Sheikh Hasina: ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଆବେଦନର ସୁଯୋଗ ମିଳିବ ନାହିଁ: ବାଂଲାଦେଶ ଆଇନ ମନ୍ତ୍ରୀ

12 minutes ago 1
ARTICLE AD BOX

ଢାକା:  ବାଂଲାଦେଶର ବିତାଡ଼ିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଇନଗତ ପ୍ରକ୍ରିୟା ମାଧ୍ୟମରେ ସ୍ୱଦେଶ ଫେରିବେ ଏବଂ ଏବେ ପରବର୍ତ୍ତୀ ପଦକ୍ଷେପ ଭାରତ ଉପରେ ନିର୍ଭର କରେ ବୋଲି ବାଂଲାଦେଶର ଆଇନ ମନ୍ତ୍ରୀ ଆସାଦୁଜ୍ଜମାନ୍ କହିଛନ୍ତି। ବାଂଲାଦେଶୀ ସମ୍ବାଦପତ୍ର ''ପ୍ରଥମ ଆଲୋ''ର ଏକ ରିପୋର୍ଟ ଅନୁଯାୟୀ, ହସିନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବାଂଲାଦେଶ ପକ୍ଷରୁ ସମସ୍ତ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ ହୋଇସାରିଛି। ତେବେ ମାନବତା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ପ୍ରଚଳିତ ଆଇନ ଅନୁଯାୟୀ ତାଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଆବେଦନ କରିବାର କୌଣସି ସୁଯୋଗ ମିଳିବ ନାହିଁ ବୋଲି ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ନିକଟରେ ନୂଆଦିଲ୍ଲୀ ସ୍ଥିତ ବାଂଲାଦେଶ ଉଚ୍ଚାୟୋଗ ନିକଟରେ ଶେଖ ହାସିନା ନୂଆ ପାସପୋର୍ଟ ଓ ପରିଚୟପତ୍ର ପାଇଁ ଆବେଦନ କରିବା ପରେ ଆଇନ ମନ୍ତ୍ରୀଙ୍କର ଏହି ବୟାନ ସାମ୍ନାକୁ ଆସିଛି। ୨୦୨୪ ମସିହାର ଛାତ୍ର ଆନ୍ଦୋଳନ ସମୟରେ ହୋଇଥିବା ହିଂସା ଓ ଦମନଲୀଳା ପାଇଁ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ଗତ ନଭେମ୍ବର ୨୦୨୫ରେ ହାସିନାଙ୍କୁ ମାନବତା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ କରି ଗୋଟିଏ ମାମଲାରେ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ଏକ ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଟ୍ରିବ୍ୟୁନାଲର ମୁଖ୍ୟ ଓକିଲ ମହମ୍ମଦ ଅମିନୁଲ ଇସଲାମ ମଧ୍ୟ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ, ରାୟ ପ୍ରକାଶ ପାଇବାର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହସିନା ଫେରି ଆବେଦନ କରିନଥିବାରୁ ବର୍ତ୍ତମାନ ସ୍ୱଦେଶ ଫେରିଲେ ତାଙ୍କୁ ଫାଶୀ ଦଣ୍ଡାଦେଶର ସମ୍ମୁଖୀନ ହେବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ।

କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି
ଅନ୍ୟପକ୍ଷରେ, ୨୦୨୪ ଗଣଆନ୍ଦୋଳନ ପରେ ହସିନା ଭାରତରେ ଆଶ୍ରୟ ନେବା ଦିନଠାରୁ ନୂଆଦିଲ୍ଲୀ ଏବଂ ଢାକା ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି। ଢାକା ପକ୍ଷରୁ ବାରମ୍ବାର ତାଙ୍କ ପ୍ରତ୍ୟର୍ପଣ ଦାବି କରାଯାଉଥିବା ବେଳେ ଭାରତ ଏହାର ସମୀକ୍ଷା କରୁଥିବା କହିଆସୁଛି। ତେବେ ''ବିବିସି ବାଂଲା''ର ଏକ ରିପୋର୍ଟ ମୁତାବକ, ହସିନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ଦୁଇଟି ସର୍ତ୍ତ ରଖିଥିବା ଚର୍ଚ୍ଚା ହେଉଛି—ପ୍ରଥମତଃ ବାଂଲାଦେଶ ସେନା ତାଙ୍କୁ ଫେରାଇ ନେବାର ଦାୟିତ୍ୱ ନେବ ଏବଂ ଦ୍ୱିତୀୟତଃ ତାଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଆବେଦନ କରିବାର ସୁଯୋଗ ମିଳିବ। ଅବଶ୍ୟ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ରିପୋର୍ଟ ଉପରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

Houthi Attack: ସାଉଦି ଆରବ ଉପରେ ବଡ଼ ଧରଣର ଆକ୍ରମଣ କରି ବିମାନ ଖସାଇଲେ ହୁତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.