ARTICLE AD BOX
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ):ମୟୂରଭଞ୍ଜଜିଲ୍ଲା ବାମନଘାଟି ଉପଖଣ୍ଡରେ ଏବେ ଧାନ ଫସଲରେ ପତ୍ରପଡ଼ା ରୋଗ ଦେଖା ଦେଇଛି। ଚଳିତ ଖରିଫ ଋତୁରେ ଠିକ୍ ସମୟରେ ବର୍ଷା ଭଲ ହୋଇଥିବାରୁ ଧାନ ଗଛ ମଧ୍ୟ ଭଲ ବଢିଥିଲା ବେଳେ ହଠାତ୍ ପତ୍ର ମୁଡି ହୋଇ ହଳଦିଆ ପଡିଯିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଏହା ପତ୍ର ପୋଡ଼ା ରୋଗ ବୋଲି ଚାଷୀ ମାନେ କହିଛନ୍ତି। ବିଶେଷ କରି ରାଇରଙ୍ଗପୁର,ବିଶୋଇ, ବିଜାତଳା,ବହଳଦା,ଜାମଦା,କୁସୁମୀ, ତିରିଂ ପ୍ରଭୃତି ବ୍ଲକ ଅଞ୍ଚଳର ବିଲରେ ଏହି ରୋଗ ବ୍ୟାପିବାରେ ଲାଗିଛି। ପତ୍ରପଡା ପୋକ ପତ୍ରକୁ ମୁଡି ଭିତରେ ରହି ସବୁଜ ଅଂଶ ଖାଇ ଦେଉଛି, ଫଳରେ ଗଛ ଦୁର୍ବଳ ହୋଇଯାଉଛି।
ରାଇରଙ୍ଗପୁର ଜିଲ୍ଲା କୃଷି ଅଧିକାରୀ ଜୁନମୟୀ ମହାନ୍ତିଙ୍କ ସହିତ ଯୋଗାଯୋଗ କରିବାରୁ କିଛି କିଛି ଜମିରେ ପତ୍ରପୋଡା ରୋଗ ଲାଗିଥିବାର ଦେଖିବାକୁ ମିଳୁଛି।ଏନେଇ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ବିଭିନ୍ନ ପ୍ରକାର ସଚେତନତା କରାଯାଉଛି। ଚାଷୀ ମାନଙ୍କୁ କପର ଅକ୍ସିକ୍ଲୋରାଇଡ୍ ଯୁକ୍ତ ପ୍ଲାଣ୍ଟୋମାଇସିନ୍ କିମ୍ବା ଷ୍ଟ୍ରେପ୍ଟୋମାଇସିନ୍ ଠିକ୍ ପରିମାଣର ସ୍ପ୍ରେ କରିବାକୁ ପରାମର୍ଶ ଦିଆଯାଇଛି।
PM Modi: ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂର୍ତ୍ତି: ‘ମୁଁ ଆଜି ବି ଜଣେ ଛାତ୍ର’ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦୀ
ତେବେ ଧୀରେ ଧୀରେ ତାହା ଠିକ୍ ହୋଇଯିବ। ସେନେଇ ଭିଏଡବ୍ଲୁ ମାନଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ତେବେ ଅଧିକ ୟୁରିଆ ପ୍ରୟୋଗ କରିବାକୁ ବାରଣ କରାଯାଇଛି,ବିଲରେ ପାଣି ଜମିବାକୁ ଦିଅନ୍ତୁ ନାହି ପ୍ରଭୃତି ଚାଷୀଙ୍କୁ କୁହାଯାଇଛି। ଯଦି ଅନ୍ୟ କୌଣସି ସମସ୍ୟା ଦେଖାଦିଏ ତାହେଲେ ଚାଷୀମାନେ କୃଷି ବିଭାଗ ସହ ଯୋଗାଯୋଗ କରି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ତେବେ ଚାଷୀମାନେ ପତ୍ରପୋଡା ରୋଗ ପାଇଁ ଚିନ୍ତାରେ ଅଛନ୍ତି। ଚଳିତ ବର୍ଷ ଠିକ୍ ସମୟରେ ବର୍ଷା ହୋଇଥିବାରୁ ଚାଷୀମାନେ ଯେତିକି ପରିମାଣରେ ଚାଷ କରିବା କଥା ତାଠାରୁ ଅଧିକ ଋଣ କରି ଚାଷ କରିଛନ୍ତି। ଯଦି ପତ୍ରପୋଡା ରୋଗ ପାଇଁ ଧାନ ଗଛ ନଷ୍ଟ ହୁଏ, ତାହେଲେ ଭଲ ଫସଲ ହେବ ନାହିଁ। ଫସଲ ଭଲ ନହେଲେ ଧାନ ଅମଳ ମଧ୍ୟ କମିବ। ଯାହାକୁ ନେଇ ଚାଷୀ ମାନେ ଚିନ୍ତାରେ ରହିଛନ୍ତି।

1 hour ago
2


