ARTICLE AD BOX
ଖୋରଧା: ଖୋରଧା ଅଞ୍ଚଳରେ ଆଜି ଦିନକ ମଧ୍ୟରେ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଛି।
Khordha Land Fraud Case: ଜମି ଜାଲିଆତି ମାମଲା; ଖୋର୍ଦ୍ଧା ଉପନିବନ୍ଧକ କାର୍ଯ୍ୟାଳୟରେ ଡିଟିପି ଅପରେଟର ବହିଷ୍କୃତ
ଖୋରଧା ସଦର ଥାନା ୧୬ନମ୍ବର ଜାତୀୟ ରାଜପଥ ତୋଟାପଡ଼ା କେତକୀଝର ଗେଟ୍ ନିକଟରେ ଆଜି (ରବିବାର) ଭୋର୍ରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଏକ ଆନ୍ଧ୍ରପ୍ରଦେଶ ପଞ୍ଜୀକୃତ ହୋଇଥିବା ଏକ ଟ୍ରକ୍ ରାସ୍ତାପାର୍ଶ୍ବରେ ଠିଆ ହୋଇଥିଲା। ଏହି ସମୟରେ ବ୍ରହ୍ମପୁର ପଟରୁ ଭୁବନେଶ୍ବର ଆସୁଥିବା ଏକ ମକା ବୋଝେଇ ପିକଅପ୍ ଭ୍ୟାନ୍ ଟ୍ରକ୍ର ପଛପଟୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ପିକ୍ଅପ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାଗ୍ରସ୍ତ ପିକଅପ୍ ଗାଡ଼ିରୁ ଚାଳକଙ୍କ ମୃତଦେହ ଉଦ୍ଧାର କରିଥିଲେ। ଖବର ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ।
High Court: ଖୋର୍ଦ୍ଧା ସଦର ଥାନାର ତତ୍କାଳୀନ ଆଇଆଇସିଙ୍କ ବିରୋଧରେ ଏସଟିଏଫ ମାମଲା ରଦ୍ଦ କଲେ ହାଇକୋର୍ଟ
ଅନ୍ୟ ଏକ ଘଟଣାରେ, ଖୋରଧା ଶିଳ୍ପାଞ୍ଚଳ ଥାନା ଗୁରୁଜଙ୍ଗ ହଳଦିଆ ରାସ୍ତାର ଟାଙ୍ଗିଆପଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ବର୍ଷର ବାଳକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଟାଙ୍ଗିଆପଡ଼ାରେ ସନ୍ତୋଷ ମହାନ୍ତିଙ୍କ ପୁଅ ସୁଜିତ ମହାନ୍ତି। ବାପାଙ୍କ ସହ ସୁଜିତ ଘର ତିଆରି ସାମଗ୍ରୀ କିଣିବାକୁ ଖୋରଧା ଆସିଥିଲେ। ବାପା ଓ ପୁଅ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ବାଟରେ ବାପା ସୁଜିତ ମହାନ୍ତି ପରିସ୍ରା ଯିବା ପାଇଁ ଗାଡ଼ି ରଖି ରାସ୍ତା କଡ଼କୁ ଯାଇଥିବା ବେଳେ ପୁଅ ବାଇକ୍ ପାଖରେ ଠିଆ ହୋଇଥିଲେ। ହଳଦିଆରୁ ଖୋରଧା ଆଡ଼କୁ ଯାଉଥିବା ଏକ ତେଲ ଟ୍ୟାଙ୍କର (ଏମପି ୧୩ଏଚ୍-୦୯୪୩) ଦ୍ରୁତ ବେଗରେ ଆସି ପୁଅକୁ ଧକ୍କା ଦେବା ଫଳରେ ପୁଅର ମୁଣ୍ଡ ଫାଟି ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ବାପାର ଆଖି ଆଗରେ ପୁଅର ଏପରି ମୃତ୍ୟୁ ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଟ୍ରକକୁ ଅଟକାଇଥିଲେ। ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋରଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଦୀର୍ଘ ସମୟ ରାସ୍ତା ଅବରୋଧ ପରେ ଖୋରଧା ଅତିରିକ୍ତ ତହସିଲଦାର ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିବା ସହ ପୁଲିସ ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।

15 minutes ago
1


