟୁରେସିଆନ୍‌ ଲିଙ୍କ୍ସ ପ୍ରଥମ ଥର ସିକ୍କିମରେ ଦେଖାଯାଇଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌-ଇଣ୍ଡିଆ ଓ ସିକ୍କିମ ବନ୍ୟ ବିଭାଗ ମାଙ୍ଗାନ ଜିଲ୍ଲାର ସୋ ଲାମୋ ମାଳଭୂମିରେ ୫,୨୫୦ ମିଟରରେ ନିୟୋଜିତ ହୋଇଥିବା କ୍ୟାମେରା-ଟ୍ରାପ୍‌ରୁ ଏହି ଫଟୋ ଆସିଛି। ଜାନୁଆରି ମାସର ଏହି ଫଟୋ ବୁଧବାର ସେୟାର କରାଯାଇଛି। ଦ୍ବିତୀୟ ଥର ପାଇଁ ସମଗ୍ର ପୂର୍ବ ହିମାଳୟରୁ ୟୁରେସିଆନ୍‌ ଲିଙ୍କ୍ସର ଫଟୋ ଆସିଛି। ପୂର୍ବ ହିମାଳୟର ଏହି ପ୍ରଜାତି ବିଷୟରେ ପୂର୍ବରୁ କେବଳ ଡକ୍ୟୁମେଣ୍ଟେଡ୍ ରେକର୍ଡ ଭାବେ ଗତବର୍ଷ ଅରୁଣାଚଳ ପ୍ରଦେଶରୁ ୟୁରେସିଆନ୍‌ ଲିଙ୍କ୍ସର ପ୍ରଥମ ଫଟୋଗ୍ରାଫ ଆସିଥିଲା।

ଇରାନର ସର୍ବୋଚ୍ଚ ନେତା ଖେମିନିଙ୍କ ଶେଷକୃତ୍ୟରେ ଯୋଗଦେବେ ମେହବୁବା ମୁଫ୍ତି

ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌-ଇଣ୍ଡିଆ ଓ ଅରୁଣାଚଳ ପ୍ରଦେଶର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ପ୍ରକାଶିତ ହୋଇଥିଲା। ଭାରତରେ ପଶ୍ଚିମ ହିମାଳୟ ଅଞ୍ଚଳ ସାଧାରଣତଃ ଲଦାଖ, ୟୁରେସିଆନ୍ ଲିଙ୍କସ୍‌ଙ୍କ ପ୍ରମୁଖ ବାସସ୍ଥାନ। ଏଠାରେ ହେମିସ୍ ଜାତୀୟ ଉଦ୍ୟାନ, ଚାଙ୍ଗଥାଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ, ସୋ-କାର୍‌ ଅବବାହିକା, ନୁବ୍ରା ଉପତ୍ୟକା ଓ କାର୍ଗିଲର ରଙ୍ଗଦୁମ୍ ଉପତ୍ୟକାରେ ୟୁରେସିଆନ୍‌ ଲିଙ୍କ୍ସ ଦେଖିବାକୁ ମିଳେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.