Drinking water: ପାନୀୟ ଜଳ ପାଇଁ ୮ ପଞ୍ଚାୟତର ଲୋକେ ହନ୍ତସନ୍ତ

1 hour ago 1
ARTICLE AD BOX

ଟମକା (ହରିହର ବାରିକ):ଯାଜପୁରଜିଲ୍ଲା ଅନ୍ତର୍ଗତ ଦାନଗଦି ବ୍ଲକ୍‌ର ୮ଟି ପଞ୍ଚାୟତରେ ପାନୀୟ ଜଳ ସଙ୍କଟ ଦିନକୁ ଦିନ ଉତ୍କଟ ହେଉଛି। ଲୋକଙ୍କୁ ପାନୀୟଜଳ ଯୋଗାଣ ପାଇଁ ହୋଇଥିବା ପ୍ରକଳ୍ପ ଲୋକଙ୍କ କାମରେ ଲାଗୁନାହିଁ। ଯାହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ପ୍ରକାଶ ଥାଉକି ଦାନଗଦି ବ୍ଲକ୍ ର ଗୋବର୍ଦ୍ଧନପୁର, ଚିତ୍ରୀ, ନଛିପୁରା, ବାରଙ୍ଗକୋଟା, ଉଚ୍ଚବାଲି, ଓସ୍ତପାଳ, ଦେଉଳକଣ, କିଆଝର ପ୍ରଭୃତି ପଞ୍ଚାୟତରେ ଉତ୍କଟ ପାନୀୟ ଜଳ ସମସ୍ୟା ଏବେଠାରୁ ଦେଖାଦେଲାଣି। ଏହି ସବୁ ଅଞ୍ଚଳ ଗୁଡିକରେ ୨୦୧୯ ମସିହାରୁ କାର୍ଯ୍ୟକ୍ଷମ ହୋଇଥିବା ବସୁଧା ପାନୀୟ ଜଳ ପ୍ରକଳ୍ପ ବିଫଳ ହୋଇଛି। ପ୍ରକଳ୍ପଗୁଡ଼ିକର ପାଇପ୍ ଗୁଡିକ ଫାଟିଯାଇ ଅନେକ ସ୍ଥାନରେ  ପାଣି ନଷ୍ଟ ହେଉଛି। ବସୁଧା ପାଣିଟାଙ୍କି ଦୀର୍ଘ ଦିନ ହେବ ବିଶୋଧନ କରାଯାଇନାହିଁ। ଅଧିକାଂଶ ସ୍ଥାନରେ ଭଲବ୍ ଗୁଡିକ ଭାଙ୍ଗିଯାଇ ଅବାଧରେ ଜଳ ନଷ୍ଟ ହେଉଛି।

ଗୋବର୍ଦ୍ଧନପୁର ପଞ୍ଚାୟତର ମାନପୁର ପୁରୁଣା ସାହିକୁ ସଂଯୋଗ କରାଯାଇଥିବା ବସୁଧା ପାଇପ୍‌ରେ ସାମାନ୍ୟ ତୃଟି ଯୋଗୁଁ ଗ୍ରାମବାସୀ ୬ ମାସରୁ ଊର୍ଦ୍ଧ୍ଵ ହେବ ପାନୀୟଜଳ ପାଇବାରୁ ବଞ୍ଚିତ ଅଛନ୍ତି। ପଞ୍ଚାୟତ ଗୁଡିକରେ ସ୍ଥାପନ ହୋଇଥିବା ସରକାରୀ ନଳକୂପ ପ୍ରାୟତଃ ଅଚ଼ଳ ଅବସ୍ଥାରେ ପଡିରହିଛି। କେତେକ ସ୍ଥାନରେ କାର୍ଯ୍ୟକ୍ଷମ ଅବସ୍ଥାରେ ଥିବା ନଳକୂପ ଗୁଡ଼ିକରୁ ଲୌହଯୁକ୍ତ ଜଳ ନିର୍ଗତ ହେଉଥିବାରୁ ତାହା ରୋଷେଇ ପାଇଁ ଅନୁପଯୁକ୍ତ ହୋଇପଡୁଛି। 

