ARTICLE AD BOX
ଟୋକିଓ: ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ଲକ୍ଷ୍ୟ ସେନ୍ଙ୍କ ଚମତ୍କାର ପ୍ରଦର୍ଶନ ଜାରି ରଖି ଦୁଇ ସପ୍ତାହରେ ଲଗାତାର ୨ ବିଡବ୍ଲ୍ୟୁଏଫ୍ ଟୁର୍ ମୁକୁଟ କରାୟତ୍ତ କରିଛନ୍ତି। ରବିବାର ଜାପାନ ମାଷ୍ଟର୍ସ ଜାପାନରେ ସେ ପୁରୁଷ ଏକକ ଟ୍ରଫି ଜିତିଛନ୍ତି। ରବିବାର ଫାଇନାଲ୍ରେ ଗତ ସପ୍ତାହରେ ହାଇଲୋ ଓପନ୍ ବିଜେତା ଲକ୍ଷ୍ୟ ୧୩-୨୧, ୨୧-୧୮, ୨୧-୧୪ରେ ଜାପାନର କୋକି ୱାତାନାବେଙ୍କୁ ପରାସ୍ତ କରିଥିଲେ।
ପ୍ରଥମ ଗେମ୍ ହାରିବା ପରେ ଲକ୍ଷ୍ୟ ସଫଳ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇ ଗେମ୍ ଜିତି ନେଇଥିଲେ। ଏହି ମ୍ୟାଚ୍ ଜିତିବାକୁ ୧ ଘଣ୍ଟା ୪ ମିନିଟ୍ ସମୟ ନେଇଥିଲେ। ଲ୪୍ୟ ଏହି ଟ୍ରଫି ବିଜୟ ସହ ହାଙ୍ଗ୍ଝୌରେ ହେବାକୁ ଥିବା ଚଳିତ ବର୍ଷର ଶେଷ ବିଡବ୍ଲ୍ୟୁଏଫ୍ ପ୍ରତିଯୋଗିତା ବିଶ୍ବ ଟୁର୍ ଫାଇନାଲ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
IND vs NZ: ୧୧ ବର୍ଷ ପରେ ବିରାଟ କୋହଲିଙ୍କୁ ଭୟଙ୍କର ଝଟକା, ରୋହିତ ଶର୍ମା ମଧ୍ୟ କଲେ ନିରାଶ

14 minutes ago
1


