ARTICLE AD BOX
ଲଣ୍ଡନ: ଅନଲାଇନରେ ନାବାଳିକାଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ବ୍ରିଟେନର ଏକ କୋର୍ଟ ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ର ବିଲାଲ କାଜିଙ୍କୁ ୩୦ ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି। କୋର୍ଟରେ ଶୁଣାଣିବେଳେ କାଜି ତାଙ୍କ ଅପରାଧ ସ୍ବୀକାର କରିଛନ୍ତି। ଉତ୍ତର ପଶ୍ଚିମ ଇଂଲଣ୍ଡର ଚେଷ୍ଟର କ୍ରାଉନ କୋର୍ଟ ଶୁକ୍ରବାର (୧୩ ନଭେମ୍ବର)ରେ କାଜିଙ୍କୁ ଦଣ୍ଡାଦେଶ ଦେଇଛନ୍ତି।
ବ୍ରିଟିଶ ଅଧିକାରୀ କାଜିଙ୍କୁ ‘ସିରିୟଲ ଅନଲାଇନ୍ ଗ୍ରୁମର’ ବୋଲି କହିଛନ୍ତି, ଯିଏ ଅନେକ ନାବାଳିକାଙ୍କୁ ଧମକାଇ ଯୌନ ଶୋଷଣ କରୁଥିଲା। ପ୍ରତାରିତ ପୀଡ଼ିତା ମାନସିକ ଅବସାଦରେ ରହୁଥିଲେ। ସୋସିଆଲ ମିଡିଆ ଓ ଗେମିଂ ପ୍ଲାଟଫର୍ମ ସ୍ନାପଚ୍ୟାଟ, ରୋବଲୋକ୍ସ ଏବଂ ୱିଙ୍କରେ ନିଜକୁ ୧୪ ବର୍ଷର କିଶୋର ଭାବରେ ପରିଚୟ ଦେଇ ୧୦ ରୁ ୧୫ ବର୍ଷ ବୟସର ଝିଅମାନଙ୍କ ସହିତ ବନ୍ଧୁତା କରୁଥିଲା। କାଜି ନିଜକୁ ‘ରିସ୍’ ନାମକ ଶ୍ବେତ ବ୍ରିଟିଶ ନାଗରିକର ପରିଚୟ ଦେଉଥିଲା ଓ ଜଣେ ଅଜ୍ଞାତ ବାଳକର ଫଟୋ ବ୍ୟବହାର କରୁଥିଲା।
ଆପତ୍ତିଜନକ ଚିତ୍ର ପଠାଇବା ଧମକ ଦେଇ ବ୍ଲାକମେଲ୍
କାଜି ପ୍ରଥମେ ଝିଅମାନଙ୍କ ସହିତ ଅନଲାଇନରେ ବନ୍ଧୁତା ସ୍ଥାପନ କରୁଥିଲା ଓ ତା’ପରେ ସେମାନଙ୍କୁ ଯୌନ କାର୍ଯ୍ୟରେ ଲିପ୍ତ ଥିବା ଫଟୋ ଓ ଭିଡିଓ ଉଠାଇବାକୁ ବାଧ୍ୟ କରୁଥିଲା, ଯେଉଁମାନେ ତାଙ୍କର ପରବର୍ତ୍ତୀ ଦାବି ପାଳନ କରିବାକୁ ମନା କରୁଥିଲେ ସେମାନଙ୍କୁ ସେ ସେମାନଙ୍କର ଆପତ୍ତିଜନକ ଚିତ୍ର ଅନ୍ୟମାନଙ୍କୁ ପଠାଇବାକୁ ଧମକ ଦେଇ ବ୍ଲାକମେଲ୍ କରୁଥିଲେ। ଡିସେମ୍ବର ୨୦୨୧ରେ ଜଣେ ୧୩ ବର୍ଷୀୟା ଝିଅ ପୁଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ ୧୮୦ ଜଣ ସମ୍ଭାବ୍ୟ ପୀଡିତାଙ୍କୁ ଚିହ୍ନଟ କରିଛି। କାଜିଙ୍କୁ ୨୧ ଜୁଲାଇ, ୨୦୨୩ ରେ ହିଥ୍ରୋ ବିମାନବନ୍ଦରରୁ ଗିରଫ କରାଯାଇଥିଲା।
Hero ki Horrorine: ଗୋବିନ୍ଦାଙ୍କ ପୁଅଙ୍କ ବଲିଉଡ୍ ଡେବ୍ୟୁ, ଡରାଇବେ ଯଶବର୍ଦ୍ଧନ!

2 days ago
3


