Sand: କୋଟିଏ ଟଙ୍କାର ବାଲିକୁ ପୁଲିସ ଏତଲାରେ ଲକ୍ଷେ: ହଜାର ହଜାର ଟ୍ରିପ ବାଲି ବୁହା ବେଳେ ଶୋଇଥିଲେ

1 hour ago 1
ARTICLE AD BOX

ଜଗତସିଂହପୁର: ଯେତେ ଖୋଳିଲେ ସେତେ ବାହାରୁଛି ଚୋରା ବାଲିର କାହାଣୀ। ମାଫିଆମାନେ ଶହ ଶହ ଟ୍ରିପ ବାଲି ବୋହି ଠୁଳ କରିବା ପରେ ଏବେ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି। ପ୍ରଶାସନ ବିରିଡ଼ି, ନାଉଗାଁ, ତିର୍ତ୍ତୋଲ ଅଞ୍ଚଳରୁ ଏବେ ସୁଦ୍ଧା ପ୍ରାୟ ଅଢ଼େଇ ହଜାର ଟ୍ରିପ ବାଲି ଜବତ କଲାଣି। ବାଲି ପାହଡ଼ ଦେଖି ପ୍ରଶାସନ ମଧ୍ୟ ତାଜୁବ୍ ହୋଇଯାଉଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେତେବେଳେ ଶହ ଶହ ଟ୍ରିପ ବାଲି ଚାଲାଣ ଚାଲୁଥିଲା ସେତେବେଳେ ସ୍ଥାନୀୟ ପ୍ରଶାସନ, ଖଣି ଅଧିକାରୀ, ପୁଲିସ, ଆରଟିଓ କେହି କେମିତି ଜାଣି ପାରୁ ନ ଥିଲେ।

ଆହୁରି ପଢନ୍ତୁ: Cambridgeshire's: ୟୁକେର କେମ୍ବ୍ରିଜଶାୟାରରେ ପ୍ରଥମ ହିନ୍ଦୁ ମନ୍ଦିର ସ୍ୱପ୍ନ ଭାଙ୍ଗିଲା

ମିଳିଥିବା ସୂଚନା ଅନୁସାରେ, ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ ବାଲି ମାଫିଆମାନେ ଅଧିକ ସକ୍ରିୟ ହୋଇ ଯାଇଥିଲେ। ବନ୍ୟା ପାଣି ପହଞ୍ଚିବା ପୂର୍ବରୁ ଶହ ଶହ ଟ୍ରିପ ବାଲି ଦିନରାତି ବୁହା ଚାଲିଥିଲା। କିନ୍ତୁ ସ୍ଥାନୀୟ ପ୍ରଶାସନ, ଖଣି ବିଭାଗ ଏ ଦିଗରେ ପଦକ୍ଷେପ ନେଇ ନ ଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଶହ ଶହ ଟ୍ରିପ ବାଲି ଗଦା କରାଯାଇ କୃତ୍ରିମ ପାହଡ଼ ତିଆରି କରାଯାଇଥିଲା। ଏ ନେଇ ପ୍ରଶାସନ ନିକଟରେ ଅଭିଯୋଗ ପହଞ୍ଚିବା ପରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନେତୃତ୍ବରେ ପ୍ରଥମେ ବିରିଡ଼ି ବ୍ଲକର ଶଙ୍ଖାରିସାହିର ଦେବୀ ନଦୀ କଡ଼ରେ ଜଳସମ୍ପଦ ବିଭାଗ ଜମିରେ ରଖା ଯାଇଥିବା ବାଲିର ପାହଡ଼ ଉପରେ ଚଢ଼ଉ କରାଯାଇଥିଲା। ସେଠାରୁ ୫୦୦ ହାଇଵା ଟ୍ରିପ ବାଲି ଜବତ କରାଯାଇଥିଲା। ଏହା ପରେ ନାଉଗାଁର ଦେବୀଦୋଳ ଓ ବୋଦର ଠାରେ ମଧ୍ୟ ଚଢ଼ଉ କରାଯାଇଥିଲା। ଦୁଇଟି ସ୍ଥାନରୁ ପ୍ରାୟ ୯୦୦ ଟ୍ରିପ ବାଲି ଜବତ କରାଯାଇଥିଲା। ସେହିପରି ତିର୍ତ୍ତୋଲର ତିନୋଟି ସ୍ଥାନରେ ଚଢ଼ଉ କରାଯାଇ ପ୍ରାୟ ହଜାରେ ଟ୍ରିପ ବାଲି ଜବତ କରାଯାଇଥିଲା। ପାରାଦୀପରେ ମଧ୍ୟ ଶହ ଶହ ଟ୍ରିପ ବାଲି ଠୁଳ କରାଗଲାଣି। ରାସ୍ତାକଡ଼ରେ ବାଲି ପାହଡ଼ ତିଆରି କରା ଯାଇଥିବା ଦେଖିବାକୁ ମିଳିଛି।

ଆହୁରି ପଢନ୍ତୁ: LOOT: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ, ତଦନ୍ତ ଆରମ୍ଭ

ବିରିଡ଼ି ଶଙ୍ଖାରିସାହି ଠାରେ ପ୍ରଶାସନ ପକ୍ଷରୁ ଜବତ କରାଯାଇଥିବା ବାଲିର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଆକଳନ କରା ଯାଇଥିଲା। ବାଲି ଜବତ ସଂକ୍ରାନ୍ତରେ ବିରିଡ଼ି ତହସିଲଦାର ବିରିଡ଼ି ଥାନାରେ ଏତଲା ଦେଇଥିଲେ। ସେଥିରେ କୌଣସି ମୂଲ୍ୟ ଦର୍ଶାଯାଇ ନ ଥିଲା। କିନ୍ତୁ ପୁଲିସ ଏତଲାରେ ଏହାକୁ ୧ ଲକ୍ଷ ଟଙ୍କାର ବାଲି ବୋଲି ଦର୍ଶାଇଛି। ଯାହା ଅଭିଯୁକ୍ତଙ୍କୁ ସୁହାଇବ ବୋଲି କୁହାଯାଉଛି। ଆଗାମୀ ଦିନରେ ଯଦି ଏହି ବାଲି ନିଲାମ ହୁଏ ତାହେଲେ ଅଭିଯୁକ୍ତ ଆଇନର ଗଳାବାଟ ଦେଇ ଏତଲାରେ ଦର୍ଶା ଯାଇଥିବା ୧ ଲକ୍ଷ ବଳରେ ନିଲାମ ଧରି ପାରନ୍ତି ବୋଲି ଅଭିଯୋଗ ହୋଇଛି। ବାଲିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା କୁହା ଯାଉଥିବା ବେଳେ ଏତଲାରେ କାହିଁକି ୧ ଲକ୍ଷ ଟଙ୍କା ପୁଲିସ ଦର୍ଶାଇଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.