Sensation in the capital: ରାଜଧାନୀରେ ଚାଞ୍ଚଲ୍ୟ: ଯୁବତୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁଷ୍କର୍ମ

58 minutes ago 1
ARTICLE AD BOX

ଭୁବନେଶ୍ବର: ରାଜଧାନୀର ହାଇପ୍ରୋଫାଇଲ ନୂଆପଲ୍ଲୀ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଦୁଷ୍କର୍ମ ଘଟିଛି। ଭଡ଼ାଘରେ ରହୁଥିବା ଜଣେ କର୍ମଜୀବୀ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଯୁବତୀଜଣକ ଏକା ଥିବା ସୁଯୋଗରେ ମୁଖାପିନ୍ଧିଥିବା ବନ୍ଧୁକଧାରୀ ଦୁର୍ବୃତ୍ତ ଜଣକ ଘର ଭିତରକୁ ଧସେଇ ପଶି ଏହି କାଣ୍ଡ ଭିଆଇଛି। ପୀଡ଼ିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଓ ହାତଗୋଡ଼କୁ ବାନ୍ଧି ଦୁଷ୍କର୍ମ କରିବା ପରେ ଖସି ପଳାଇଛି। ଏହି ଅଘଟଣର ଘଣ୍ଟାକ ଭିତରେ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୁଲିସ ଦୁର୍ବୃତ୍ତର ଟେର ପାଇନାହିଁ। ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଘଟିଥିବା ଏଭଳି ଅଭାବନୀୟ କାଣ୍ଡ ରାଜଧାନୀରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବଡ଼ପ୍ରଶ୍ନ ଚିହ୍ନ ଛିଡ଼ା କରିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସାରା ରାଜଧାନୀରେ ଗଭୀର ଆଲୋଡ଼ନ ଖେଳିଯାଇଛି। ପୁଲିସର କାର୍ଯ୍ୟାନୁଷ୍ଠାନ ଚିରାଚରିତ ଢଙ୍ଗରେ ନମୁନା ସଂଗ୍ରହ, ଡାକ୍ତରୀ ମାଇନା, ପୀଡ଼ିତାଙ୍କ ବୟାନ ରେକର୍ଡ କରାଇବା ଭଳି ପଦକ୍ଷେପରେ ସୀମିତ ରହିଛି ଏବଂ ଘଟଣାର ୨୪ ଘଣ୍ଟା ପରେ ବି ଦୁର୍ବୃତ୍ତକୁ ଠାବ କରିପାରିନାହିଁ। ଏଣୁ ବିଭିନ୍ନ ମହଲରେ କମିସନରେଟ୍‌ ପୁଲିସର ପାରିବାପଣିଆକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। 

Mountain Bike Cycling: ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍‌ ବାଇକ୍‌ ସାଇକ୍ଲିଂ ଚାମ୍ପିଅନ୍‌ସିପ୍‌

