Chief Minister: ସହର ଆମର, ସ୍ୱଚ୍ଛ ରଖିବା ଦାୟିତ୍ୱ ଆମର: ମୁଖ୍ୟମନ୍ତ୍ରୀ

42 minutes ago 1
ARTICLE AD BOX

ଭୁବନେଶ୍ୱର: ଏ ସହର ଆମର ଓ ଏହାର ସ୍ୱଚ୍ଛତାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ବର୍ତ୍ତମାନ ଦେଶର ସ୍ୱଚ୍ଛତା ରୢାଙ୍କିଂରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି। ଆମେ ସମସ୍ତେ ବ୍ୟକ୍ତିଗତ ଭାବେ ନିଜ ନିଜର ଦାୟିତ୍ୱ ଠିକ୍ ଭାବେ ତୁଲାଇବା, ତେବେ ଆମ ସହର ଦେଶର ସବୁଠାରୁ ସ୍ୱଚ୍ଛ ଓ ସୁନ୍ଦର ହୋଇ ପ୍ରଥମ ସ୍ଥାନ ହାସଲ କରିବ। ବିଏମ୍‌ସି ପକ୍ଷରୁ ଖଣ୍ଡଗିରିରେ ଆୟୋଜିତ ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଆମେ ଯେପରି ନିଜ ଘର, ବାଡ଼ି, ଦାଣ୍ଡ ଓ ଅଗଣା ସଫା ରଖୁଛୁ, ସେହିପରି ଆମ ଦୃଷ୍ଟିକୋଣକୁ ଆଉ ଟିକିଏ ପ୍ରସାରିତ କରିବା ଆବଶ୍ୟକ।

Weather: ‘ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି’

‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନ

ଘର ଆଗ ରାସ୍ତା ଓ ନିଜ କଲୋନିକୁ ସଫା ରଖିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟରେ ଯୋଡ଼ିହୋଇ ଘରର ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରି ନିୟମିତ ସଫେଇ ଗାଡ଼ିକୁ ଦେବା , ରାସ୍ତାରେ ଅଳିଆନିଜେ ଫିଙ୍ଗିବା ନାହିଁ ଓ ଅନ୍ୟମାନଙ୍କୁ ମଧ୍ୟ ବାରଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ମହାତ୍ମା ଗାନ୍ଧୀ ସ୍ୱଚ୍ଛତା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ। ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗାନ୍ଧୀଜୀଙ୍କ ଏହି ସ୍ୱପ୍ନର ସଫଳ ରୂପାୟନ କରି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ମାଧ୍ୟମରେ ଏହାକୁ ଏକ ବ୍ୟାପକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୂର୍ବାପେକ୍ଷା ଭୁବନେଶ୍ୱର ସହର ଅଧିକ ସ୍ୱଚ୍ଛ ଓ ସୁନ୍ଦର ହୋଇପାରିଥିବାରୁ, ଏହାର ଶ୍ରେୟ ସଫେଇ ମିତ୍ରମାନଙ୍କୁ ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସଫେଇ ମିତ୍ରମାନଙ୍କ ସାମାଜିକ ସୁରକ୍ଷା ଓ ସେମାନଙ୍କୁ ବାସଗୃହ ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।

Education: ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛ ଭାରତ ମିସନ ଆରମ୍ଭ କରାଯାଇଛି: ମନ୍ତ୍ରୀ

ଏଥିସହିତ ଦେଶର ୫୦ଟି ‘ମଡେଲ ସାନିଟେସନ ସିଟି’ ଭାବେ ବିକଶିତ ହେବା ପାଇଁ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଭୁବନେଶ୍ୱର ଓ ପୁରୀ ମନୋନୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଉଭୟ ମହାନଗର ନିଗମର କର୍ତ୍ତୃପକ୍ଷ, ଅଧିକାରୀ ଏବଂ ବିଶେଷ ଭାବେ ସଫେଇ ମିତ୍ରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର ବିଧାୟକ ବାବୁ ସିଂ, ବିଏମ୍‌ସି ମେୟର ସୁଲୋଚନା ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ଜଗନ୍ନାଥ ପ୍ରଧାନ, ବିଏମ୍‌ସି କମିସନର ଚଞ୍ଚଲ ରାଣାଙ୍କ ସମେି ବହୁ କର୍ପୋରେଟର୍‌, ବିଏମ୍‌ସି କର୍ମଚାରୀ ଓ ସଫେଇ ମିତ୍ର ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.