ARTICLE AD BOX
ରାଉରକେଲା (ମଳୟ ରଂଜନ ସାହୁ): ନକଲି ବିଲ୍ରେ ଉତ୍ପାଦଶୁକ୍ଳ ଠକେଇ ଘଟଣାରେ କେନ୍ଦ୍ରୀୟ ଟିମ୍ ରାଉରକେଲା ବେଦବ୍ୟାସ ନଦୀଟୋଲାର ବ୍ୟବସାୟୀ ଅଜୟ ପାଣ୍ଡେ (୪୯)କୁ ଗିରଫ କରି ଆଜି ସଂଧ୍ୟାରେ କୋର୍ଟ ଚାଲାଣ କରିଛି। ଗୁଟୁଖା ଓ ଖଇନି କାରଖାନା ନାଁରେ ନକଲି ବିଲ୍ରେ କାରବାର କରି ଗତ ପ୍ରାୟ ୯ ମାସ ମଧ୍ୟରେ ୩୬ କୋଟି ଠକେଇ କରିଥିବା ଜଣାପଡ଼ିଛି। ଏହି କାରବାରରେ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ ବେଦବ୍ୟାସ ନଦୀଟୋଲାରେ ଅଜୟ ଖୁଟୁଖା ଓ ଖଇନି କାରଖାନା କରିଥିଲେ। ଗତ ଫେବ୍ରୁଆରିରୁ ୨୦୨୬ରୁ ନଭେମ୍ବର ୧୯ ତାରିଖ, ମାତ୍ର ୭ ମାସ ମଧ୍ୟରେ କାରଖାନାର ମେସିନର କେନ୍ଦ୍ରୀୟ ଉତ୍ପାଦଶୁଳ୍କ ଦେଉନଥିଲେ। ନକଲି କାଗଜପତ୍ର ଜରିଆରେ ବେପାର କରି ସରକାରୀ ଟିକସ ଫାଙ୍କି ଚାଲିଥିଲେ। କେନ୍ଦ୍ରୀୟ ଉତ୍ପାଦଶୁଳ୍କ ସ୍ବତନ୍ତ୍ର ଟିମ୍ ଅଜୟର ଦୈନିକ କାରବାର ଉପରେ ନଜର ରଖିଥିଲେ। ଆଜି ସଂଧ୍ୟାରେ କାରଖାନାରେ ଚଢ଼ଉ କରିବା ସହ କାଗଜପତ୍ର ଯାଞ୍ଚ କରିଥିଲେ।
ଯାଞ୍ଚରୁ ୩୬ କୋଟି ୧ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିବା ପରେ ଅଜୟଙ୍କୁ ଗିରଫ କରି ରାଉରକେଲା ଏସ୍ଡିଜେଏମ୍ କୋର୍ଟର ହାଜର କରିଥିଲେ। ଜାମିନ୍ ନାମଞ୍ଜୁର ହେବାରୁ ଅଜୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅଜୟ ନଦୀଟୋଲରେ ଏହି କାରବାର କେତେଦିନ ଧରି କରୁଛନ୍ତି। ତାଙ୍କ ସହ ଅନ୍ୟ କେଉଁ ବ୍ୟବସାୟୀମାନେ ଅଛନ୍ତି, ବିଭାଗୀୟ ଅଧିକାରୀ ତା’ର ତଦନ୍ତ କରୁଛନ୍ତି।

3 hours ago
1