ସଞ୍ଜରେ ଘରେ ପଶିଗଲା ଦୁର୍ବୃତ୍ତ
ପୀଡ଼ିତାଙ୍କୁ ବାନ୍ଧି ପକାଇଥିଲା

ନୂଆପଲ୍ଲୀ ଅଞ୍ଚଳର ଏକ ସାହିରେ ଭଡ଼ା ଘରେ ବଡ଼ଭଉଣୀ ଓ ଭିଣୋଇଙ୍କ ପାଖରେ ରହି ପୀଡ଼ିତା ଏକ ଘରୋଇ ସଂସ୍ଥାରେ ଚାକିରି କରୁଛନ୍ତି। ବଡ଼ଭଉଣୀ ଗତକାଲି (ବୁଧବାର) ରାତି ପ୍ରାୟ ସାଢ଼େ ୭ଟା ବେଳେ ଘରପାଖ ଫିଜିଓଥେରାପି କେନ୍ଦ୍ରକୁ ଯାଇଥିଲେ। ସଞ୍ଜ ବୁଡ଼ ଓ ରାସ୍ତାରେ ଲୋକଙ୍କ ଚଳପ୍ରଚଳ ଥିବାରୁ ପୀଡ଼ିତା ଘର ଭିତରୁ କବାଟ କିଳିବାକୁ
 ଭୁଲି ଯାଇଥିଲେ। ରାତି ପାଖାପାଖି ୮ଟା ବେଳେ ହଠାତ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ଘର ଭିତରକୁ ଧସେଇ ପଶିଥିଲା। ପୀଡ଼ିତା କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତଜଣକ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଚୁପ୍‌ ରହିବାକୁ ନିର୍ଦ୍ଦେଶ ଦେବା ସହ ତାଙ୍କ ମୋବାଇଲ ଛଡ଼ାଇନେଇ ଚଟାଣରେ କଚାଡ଼ି ଭାଙ୍ଗି ଦେଇଥିଲା। ଏହାପରେ ପୀଡ଼ିତାଙ୍କ ପାଟିରେ ଓଢ଼ଣି ବାନ୍ଧିବା ସହ ଅନ୍ୟ ଏକ ଓଢ଼ଣିରେ ତାଙ୍କ ହାତଗୋଡ଼କୁ ବାନ୍ଧି ପକାଇ ଦୁଷ୍କର୍ମ କରିସାରିବା ପରେ ବାହାରୁ କବାଟ କିଳି ପଳାଇଥିଲା। ରାତି ପାଖାପାଖି ୯ଟା ବେଳେ ବଡ଼ଭଉଣୀ ଘରକୁ ଫେରି ବାହାରୁ କବାଟ ବନ୍ଦ ଥିବା ଦେଖି ବିସ୍ମିତ ହୋଇଥିଲେ। ଘର ଭିତରକୁ ପଶିବା ପରେ ତାଙ୍କ ମୁଣ୍ଡରେ ଆକାଶ ଛିଣ୍ଡିପଡ଼ିଥିଲା। ଭଉଣୀକୁ ଉଦ୍ଧାର କରିବା ପରେ ସେ ତୁରନ୍ତ ପୁଲିସକୁ ଯୋଗାଯୋଗ କରିଥିଲେ। ଖବର ପାଇବା ମାତ୍ରେ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳକୁ ଛୁଟି ଆସିଥିଲା। ପୁଲିସ ଟିମ୍‌ ପଛେପଛେ ସାଇଣ୍ଟିଫିକ୍‌ ଟିମ୍‌ ବି ପହଞ୍ଚିଥିଲା। ପୀଡ଼ିତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେପଟେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। କିଛି ସମୟ ପରେ ପୁଲିସର ଅନ୍ୟ ଏକ ସ୍ବତନ୍ତ୍ର ଟିମ୍‌ ପହଞ୍ଚି ସ୍ଥାନୀୟ ଅଞ୍ଚଳର ସମସ୍ତ ସିସିଟିଭି ଯାଞ୍ଚ ଆରମ୍ଭ କରିଥିଲା। ମାତ୍ର ପୁଲିସର ସମସ୍ତ ତ୍ବରିତ ପଦକ୍ଷେପ ସତ୍ତ୍ବେ ଦୁର୍ବୃତ୍ତ ପାର୍‌ ହୋଇସାରିଥିଲା। 

Education: ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛ ଭାରତ ମିସନ ଆରମ୍ଭ କରାଯାଇଛି: ମନ୍ତ୍ରୀ

କ୍ରାଇମ୍‌ ସ୍ପଟ୍‌ରୁ ପୁଲିସ ଅନୁମାନ କରୁଛି ଯେ ବହୁ ଦିନ ଧରି ଦୁର୍ବୃତ୍ତଜଣକ ପୀଡ଼ିତାଙ୍କ ଉପରେ ନଜର ରଖିଥିଲା। ପୀଡ଼ିତା କେତେବେଳେ ଘରେ ଏକୁଟିଆ ରହୁଛନ୍ତି, ବଡ଼ଭଉଣୀ କେତେବେଳେ ତାଙ୍କ କର୍ମକ୍ଷେତ୍ରକୁ ଯାଉଛନ୍ତି, ସେସବୁକୁ ଭଲ ଭାବେ ରେକି କରିଥିଲା ଦୁର୍ବୃତ୍ତ। ଏହି କାଣ୍ଡ ଭିଆଇବାକୁ ସେ ବେଶ୍‌ କିଛି ଦିନ ହେଲା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା। ଦୁର୍ବୃତ୍ତଜଣକ ସ୍ଥାନୀୟ ଅଞ୍ଚଳ ସହ ଭଲ ଭାବେ ଜଡ଼ିତ ଏବଂ ସିସିଟିଭିରେ ତା’ର ଗତିବିଧି କେଉଁଠି ନା କେଉଁଠି କଏଦ ହୋଇଛି। ତେଣୁ ଅପରାଧୀ ବେଶି ଦୂର ଯିବା ସହଜ ହେବ ନାହିଁ ଏବଂ ଖୁବ୍‌ଶୀଘ୍ର ସେ ପୁଲିସ ଜାଲରେ ପଡ଼ିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.