Saudi Arabia: ସାଉଦିରେ ଭାରତୀୟ ନାଗରିକ ସତର୍କ ରହିବା ପାଇଁ ଭାରତର ଅନୁରୋଧ

5 hours ago 1
ARTICLE AD BOX

ନୂଆଦିଲ୍ଲୀ: ସାଉଦି ଆରବ ରାଜଧାନୀରେ ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିବାରୁ ଭାରତ ଏହାର ନାଗରିକଙ୍କ ପାଇଁ ଏକ ସଦ୍ୟ ଉପଦେଶାବଳୀ ଜାରି କରିଛି। ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍‌ ମଧ୍ୟ ଇତି ମଧ୍ୟରେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ରିୟାଦକୁ ବିମାନ ଚଳାଚଳ ବନ୍ଦ ରଖିଛି। 

ହୁତିର ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଆକ୍ରମଣ ଦାବି ପାଇଁ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରେସନ୍‌ ବାଧାପ୍ରାପ୍ତ ହୋଇଥିବାବେ‌ଳେ ନାଗରିକଙ୍କୁ ସତର୍କ ରହିବା ପାଇଁ ଅନୁ‌ରୋଧ କରାଯାଇଛି। ହୁତିର ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଆକ୍ରମଣ ଦାବି ପରେ ଆଜି ରିୟାଦରେ ପ୍ରଚଣ୍ଡ ବିସ୍ଫୋରଣ ଏବଂ ବିମାନବନ୍ଦରରେ ଥୁଆ ହୋଇଥିବା ଏକ ବିମାନରେ ଧୂଆଁ ଦେଖାଦେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହାପରେ ଭାରତୀୟ ଦୂତାବାସ ରିୟାଦରେ ରହୁଥିବା ନିଜ ନାଗରିକଙ୍କ ପାଇଁ ଏହି ଉପଦେଶାବଳୀ ଜାରି କରିଛି। 

ପରିସ୍ଥିତି ଭଲ ନ ଥିବାରୁ ଭାରତ ନିଜର ନାଗରିକମାନଙ୍କୁ ସତର୍କ ରହିବା ପାଇଁ କହିଛି। ବତ୍ତର୍ମାନର ସ୍ଥିତି ସଂକ୍ରାନ୍ତରେ କୌଣସି ଖବର କିମ୍ବା ଭିଡିଓ ରିପୋଷ୍ଟ୍‌ କରିବାରୁ ଏବଂ ଖବର ପ୍ରସାର କରିବାରୁ ଦୂରେଇ ରହିବା ପାଇଁ ଦୂତାବାସ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛି। ଭାରତୀୟ ଦୂତାବାସ ଏବଂ ଜେଦ୍ଦା ସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ କହିଛି ଯେ, ସ୍ଥିତି ଉପରେ ନଜର ରଖାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ସାଉଦି ଆରବରେ ଥିବା ଭାରତୀୟ ନାଗରିକଙ୍କୁ ଦୂତାବାସର ସୋସିଆଲ ମିଡିଆ ଚ୍ୟାନେଲ୍‌କୁ ଫଲୋ କରିବା ପାଇଁ ପରାମର୍ଶ ଦିଆଯାଇଛି। 

Airport Attack: ସାଉଦି ଆରବ ବିମାନବନ୍ଦର ଉପରେ ଆକ୍ରମଣକୁ ଭାରତର ତୀବ୍ର ନିନ୍ଦା

Read Entire Article
LEFT SIDEBAR AD

Hidden in mobile, Best for skyscrapers.