ARTICLE AD BOX
ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ପଟିଲୋ ପଞ୍ଚାୟତ ମହିଳୋ ଗ୍ରାମରେ ବାଣ ବିସ୍ଫୋରଣରେ ବାପାପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ଏହି ଗ୍ରାମର ମନୋରଞ୍ଜନ ସ୍ବାଇଁଙ୍କ ଘରେ ବିସ୍ଫୋରଣ ଘଟିଥିଲା। ବାଣ ବିସ୍ଫୋରଣର ଶବ୍ଦ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା।
Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ
ମନୋରଞ୍ଜନ ଜଣେ ବାଣ ବ୍ୟବସାୟୀ। ସେ ବାହାଘର ପାଇଁ ବାଣ ବିକ୍ରି କରିବା ସହିତ ଡିଜେ, ଲାଇଟ୍ ଓ଼ ମାଇକ୍ ଯୋଗାଇବା ବ୍ୟବସାୟ କରନ୍ତି। ତାଙ୍କ ଘରେ ରଖିଥିବା ବାଣରେ ଆଜି କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ତାଙ୍କର ପକ୍କାଘର କାନ୍ଥ ମଧ୍ୟ ଫାଟି ଯାଇଥିଲା। ଏହି ଦୁର୍ଘଟଣାରେ ମନୋରଞ୍ଜନ (୫୪), ତାଙ୍କ ପୁଅ ସୌମ୍ୟସାହିଲ (୨୩), ପତ୍ନୀ ରାଜଲକ୍ଷ୍ମୀ ସ୍ୱାଇଁ (୪୫) ଏବଂ ତାଙ୍କ ଘରକୁ ଖାଇବାକୁ ଆସିଥିବା ମହିଳୋ ହାଇସ୍କୁଲର ଶିକ୍ଷକ ମୟୂରଭଞ୍ଜ ଜିଲ୍ଲାର ରାହୁଲରାଜ ମହନ୍ତ (୨୩) ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ ଜଗତସିଂହପୁର ଡାକ୍ତରଖାନା ନିଆଯାଇଥିଲା।
Protest: ସିଇସି ବିରୋଧୀ ଆନ୍ଦୋଳନ ସମୟରେ ତେଜସ୍ବୀ ଅଟକ
ମନୋରଞ୍ଜନଙ୍କର ସେଠାରେ ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ତିନି ଜଣଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ସୌମ୍ୟସାହିଲଙ୍କର ମୃତ୍ୟୁ ଘଟିଥିଲା। ସେହି ଘରେ ମନୋରଞ୍ଜନଙ୍କର ସାନଭାଇ ତ୍ରୈଲୋକ୍ୟ ସ୍ୱାଇଁ ଓ ଝିଆରୀ ରହିଥିଲେ ବି ସେମାନଙ୍କର କୌଣସି କ୍ଷତି ହୋଇନାହିଁ। ଘର ନିକଟରେ ରହିଥିବା ଏକ ଅଟୋ କ୍ଷତିଗ୍ରସ୍ତ ହୋଇଛି। ଦୁଇ ମୃତକଙ୍କର ଶବ ବ୍ୟବଚ୍ଛେଦ ପରେ ଆସନ୍ତାକାଲି ଗାଁକୁ ଅଣାଯିବ। ତିର୍ତ୍ତୋଲ ଏସ୍ଡିପିଓ଼ ଅଜୟ କୁମାର ଦାସ, ତିର୍ତ୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନ, କନକପୁର ଫାଣ୍ଡି ଅଧିକାରୀ ବିଶ୍ୱଜିତ ଗଡ଼ନାୟକ, ଏସ୍ଆଇ ଜୟଦୀପ ମହାନ୍ତି ପ୍ରମୁଖ ଫୋରେନସିକ୍ ଟିମ୍ ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୧ରୁ ୨୦୨୬ ମଧ୍ୟରେ ଜଗତସିଂହପୁର ଜିଲ୍ଲାରେ ବାଣ ବିସ୍ଫୋରଣରେ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ୬୫ରୁ ଅଧିକ ଆହତ ହୋଇଛନ୍ତି।

1 hour ago
1