ଗୋବର୍ଦ୍ଧନପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗାଁ ଫୁଲଝରରେ ବସାଯାଇଥିବା ଅଧିକାଂଶ ନଳକୂପରେ ପିଣ୍ଡି ତିଆରି କରାଯାଇ ନଥିବାରୁ ପାନୀୟ ଜଳ ସଂଗ୍ରହରେ ଗ୍ରାମବାସୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୮ ପଞ୍ଚାୟତବାସୀଙ୍କର ଲାଗି ରହିଥିବା ଏହି ସମସ୍ୟା ପ୍ରତି ବ୍ଲକ ପ୍ରଶାସନ ଆଦୌ ଦୃଷ୍ଟି ଦେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବୃହତ ପାନୀୟ ଜଳ ପ୍ରକଳ୍ପ କାମ ଅଧାବାଟରେ ଅଟକିଛି। 

Water Crisis: ପାଇକମାଳ କଲୋନୀପଡ଼ାରେ ଜଳ ସଙ୍କଟ: ଧାରଣାରେ ବସିଲେ ପଡ଼ାବାସୀ

ମେଗା ଜଳ ପ୍ରକଳ୍ପ ଠିକାଦାର ଏହି ପ୍ରକଳ୍ପର ପାଇପ୍ ସଂଯୋଗ ପାଇଁ ପ୍ରାୟ ୬ ମାସରୁ ଊର୍ଦ୍ଧ୍ଵ ହେବ ରାସ୍ତାଘାଟ ଖୋଳି ଦରଖଣ୍ଡିଆ ଅବସ୍ଥାରେ ପକାଇ ଦେଇଥିବାରୁ ପ୍ରତ୍ୟେହ ସେହି ସ୍ଥାନ ମାନଙ୍କରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଫୁଲଝରରୁ ବୁଡାନ୍ ସିଂ ଲାମାଏ, ଡଙ୍କାରୀସାହିରୁ ଭକ୍ତ ବଲ୍ଲବ ଧିର୍, ବଗପାଟିଆରୁ ଭଗବାନ ନାୟକ, ନିପାଣିଆଁରୁ ଚିତ୍ତରଂଜନ ମହାପାତ୍ର, ମହୁଲମୂଳ ବଜାରରୁ ତ୍ରିଲୋଚନ ସାହୁ, ଦେଉଳ କଣରୁ ବିଦ୍ୟାଧର ନାୟକ, ବାଙ୍ଗର କୋଟାରୁ ପଞ୍ଚାନନ ବଳ , ନଛିପୁରାରୁ ଶ୍ରୀଧର ବାରିକ୍, ଖରଡ଼ାବନ୍ଦୀରୁ ମହେନ୍ଦ୍ର କୁମାର ସାମଲ, ପାଳତାହି ବଜାରରୁ କୃଷ୍ଣଚନ୍ଦ୍ର ପୃଷ୍ଟି, ଜଅଁରରୁ କୁଳମଣି ଜେନା, ଯେମାଦେଇ ପୁରରୁ କୁଳମଣି ନାଏକ, ଚିତ୍ରୀରୁ ରବିନ୍ଦ୍ର କୁମାର ବାରିକ୍, ଟୋଲକାନୀରୁ ଅନ୍ତର୍ଯ୍ୟାମୀ ପୃଷ୍ଟି, ମାନପୁରରୁ ଲକ୍ଷ୍ମଣ କୁମାର ବାରିକ୍, ଅଭିରାମ ବେହେରା, ଗୋବର୍ଦ୍ଧନପୁରରୁ ସନ୍ତୋଷ କୁମାର ପାତ୍ର ଏବଂ ରାମଚ଼ନ୍ଦ୍ର ଚାନ୍ଦ ପ୍ରମୂଖ ଅନୁରୋଧ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.