ARTICLE AD BOX
ନୂଆଦିଲ୍ଲୀ: ଲିକେନଷ୍ଟିନ୍ର କ୍ରାଉନ୍ ପ୍ରିନ୍ସ ଆଲୋଇସ ଓ ୟୁରୋପୀୟ ପ୍ରତିନିଧିଙ୍କ ଲାଗି ହାଇଦ୍ରାବାଦ ହାଉସ୍ରେ ଆୟୋଜନ କରାଯାଇଥିବା ସ୍ବତନ୍ତ୍ର ଭୋଜନରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଟରନ୍ୟାସନାଲ ଟ୍ରାକ୍ଟର୍ସ ଲିମିଟେଡ୍ (ଆଇଟିଏଲ୍)ର ପରିଚାଳନା ନିର୍ଦ୍ଦେଶକ ଡ. ଦୀପକ ମିତ୍ତଲଙ୍କୁ ଆମନ୍ତ୍ରଣ କରିଥିଲେ।
ଏ ସମ୍ପର୍କରେ ଡ. ମିତ୍ତଲ କହନ୍ତି, ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିଷ୍ଠା ବଢ଼ାଉଥିବା ଭଳି ଏକ କାର୍ଯ୍ୟକ୍ରମର ଅଂଶ ହେବା ବାସ୍ତବରେ ଗର୍ବର ବିଷୟ। ଏହି ନିମନ୍ତ୍ରଣ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ଏହି ଅବସରରେ ଭାରତ-ଇଏଫ୍ଟିଏ ଚୁକ୍ତି ଏବଂ ଅତ୍ୟାଧୁନିକ ମାନୁଫାକ୍ଚରିଂ, ଶିଳ୍ପ ପ୍ରଯୁକ୍ତି, ସ୍ଥାୟୀ ବିକାଶ ଓ ସୀମାପାର ନିବେଶ ବିଷୟରେ ସହଯୋଗିତା ବଢ଼ାଇବା ସମ୍ପର୍କିତ ଆଲୋଚନା ହୋଇଥିଲା। ଆଇଟିଏଲ୍ ଭଳି ଭାରତର ବିଶ୍ବସ୍ତରୀୟ କମ୍ପାନିର ଗୁରୁତ୍ବ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା ବୋଲି ସେ କହିଛନ୍ତି।

16 minutes ago
1


