Seized: ଜଗତସିଂହପୁରରେ ଚଢ଼ାଉ: ଚୋରାଚାଲାଣ କରୁଥିବା ୧୧ଟି ବାଲି ବୋଝେଇ ହାଇୱା ଜବତ

2 days ago 3
ARTICLE AD BOX

ଜଗତସିଂହପୁର: ଜଗତସିଂହପୁରରେ ପ୍ରତିଦିନ ଶହ ଶହ ବାଲି ବୋଝେଇ ହାଇୱା ଜରିଆରେ ବାଲି ଚୋରାଚାଲାଣ ହେଉଥିବାର ଅଭିଯୋଗ ହୋଇଆସୁଛି। ହେଲେ ସେଥିପ୍ରତି କେହି କର୍ଣ୍ଣପାତ କରୁନଥିବା କୁହାଯାଉଥିଲା। ବିଶେଷ କରି ଦେବୀ ନଦୀରୁ ବାଲି ଚୋରାଚାଲାଣ ହେଉଥିଲା। ଏହି ବାଲି କଟକ ଓ ଜଗତସିଂହପୁର ସମେତ ଅନ୍ୟ କେତେକ ଜିଲ୍ଲାକୁ ବି ଚୋରାଚାଲାଣ ହେଉଛି।

ଆଗକୁ ବି ଏଭଳି ଚଢ଼ାଉ ଜାରି ରହିବ

ତେବେ ସେଯାହା ହେଉନା କାହିଁକି, ଆଜି ଭୋର୍ ସମୟରେ ଖଣି ବିଭାଗ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୧୧ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି। ଏନେଇ ଖଣି ଅଧିକାରୀ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଛି। ଆଗକୁ ବି ଏଭଳି ଚଢ଼ାଉ ଜାରି ରହିବ ବୋଲି ଖଣି ଅଧିକାରୀ ସୂଚନା ଦେଇଛନ୍ତି।

Babusan: ବାବୁସାନ୍‌ଙ୍କ ପ୍ୟାନ୍ ଇଣ୍ଡିଆ ସିନେମା: ‘ନବରୂପ’, କୋରାପୁଟରେ ଫିଲ୍ମର ସୁଟିଂ ଜାରି


Read Entire Article
LEFT SIDEBAR AD

Hidden in mobile, Best for skyscrapers.