Reservation: ମହାରାଷ୍ଟ୍ରରେ ଏସ୍‌ସି/ଏସ୍‌ଟି ଆସନ ସଂରକ୍ଷଣ ନୀତିକୁ ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରି

7 hours ago 2
ARTICLE AD BOX

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ନିର୍ବାଚନରେ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ପାଇଁ ସଂରକ୍ଷିତ ଆସନର ଆବର୍ତ୍ତନ (ରୋଟେସନ) ନୀତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀକୁ ଏସ୍‌ସି କିମ୍ବା ଏସ୍‌ଟିଙ୍କ ପାଇଁ ସଂରକ୍ଷିତ ରଖିବାକୁ ଭୋଟର କିମ୍ବା ପ୍ରାର୍ଥୀ ଦାବି କରିପାରିବେ ନାହିଁ ବୋଲି ଅଦାଲତ କହିଛନ୍ତି। ଆସନ ସଂରକ୍ଷଣର ଆବର୍ତ୍ତନ କେଉଁ ପଦ୍ଧତିରେ ଓ କେଉଁ ସମୟରେ ହେବ, ତାହା ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତି ଏବଂ ଏଥିରେ ସରକାରଙ୍କ ବିବେଚନା କ୍ଷମତା ରହିଛି ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଆହୁରି ପଢନ୍ତୁ :Women Block Road ପିଇବା ପାଣି ପାଇଁ ଜିଲ୍ଲାପାଳଙ୍କ ରାସ୍ତା ଅବରୋଧ କଲେ ମହିଳା

ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଓ ଭି ମୋହନାଙ୍କ ଖଣ୍ଡପୀଠ ରୁପାଲି ଇନ୍ଦ୍ରଭୂଷଣ ସୋଣ୍ଡେଙ୍କ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଆବେଦନକାରୀ ମହାରାଷ୍ଟ୍ର ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଆସନ ସଂରକ୍ଷଣ ଏବଂ ଆବର୍ତ୍ତନ ନିୟମ, ୨୦୨୫ର ନିୟମ ୧୨କୁ ଚ୍ୟାଲେଞ୍ଜ କରିଥିଲେ। ଏହି ନିୟମ ଅନୁଯାୟୀ, ନୂଆ ନିୟମ ଲାଗୁ ହେବା ପରେ ହେବାକୁ ଥିବା ପ୍ରଥମ ସାଧାରଣ ନିର୍ବାଚନକୁ ସଂରକ୍ଷିତ ଆସନର ଆବର୍ତ୍ତନ ପ୍ରକ୍ରିୟାର ପ୍ରଥମ ନିର୍ବାଚନ ଭାବେ ଗଣନା କରାଯିବ।

ଆହୁରି ପଢନ୍ତୁ :Training Programme for Odisha MLAs ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ବିପିନ ସାଙ୍ଘି ଯୁକ୍ତି ଦର୍ଶାଇଥିଲେ ଯେ, ଏହି ନିୟମ ଦ୍ୱାରା ପୂର୍ବରୁ ଚାଲିଥିବା ଆବର୍ତ୍ତନ ପ୍ରକ୍ରିୟା ପୁଣି ଆରମ୍ଭ ହେବ। ଫଳରେ କେତେକ ନିର୍ବାଚନ ମଣ୍ଡଳୀ ଦୀର୍ଘ ସମୟ ଧରି ସଂରକ୍ଷଣ ସୁଯୋଗରୁ ବଞ୍ଚିତ ହୋଇପାରନ୍ତି। ତାଙ୍କ ମହକିଲଙ୍କ ନିର୍ବାଚନ ମଣ୍ଡଳୀ କେବେ ସଂରକ୍ଷିତ ହୋଇନଥିବା ଏବଂ ଏଥର ସୁଯୋଗ ଆସିଥିବା ବେଳେ ପ୍ରକ୍ରିୟାକୁ ନୂଆ କରି ଆରମ୍ଭ କରାଯାଉଥିବା ସେ ଯୁକ୍ତି ବାଢ଼ିଥିଲେ।

ଆହୁରି ପଢନ୍ତୁ :Terrorism: ଆତଙ୍କବାଦ ନିୟନ୍ତ୍ରଣ ପାଇଁ ଆଫଗାନିସ୍ତାନକୁ ପାକିସ୍ତାନର ଆହ୍ୱାନ

ତେବେ ଖଣ୍ଡପୀଠ କହିଥିଲେ ଯେ, ସମ୍ବିଧାନ ଓ ୧୯୬୧ର ଆଇନ ଅନୁଯାୟୀ ସ୍ଥାନୀୟ ସଂସ୍ଥାର ମୋଟ ଜନସଂଖ୍ୟାରେ ଏସ୍‌ସି ଓ ଏସ୍‌ଟିଙ୍କ ଅନୁପାତ ଆଧାରରେ ଆସନ ସଂରକ୍ଷଣ କରାଯିବ। ଅଧିକ ଜନସଂଖ୍ୟା ଥିବା ଅଞ୍ଚଳରୁ କମ୍‌ ଜନସଂଖ୍ୟା ଥିବା ଅଞ୍ଚଳ ଆଡ଼କୁ ଆବର୍ତ୍ତନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଏହା କିପରି ଓ କେବେ କାର୍ଯ୍ୟକାରୀ ହେବ, ସେଥିରେ ରାଜ୍ୟ ସରକାରଙ୍କ ବିବେଚନା କ୍ଷମତା ରହିଛି। ନିୟମ ୧୨ ସଂରକ୍ଷଣ କିମ୍ବା ଆସନ ଆବର୍ତ୍ତନର ମୂଳ ନୀତିର ବିରୋଧୀ ନୁହେଁ ବୋଲି କହି ଅଦାଲତ ଆବେଦନକୁ ଖାରଜ କରିଥିଲେ। ତେବେ ଏହି ନିୟମର ପୁନର୍ବିଚାର ପାଇଁ ଆବେଦନକାରୀ ଆଇନ ଅନୁଯାୟୀ ମହାରାଷ୍ଟ୍ର ସରକାରଙ୍କ ନିକଟରେ ପ୍ରତିନିଧିତ୍ୱ ଦାଖଲ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ପୂର୍ବରୁ ୨୦୨୫ ସେପ୍ଟେମ୍ବର ୧୯ରେ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ମଧ୍ୟ ଏହି ନିୟମ ବିରୋଧରେ ହୋଇଥିବା ଆବେଦନଗୁଡ଼ିକୁ ଖାରଜ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.