ARTICLE AD BOX
ଜେରୁସାଲେମ:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନକୁ ଚେତାବନୀ ଦେଇ କହିଛନ୍ତି,ଏବେ ସମୟ ଆସିଛି ତେହେରାନକୁ ଧ୍ବଂସ କରାଯିବ। ଇରାନ ପୁଣି ଥରେ ନିଜର ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚେଷ୍ଟା କରୁଛି। ଏଭଳି କାର୍ଯ୍ୟ ଦ୍ବାରା ଇସ୍ରାଏଲ ପାଇଁ ବିପଦ ସୃଷ୍ଟି ହେଉଛି। ଇରାନ ସରକାର ଇସ୍ରାଏଲକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। ସେ ଅଭିଯୋଗ ଆଣିଛନ୍ତି, ଇରାନର ସରକାର ପୂର୍ବରୁ ହଜାର ହଜାର ଲୋକଙ୍କ ହତ୍ୟା କରିସାରିଛନ୍ତି। ଇରାନ ୟୁରାନିୟମ ସମୃଦ୍ଧି ପୁଣି ଆରମ୍ଭ କରିବା ଏବଂ ପରମାଣୁ ଅସ୍ତ୍ର ବିକାଶ ଉପରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆରମ୍ଭ କରିଥିବାରୁ ଇସ୍ରାଏଲ ପ୍ରତି ବିପଦ ବୃଦ୍ଧି ପାଇଛି।
ବିପଦକୁ ଦୂର କରିହେବ ନାହିଁ
ନେତାନ୍ୟାହୁଙ୍କ ଅନୁଯାୟୀ, ଏକ ଦୁର୍ବଳ ସରକାର କିମ୍ବା ଆରବ ଦଳଗୁଡ଼ିକ ଦ୍ୱାରା ସମର୍ଥିତ ସରକାର ଇରାନ ଦ୍ବାରା ସୃଷ୍ଟି ହେଉଥିବା ବିପଦକୁ ଦୂର କରିହେବ ନାହିଁ। ତେଣୁ ଦେଶରେ ଜାତୀୟ ଏକତା ସରକାରଙ୍କର ଆବଶ୍ୟକତା ରହିଛି।। ଯାହା ଦ୍ବାରା ଇସ୍ରାଏଲର ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ।
Arrested: ପଞ୍ଜାବରୁ ପାକିସ୍ତାନ ଲିଙ୍କ୍ ଥିବା ଯୁବତୀଙ୍କ ସମେତ ୨ ଗିରଫ

16 minutes ago
1


