Self Immolation: ଜାତିସଂଘ ମୁଖ୍ୟାଳୟ ନିକଟରେ ଆତ୍ମଦାହ ପରେ ତିବ୍ବତୀୟ ବ୍ୟକ୍ତିଙ୍କ ମୃତ୍ୟୁ

1 month ago 18
ARTICLE AD BOX

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟ ବାହାରେ ଗୁରୁବାର ଜଣେ ୫୨ ବର୍ଷୀୟ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ କରିଛନ୍ତି। ଆତ୍ମଦାହ କରିବା ପୂର୍ବରୁ ବ୍ୟକ୍ତି ଜଣଙ୍କ ହାତରେ ତିବ୍ଦତୀୟ ପତାକା ଥିଲା। ସୂଚନା ପାଇବା ପରେ ପୁଲିସ ଓ ଜରୁରୀକାଳୀନ ଟିମ୍‌ ସେଠାରେ ପହଞ୍ଚି ଥିଲା। ଗୁରୁତର ଭାବେ ପୋଡ଼ି ଯାଇଥିବା ବ୍ୟକ୍ତି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତକଙ୍କ ନାଁ ଲୋବଗା ରଙ୍ଗଜେନ୍ ବୋଲି ତାଙ୍କର ଜଣେ ବନ୍ଧୁ ଚିହ୍ନଟ କରିଛନ୍ତି। ସେ ପ୍ରାୟ ୨୦ ବର୍ଷ ଧରି ଆମେରିକାରେ ରହୁଥିଲେ ବୋଲି ଜଣାପଡ଼ିଛି। ତଥାପି ଏହା ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ।

US Warned: ନ୍ୟୁୟର୍କ ଟାଇମ୍ସର ଚାଞ୍ଚଲ୍ୟକର ରିପୋର୍ଟ: ଇସ୍ରାଏଲ ଆରାଘଚି ଓ ଗାଲିବାଫଙ୍କୁ ହତ୍ୟା କରିପାରେ ବୋଲି ଇରାନକୁ ଚେତାଇଥିଲା ଆମେରିକା

ଫୁଟପାଥରେ ଏକ ତିବ୍ଦତୀୟ ପତାକା ରଖିଥିଲେ

ଘଟଣାସ୍ଥଳରୁ ମିଳିଥିବା ଭିଡିଓରେ ଆତ୍ମଦାହ କରିଥିବା ବ୍ୟକ୍ତି ପାରମ୍ପରିକବୌଦ୍ଧ ଭିକ୍ଷୁଙ୍କ ପରି ପୋଷାକ ପିନ୍ଧିଥିବା ଦେଖାଯାଉଛି। ସେ ପ୍ରଥମେ ଫୁଟପାଥରେ ଏକ ତିବ୍ଦତୀୟ ପତାକା ରଖିବା ପରେ ନିଜକୁ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବାର ଗୋଟିଏ ମିନିଟ୍ ପରେ ସେ ରାସ୍ତାରେ ପଡ଼ି ଯାଇଥିଲେ। ଏହି ଘଟଣା ପରେ ପୁଲିସ ସେହି ରାସ୍ତାକୁ ଘେରାଇ ଦେଇଛି। ଘଟଣାସ୍ଥଳରେ ‘ଚୀନ୍‌ ତିବ୍ଦତରୁ ଚାଲିଯାଅ’ ବୋଲି ପ୍ରଚାରପତ୍ର ପଡ଼ିଥିବା ମଧ୍ୟ ମିଳିଥିଲା। ସୂଚନାଯୋଗ୍ୟ, ୨୦୦୯ ମସିହାରୁ ତିବ୍ଦତ ଉପରେ ଚୀନର ନିୟନ୍ତ୍ରଣକୁ ବିରୋଧ କରି ୧୫୦ ରୁ ଅଧିକ ତିବ୍ଦତୀୟ ଆତ୍ମଦାହ କରିଛନ୍ତି। ଏମାନଙ୍କ ମଧ୍ୟରେ ବୌଦ୍ଧ ଭିକ୍ଷୁ, ସାଧ୍ବୀ, ଛାତ୍ର, କୃଷକ ଓ ସାଧାରଣ ଲୋକ ଅନ୍ତର୍ଭୁକ୍ତ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.