Ganjam Flood: ଠାକୁରେ ଆମ ବହି ଶୁଖାଇ ଦିଅ

10 minutes ago 1
ARTICLE AD BOX

ପ୍ରକୃତିର କୋପରେ ଅଟକିଯାଇଛି ପାଠପଢ଼ା । ବନ୍ୟା ପାଣିରେ ଭିଜିଛି ଖାତା-ବହି, ଗଞ୍ଜାମର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରୁ ସାମ୍ନାକୁ ଆସିଛି କୁନି ପିଲାଙ୍କ ଏମିତି ହୃଦୟବିଦାରକ ଚିତ୍ର

ଆଖି ଆଗରେ ଅସୁମାରୀ ସ୍ୱପ୍ନ । ସ୍କୁଲ ଯିବେ, ପାଠ ପଢ଼ିବେ ଆଉ ନିଜ ଭବିଷ୍ୟତ ଗଢ଼ିବେ । ହେଲେ ପ୍ରକୃତିର କୋପ ଆଗରେ ଯେମିତି ସବୁ ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। ବନ୍ୟା ପାଣିରେ ଓଦା ହୋଇଯାଇଛି ଖାତା-ବହି । ଆଉ ଭିଜା ବହିକୁ ଦେଖି କୁନି କୁନି ପିଲାଙ୍କ ମନ ମଧ୍ୟ ଭିଜିଯାଉଛି। ସେଥିପାଇଁ ତ ସ୍କୁଲ ଅଗଣାରେ ଶୁଖାଇବାକୁ ପଡ଼ିଛି ଓଦା ଖାତା-ବହି। ଯେଉଁ ବୟସରେ ପିଲାଙ୍କ ହାତରେ ବହି ଖାତା ରହିବା କଥା, ସେହି ବୟସରେ ଏବେ ସେମାନେ ବନ୍ୟାର କ୍ଷତି ସଜାଡ଼ିବାରେ ଲାଗିଛନ୍ତି । ପାଠପଢ଼ାର ସମୟ ଏବେ ବନ୍ୟା ଦାଉରୁ ନିଜ ଅମୂଲ୍ୟ ଶିକ୍ଷା ସାମଗ୍ରୀକୁ ବଞ୍ଚାଇବାରେ ବିତୁଛି । ଗଞ୍ଜାମ ଜିଲ୍ଲାରେ ବନ୍ୟା ପରେ ବିଭିନ୍ନ ସ୍ଥାନରୁ ଏମିତି ଅନେକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.