ARTICLE AD BOX
ଆଜିକା ସମୟରେ ଘରେ ଘରେ ମଧୁମେହରେ ପୀଡ଼ିତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। କାରଣ ଏହି ରୋଗ ପାଇଁ କିଛି ବୟସ ନାହିଁ। ଏକଥା ଅନେକଙ୍କୁ ଜଣା ଯେ ମଧୁମେହରେ ପୀଡ଼ିତ ଲୋକେ ଫଳ ଖାଇଥାନ୍ତି। କିନ୍ତୁ ଜାଣନ୍ତି କି କେତେକ ଲୋ ସୁଗାର ଫଳ ଖାଇବା ସେମାନଙ୍କ ପାଇଁ ଖୁବ୍ ଲାଭଦାୟକ। କମଳା ହେଉଛି ଏଭଳି ଏକ ଫଳ ଯେଉଁଥିରେ ମାତ୍ର ୧୨ ଗ୍ରାମ୍ ସୁଗାର୍ ଓ ୭ କ୍ୟାଲୋରି ଥାଏ। ଏହା ରକ୍ତଚାପ ନିୟନ୍ତ୍ରଣ ମଧ୍ୟ କରିଥାଏ। ମଧୁମେହ ରୋଗୀଙ୍କ ପାଇଁ ଆଉ ଏକ ଉପକାରୀ ଫଳ ହେଲା ଅଙ୍ଗୁର। ଏକ ମଧ୍ୟମ ଆକାରର ଅଙ୍ଗୁରରେ ମାତ୍ର ୯ ଗ୍ରାମ୍ ସୁଗାର୍ ଥାଏ। ତେବେ ଏହାକୁ ସୀମିତ ମାତ୍ରାରେ ସେବନ କରିଲେ ଖୁବ୍ ଭଲ।
ସେଓର ଜୁସ୍ ନ ପିଇବା ଭଲ
ଆଉ ଏକ ଲାଭଦାୟକ ଫଳ ହେଉଛି ସେଓ, ଯାହା ମଧୁମେହ ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ। କାରଣ ଏଥିରେ ମାତ୍ର ୧୯ ଗ୍ରାମ୍ ସୁଗାର ମିଳିଥାଏ। ଏଣୁ ଏହାକୁ ଚୋବାଇ ଖାଇବା ଭଲ। ସେଓର ଜୁସ୍ ନ ପିଇବା ଭଲ। ତରଭୁଜ ମଧ୍ୟ ସେହି ଧରଣର ଏକ ଫଳ। ଏକାକୀ ତରଭୁଜରେ ମାତ୍ର ୧୦ ଗ୍ରାମ୍ ସୁଗାର୍ ଥାଏ। ଏହି ଫଳରେ ଆଇରନର ମାତ୍ରା ମଧ୍ୟ ଅଧିକ। ଜାମୁକୋଳି ବି ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ସଦୃଶ। ଗୋଟିଏ କପ୍ ଜାମୁକୋଳିରେ ମାତ୍ର ୭ ଗ୍ରାମ୍ ସୁଗାର ରହିଛି। ତେବେ ସୀମିତ ମାତ୍ରାରେ ଏହାକୁ ସେବନ କରିବା ଉଚିତ ବୋଲି ପରାମର୍ଶ ଦିଆଯାଇଥାଏ।

14 minutes ago
1


