ARTICLE AD BOX
ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅଧୀନ ଓଗାଳପଡ଼ା ମୌଜାରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସରକାରୀ ଜମିକୁ ହଡ଼ପ କରିଥିଲେ ଜଣେ ଓଏଏସ୍ ଅଧିକାରୀ। ପରେ ଉକ୍ତ ଜମିକୁ ଅନ୍ୟ ବ୍ୟକ୍ତିଙ୍କୁ ବିକ୍ରି କରି ଦିଆଯାଇଥିଲା ବେଳେ ଏବେ ବ୍ୟକ୍ତିଗତ ନାମରେ ତାହାକୁ କରାଇନେବା ମାମଲାରେ ରାଜସ୍ବ....
କଟକ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅଧୀନ ଓଗାଳପଡ଼ା ମୌଜାରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସରକାରୀ ଜମିକୁ ହଡ଼ପ କରିଥିଲେ ଜଣେ ଓଏଏସ୍ ଅଧିକାରୀ। ପରେ ଉକ୍ତ ଜମିକୁ ଅନ୍ୟ ବ୍ୟକ୍ତିଙ୍କୁ ବିକ୍ରି କରି ଦିଆଯାଇଥିଲା ବେଳେ ଏବେ ବ୍ୟକ୍ତିଗତ ନାମରେ ତାହାକୁ କରାଇନେବା ମାମଲାରେ ରାଜସ୍ବ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁ ହସ୍ତକ୍ଷେପ କରିଛନ୍ତି। ଘଟଣାର ତଦନ୍ତ ପାଇଁ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ସାହୁ ମାମଲା ପରିଚାଳନା କରୁଛନ୍ତି। ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥ ସଂଲଗ୍ନ ୪.୨୪ ଏକରରୁ ଅଧିକ ପରିମାଣର ଏହି ଜମିର ବର୍ତ୍ତମାନ ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ବୋଲି ଦର୍ଶାଯାଇଛି। ଦଲିଲ ଅନୁସାରେ, ୧୯୬୮ ମସିହାରେ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ-୧୯୬୨ ଅନୁଯାୟୀ ଜଣେ ଓଏଏସ୍ ଅଧିକାରୀଙ୍କ ନାମରେ ଏହି ଜମି ଲିଜ୍ ଦିଆଯାଇଥିଲା।
Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ
ସଂପୃକ୍ତ ଓଏଏସ୍ ଅଧିକାରୀ ଜଣକ ସେତେବେଳେ ବନ୍ଦୋବସ୍ତ କାର୍ଯ୍ୟରେ ନିୟୋଜିତ ଥିଲେ। ପରେ ଏହି ଜମି ବିକ୍ରି ହୋଇ ଅନ୍ୟ ବ୍ୟକ୍ତିଙ୍କ ହାତକୁ ଯାଇଥିଲା। ତେବେ ସରକାରୀ ଜମି ଜଣେ ଅଧିକାରୀଙ୍କୁ କେଉଁ ନିୟମ ଆଧାରରେ ଲିଜ୍ ଦିଆଗଲା ଏବଂ ଲିଜ୍ ହୋଇଥିବା ଜମି ପରେ କିପରି ବିକ୍ରି ହେଲା, ତାହାକୁ ନେଇ ରାଜସ୍ବ ପର୍ଷଦ ପ୍ରଶ୍ନ ଉଠାଇଛନ୍ତି। ପୁଣି ଏହି ମାମଲାରେ ମୂଳ ଲିଜ୍ ଫାଇଲ୍ ମିଳୁ ନଥିବା ଶୁଣାଣି ବେଳେ ଜଟଣୀ ତହସିଲଦାର ଅବଗତ କରିଥିଲେ। ଯେଉଁଥିପାଇଁ ଜମିର ପୁରୁଣା ରେକର୍ଡ, ନକ୍ସା ଓ କ୍ଷେତ୍ର ଯାଞ୍ଚ ରିପୋର୍ଟରେ ମଧ୍ୟ ଜମିର ପରିମାଣକୁ ନେଇ ଅସଙ୍ଗତି ରହୁଛି।
Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ ‘ସହରୀ ଗତିଶୀଳତା ଭାରତ ସମ୍ମିଳନୀ
ବର୍ତ୍ତମାନର ସରକାରୀ ରେକର୍ଡକୁ ବିବାଦୀୟ ଦଲିଲ କିମ୍ବା ମ୍ୟୁଟେସନ୍ ଆଧାରରେ ପରିବର୍ତ୍ତନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୂଳ ଲିଜ୍ ଫାଇଲ୍, ରାଜସ୍ୱ ରେକର୍ଡ, ନକ୍ସା, ମ୍ୟୁଟେସନ୍ ରେକର୍ଡ, ବିକ୍ରୟ ଦଲିଲ ଓ କ୍ଷେତ୍ର ଯାଞ୍ଚ ସମ୍ପର୍କିତ ସମସ୍ତ କାଗଜପତ୍ର ସଂଗ୍ରହ କରି ସ୍ୱତନ୍ତ୍ର ତଦନ୍ତ ପାଇଁ ରାଜସ୍ବ ବିଭାଗକୁ କୁହାଯାଇଛି। ଲିଜ୍ କେଉଁ ନିୟମରେ ଦିଆଯାଇଥିଲା, ଲିଜ୍ଧାରୀଙ୍କ ଯୋଗ୍ୟତା କ’ଣ ଥିଲା, ସମ୍ପୃକ୍ତ ଅଧିକାରୀଙ୍କ ଭୂମିକା କ’ଣ ଥିଲା, ମୂଳ ରେକର୍ଡ କାହିଁକି ମିଳୁନାହିଁ, ଜମିର ମାପ ଓ ନକ୍ସାରେ ଅସଙ୍ଗତି କାହିଁକି ରହିଛି ଏବଂ ଲିଜ୍ ପରେ ଜମି କିପରି ବଦଳ ହେଲା, ଏସବୁ ଦିଗ ଉପରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


