Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ଇସ୍ତଫା ଦେଲେ ମଧ୍ୟ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି କହିଛି କକ୍ରୋଚ୍‌ ଜନତା ପାର୍ଟି (ସିଜେପି)। ନିର୍ବାଚନ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସୁଧାର ନ ଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବୁଧବାର ଦିଲ୍ଲୀରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସିଜେପିର ସହ-ସଂଯୋଜକ ସୌରଭ ଦାସ କହିଛନ୍ତି।

ସିଜେପି ସହ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏ), ଅଖିଳ ଭାରତ ଛାତ୍ର ମହାସଂଘ (ଏଆଇଏସ୍‌ଏଫ୍‌), ଛାତ୍ର ମହାସଂଘ (ଏସ୍‌ଏଫ୍‌ଆଇ) ଏବଂ ଆମ୍‌ ଆଦ୍‌ମୀ ପାର୍ଟିର ଛାତ୍ର ସଂଗଠନ ଏଏସ୍‌ଏପିର ପ୍ରତିନିଧିମାନେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଅକ୍ଟୋବର ୧୦ରେ ନିର୍ବାଚନ କମିସନ ବିରୋଧରେ ହେବାକୁ ଥିବା ପ୍ରତିବାଦରେ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଦିଲ୍ଲୀ ଆସିବାକୁ ସେମାନେ ଆହ୍ୱାନ ଦେଇଛନ୍ତି। ଦାସ କହିଛନ୍ତି, ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ ଆପରାଧିକ ମାମଲା ସହ ଏସ୍‌ଆଇଆର୍‌ ବନ୍ଦ କରିବା, ଆଗାମୀ ନିର୍ବାଚନକୁ ରୋକିବା, ଜାନୁଆରି ୨୦୨୫ର ଭୋଟର ତାଲିକା ପୁନଃସ୍ଥାପନ ଏବଂ ସ୍ୱତନ୍ତ୍ର ତଦନ୍ତ ଦାବି ରହିଛି। ଏଥିସହ ୨୦୨୩ରେ ନିର୍ବାଚନ କମିସନର ନିଯୁକ୍ତି ସମ୍ପର୍କିତ ଆଇନକୁ ରଦ୍ଦ କରି ସ୍ୱତନ୍ତ୍ର ଚୟନ ପ୍ରକ୍ରିୟା ଲାଗୁ କରିବାକୁ ସିଜେପି ଦାବି କରିଛି।

FIR: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୁଦ୍ଧରେ ଏତଲା ରୁଜୁ କଲା ଦିଲ୍ଲୀ ପୁଲିସ୍

ଏଆଇଏସ୍‌ଏର ଜାତୀୟ ସଭାପତି ନେହା ବୋରା କହିଛନ୍ତି, ଛାତ୍ର ସଂଗଠନର ଆନ୍ଦୋଳନ ଓ ବିରୋଧୀ ଦଳର ନିର୍ବାଚନ କମିସନ ବିରୋଧୀ ଆନ୍ଦୋଳନ ମଧ୍ୟରେ କୌଣସି ବିଭାଜନ ନାହିଁ। ଅକ୍ଟୋବର ୬ରେ ନିର୍ବାଚନ କମିସନ କାର୍ଯ୍ୟାଳୟ ଆଡ଼କୁ ଯାଇଥିବା ଇଣ୍ଡିମେଣ୍ଟ ସାଂସଦଙ୍କ ପଦଯାତ୍ରାକୁ ମଧ୍ୟ ସେ ସମର୍ଥନ କରିଛନ୍ତି। ଅକ୍ଟୋବର ୧୦ର ପ୍ରତିବାଦ ପାଇଁ ବୁଧବାର ସଂଗଠକମାନେ ସଂସଦ ମାର୍ଗ ଥାନାରେ ଆନୁଷ୍ଠାନିକ ସୂଚନା ଦେବା ସହ ଆବଶ୍ୟକ ଅଣ୍ଡରଟେକିଂ ଦାଖଲ କରିଛନ୍ତି। ଦିଲ୍ଲୀ ପୁଲିସ ସହ ସହଯୋଗ କରିବେ ବୋଲି ଦାସ କହିଛନ୍ତି। ଜ୍ଞାନେଶ କୁମାର ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରୁଥିବା ଅଭିଯୋଗ କରି ଏସ୍‌ଏଫ୍‌ଆଇର ଆଦର୍ଶ ଶାଜି ଏହାକୁ ଗଣତନ୍ତ୍ର ଓ ସ୍ୱେଚ୍ଛାଚାରିତା ମଧ୍ୟରେ ଲଢ଼େଇ ବୋଲି କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.