Health expensive: ଚିକିତ୍ସାରେ ପକେଟ୍‌ରୁ ଖର୍ଚ୍ଚ କମୁଛି; ସରକାରୀ ଖର୍ଚ୍ଚରେ ୩ ଗୁଣା ବୃଦ୍ଧି

16 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଦେଶରେ ସ୍ୱାସ୍ଥ୍ୟସେବା ପାଇଁ ସରକାରୀ ଖର୍ଚ୍ଚ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଚିକିତ୍ସା ପାଇଁ ସାଧାରଣ ଲୋକଙ୍କୁ ନିଜ ପକେଟରୁ କରିବାକୁ ପଡୁଥିବା ଖର୍ଚ୍ଚର ଅନୁପାତ ହ୍ରାସ ପାଇଛି। ୨୦୧୩-୧୪ରେ ମୋଟ ସ୍ୱାସ୍ଥ୍ୟ ଖର୍ଚ୍ଚର ୬୪.୨%କୁ ଲୋକମାନେ ନିଜ ପକେଟ୍‌ରୁ ବାହାର କରୁଥିଲେ। ୨୦୨୩-୨୪ରେ ସେହି ହାର ୪୨.୭%କୁ ଖସିଆସିଛି। 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ସ୍ୱାସ୍ଥ୍ୟ ହିସାବ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ୨୦୧୩-୧୪ରେ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ୧.୩୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଯାହା ୨୦୨୩-୨୪ରେ ୪.୧୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଦଶ ବର୍ଷ ମଧ୍ୟରେ ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚ ତିନି ଗୁଣରୁ ଅଧିକ ବଢ଼ିଛି। 

ସେହିପରି ଦେଶରେ ମୁଣ୍ଡପିଛା ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚ ମଧ୍ୟ ବଢ଼ିଛି। ୨୦୧୩-୧୪ରେ ମୁଣ୍ଡପିଛା ଖର୍ଚ୍ଚ ୧,୦୪୨ ଟଙ୍କା ଥିବା ବେଳେ ୨୦୨୩-୨୪ରେ ତାହା ୨,୯୫୯ ଟଙ୍କାରେ ପହଞ୍ଚିଛି। ଏହା ପ୍ରାୟ ୨.୮ ଗୁଣ ବୃଦ୍ଧି ପାଇଛି।୨୦୨୩-୨୪ରେ ଦେଶର ମୋଟ ସ୍ୱାସ୍ଥ୍ୟ ଖର୍ଚ୍ଚ ୯.୫୨ ଲକ୍ଷ କୋଟି ଟଙ୍କା ଥିଲା। ଏଥିରୁ ପ୍ରାୟ ୪.୦୬ ଲକ୍ଷ କୋଟି ଟଙ୍କାକୁ ଲୋକମାନେ ନିଜ ପକେଟରୁ ଖର୍ଚ୍ଚ କରିଥିଲେ। ଏଥିରୁ ଏହା ଜଣାପଡ଼ୁଛି ଯେ ସରକାରୀ ଖର୍ଚ୍ଚ ବଢ଼ିବା ସତ୍ତ୍ୱେ ଚିକିତ୍ସା ପାଇଁ ଏବେବି ଭାରତୀୟ ପରିବାରଗୁଡ଼ିକୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। 

ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ସରକାରୀ ଖର୍ଚ୍ଚ ବୃଦ୍ଧି ପାଇଛି। ୨୦୨୩-୨୪ରେ ଏଥିପାଇଁ ୧.୫୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାଜିକ ସୁରକ୍ଷା ଖର୍ଚ୍ଚର ଅଂଶ ମଧ୍ୟ ବଢ଼ିଛି। ୨୦୧୩-୧୪ରେ ମୋଟ ସ୍ୱାସ୍ଥ୍ୟ ଖର୍ଚ୍ଚରେ ଏହାର ଅଂଶ ୬% ଥିବା ବେଳେ ୨୦୨୩-୨୪ରେ ୧୧% ହୋଇଛି। ଆୟୁଷ୍ମାନ ଭାରତ, ମାଗଣା ଔଷଧ ଓ ରୋଗ ପରୀକ୍ଷା ସୁବିଧା, ଜନଔଷଧି କେନ୍ଦ୍ର ଆଦି ଯୋଜନା ଲୋକଙ୍କ ଚିକିତ୍ସା ଖର୍ଚ୍ଚ କମାଇବାରେ ସହାୟକ ହେଉଥିବା ସରକାର କହିଛନ୍ତି।

Heart Disease Treatment: ହାଇଦ୍ରାବାଦ ଭାଲ୍‌ଭସ୍‌-୨୦୨୬ : ୨୬ଟି ଜଟିଳ ହୃଦ୍‌ରୋଗ ଚିକିତ୍ସାର ସିଧା ପ୍ରଦର୍ଶନ

୨୦୨୩-୨୪ରେ ଘରୋଇ ସ୍ବାସ୍ଥ୍ୟ ବୀମା ଖର୍ଚ୍ଚ ୯୭,୧୬୭ କୋଟି ଟଙ୍କା ଥିଲା। ସେଥିରୁ ୫୫,୬୬୬ କୋଟି ଟଙ୍କା ନିଯୁକ୍ତିଦାତା ଦେଇଥିବା ବୀମା ପଲିସି ଓ ଅବଶିଷ୍ଟ ୪୧,୫୦୧ କୋଟି ଟଙ୍କା ଲୋକମାନେ ନିଜ ପାଇଁ କରିଥିବା ସ୍ବାସ୍ଥ୍ୟ ବୀମା ପଲିସିରୁ ଖର୍ଚ୍ଚ ହୋଇଥିଲା। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ବିଭିନ୍ନ ରାଜ୍ୟ ସରକାର ଆଣିଥିବା ସ୍ବାସ୍ଥ୍ୟ ବୀମା ଯୋଜନାରେ ୩୩,୩୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଅନ୍ୟାନ୍ୟ ସାମାଜିକ ସ୍ବାସ୍ଥ୍ୟ ବୀମା ଯୋଜନା ଯଥା ସିଜିଏଚ୍‌ଏସ୍‌, ଇଏସ୍‌ଆଇଏସ୍‌ ଓ ଇସିଏଚ୍‌ଏସ୍‌ରେ ଖର୍ଚ୍ଚ ୩୯,୦୭୮ କୋଟି ଟଙ୍କା ଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.