Houthi Attack: ସାଉଦି ଆରବ ଉପରେ ବଡ଼ ଧରଣର ଆକ୍ରମଣ କରି ବିମାନ ଖସାଇଲେ ହୁତି

19 minutes ago 1
ARTICLE AD BOX

ରିୟାଦ:  ୟେମେନର ହୁତି ବିଦ୍ରୋହୀମାନେ ସାଉଦି ଆରବ ବିରୋଧରେ ଜୋରଦାର ଆକ୍ରମଣ ଆରମ୍ଭ କରିଛନ୍ତି। ହୁତିମାନେ ଦାବି କରିଛନ୍ତି ଯେ, ସେମାନେ ଏକ ସଶସ୍ତ୍ର ସାଉଦି ଗୁଇନ୍ଦା ବିମାନକୁ ଗୁଳି କରି ଖସାଇ ଦେଇଛନ୍ତି। ଏହି ସମୟରେ ସାଉଦି ନେତୃତ୍ୱାଧୀନ ସାମରିକ ମେଣ୍ଟ କହିଛି,ଆକାଶ ମାର୍ଗରେ ଦୁଇଟି ହୁତି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ତିନୋଟି ଡ୍ରୋନ୍‌କୁ ଗୁଳି କରି ନଷ୍ଟ କରିଦିଆଯାଇଛି। 

ହୁତି ସାମରିକ ମୁଖପାତ୍ର ୟାହ୍ୟା ସାରି କହିଛନ୍ତି, ଅଲ-ଜଫ ଏୟାରଫିଲ୍ଡରେ ଏକ ସାଉଦି ସଶସ୍ତ୍ର ଗୁଇନ୍ଦା ବିମାନକୁ ଟାର୍ଗେଟ କରାଯାଇଛି। ବିମାନଟି ଅଞ୍ଚଳରେ ସନ୍ଦିଗ୍ଧ କାର୍ଯ୍ୟକଳାପ କରୁଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସାରି କହିଛନ୍ତି, ଉତ୍ତେଜନା ବୃଦ୍ଧି ପାଇବା ପରଠାରୁ ହୁତିମାନେ ପାଞ୍ଚଟି ବିମାନକୁ ଗୁଳି କରି ଖସାଇ ସାରିଛନ୍ତି।

ତିନୋଟି ଡ୍ରୋନ୍‌କୁ ମଧ୍ୟ ଗୁଳି କରି ନଷ୍ଟ
ସାଉଦି-ନେତୃତ୍ୱାଧୀନ ସାମରିକ ମେଣ୍ଟ ରବିବାର କହିଛି, ରାଜଧାନୀ ରିୟାଦକୁ ଲକ୍ଷ୍ୟ କରି ହୁତିଙ୍କ ଦ୍ବାରା ଛଡ଼ାଯାଇଥିବା ଦୁଇଟି ହୁତି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦିଆଯାଇଛି। ସାଉଦି ଆରବର ତୈଳ ଏବଂ ଗ୍ୟାସ୍ ସଂରକ୍ଷଣର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ତିନୋଟି ଡ୍ରୋନ୍‌କୁ ମଧ୍ୟ ଗୁଳି କରି ନଷ୍ଟ କରାଯାଇଛି। ହୁତିଙ୍କ ପକ୍ଷରୁ ସାଉଦି ବିମାନବନ୍ଦର, ବନ୍ଦର ଏବଂ ତୈଳ ସୁବିଧା ଉପରେ ଆକ୍ରମଣ ଜୋରଦାର କରାଯାଇଛି। ଏହାର ଜବାବରେ ସାଉଦି ଆରବ ୟେମେନରେ ହୁତିଙ୍କ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ ଜାରି ରହିଛି। ଫଳରେ ଦୁଇ ପକ୍ଷଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

Netanyahu: ଇରାନକୁ ଧ୍ୱଂସ କରାଯାଇ ପରମାଣୁ ଅସ୍ତ୍ର ତିଆରି କରିବା କ୍ଷମତାକୁ ନଷ୍ଟ କରାଯିବ: ନେତାନ୍ୟାହୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.