ARTICLE AD BOX
୧୯୦୪ ମସିହାରେ ନିର୍ମିତ ହଙ୍ଗେରିର ସଂସଦ ଗୃହ, ସେ ଦେଶର ସୁନ୍ଦରତମ କୋଠା ଭାବରେ ପରିଗଣିତ। ରାଜଧାନୀ ବୁଦାପେଷ୍ଟ ସହରର ଏହା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ମଧ୍ୟ। ଜଣେ ମହିଳା ଏହି କୋଠାର ସୌନ୍ଦର୍ଯ୍ୟ ଦ୍ବାରା ଏତେ ଚମତ୍କୃତ ହୋଇପଡ଼ିଥିଲେ ଯେ ସେ ଏହି ବିଶାଳ କୋଠାର ଏକ କ୍ଷୁଦ୍ର ପ୍ରତିକୃତି ନିର୍ମାଣ କରିବାର ନିଷ୍ପତ୍ତି ନେଲେ। ସେ ମହିଳାଙ୍କ ନାମ ଇଲୋନା ମିସ୍କେଇ ଏବଂ ୧୯୭୫ରେ ସେ ଏହି ପ୍ରତିକୃତି ଗଢ଼ିବା ଆରମ୍ଭ କରିଥିଲେ। ୭.୫ ମିଟର୍ ଦୈର୍ଘ୍ୟ ଓ ୨ ମିଟର୍ ପ୍ରସ୍ଥ ବିଶିଷ୍ଟ ଏହି ପ୍ରତିକୃତି ପ୍ରସ୍ତୁତ କରିବା ଲାଗି ସେ କେବଳ ଶାମୁକା ବ୍ୟବହାର କରିଛନ୍ତି।
Neglect: ବିପଦ ସଂକୁଳ କାଠପୋଲରେ ଚାଲିଛି ସିତାପଡ଼ି ଗ୍ରାମବାସୀଙ୍କ ଜୀବନ
ଏଥିପାଇଁ ତାଙ୍କୁ ୪୫ ଲକ୍ଷ ଶାମୁକାକୁ ଆକାର ଓ ରଙ୍ଗ ଅନୁଯାୟୀ ଅଲଗା କରିବାକୁ ପଡ଼ିଥିଲା। ୧୪ ବର୍ଷର ପରିଶ୍ରମ ପରେ ଯାଇ ତାଙ୍କର ଏହି ପ୍ରତିକୃତି ନିର୍ମାଣ ସମାପ୍ତ ହୋଇଥିଲା। ଏଥିରେ ଖୁବ୍ ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଛି। ଏହି ପ୍ରତିକୃତିଟି ଏବେ ବୁଦାପେଷ୍ଟଠାରୁ ପ୍ରାୟ ୨୦୦ କିଲୋମିଟର୍ ଦୂରସ୍ଥ କେସ୍ଥେଜ୍ ସହରର ଏକ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି।

2 days ago
5


