Red Fort Ceremony: କ୍ରମାଗତ ଦ୍ଵିତୀୟ ଥର ରେଡ୍ ଫୋର୍ଟ ଉତ୍ସବ ବର୍ଜନ କଲେ ଖଡ୍ଗେ ଓ ରାହୁଲ, ଆସନକୁ ନେଇ ଅସନ୍ତୋଷ

2 hours ago 3
ARTICLE AD BOX

ନୂଆଦିଲ୍ଲୀ:ଲାଲକିଲ୍ଲାରେ ଆୟୋଜିତ ୮୦ତମ ସ୍ବାଧୀନତା ଦିବସର ଐତିହାସିକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଥିବା ବେଳେ ଏହି ଜାତୀୟ ସମାରୋହରେ କ୍ରମାଗତ ଦ୍ଵିତୀୟ ଥର ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରୋଟୋକଲ୍ ଏବଂ ବସିବା ବ୍ୟବସ୍ଥା ଅପମାନଜନକ ଓ ସେମାନଙ୍କ ପଦବୀ ଅନୁରୂପ ନଥିବା ଦର୍ଶାଇ କଂଗ୍ରେସର ଏହି ଦୁଇ ଶୀର୍ଷ ନେତା କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ସୂତ୍ରରୁ ଜଣାପଡ଼ିଛି।

କ୍ରମାଗତ ବିବାଦ

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ‘ଟେବୁଲ୍ ଅଫ୍ ପ୍ରିସିଡେନ୍ସ’ ବା ପଦାନୁକ୍ରମିକ ପ୍ରୋଟୋକଲ୍ ଅନୁସାରେ ଆସନ ବ୍ୟବସ୍ଥା କରାଯାଇଥିବା ସ୍ପଷ୍ଟୀକରଣ ଦିଆଯାଇଥିଲେ ହେଁ କଂଗ୍ରେସ ଏହାକୁ ଗ୍ରହଣ କରିନଥିଲା। ୨୦୨୪ ମସିହା ସ୍ବାଧୀନତା ଦିବସ ସମାରୋହରେ ରାହୁଲ ଗାନ୍ଧୀଙ୍କୁ ପଞ୍ଚମ ଧାଡ଼ିରେ ବସାଯାଇଥିବା ନେଇ ଦେଖାଦେଇଥିବା ବିବାଦର ଅଭୁଲା ସ୍ମୃତି ଏବେ ବି ସାମ୍ନାକୁ ଆସୁଛି। ସେତେବେଳେ କଂଗ୍ରେସ ସରକାରଙ୍କ ଏହି ପଦକ୍ଷେପକୁ ସଙ୍କୀର୍ଣ୍ଣ ମାନସିକତା ଏବଂ ବିରୋଧୀ ଦଳ ନେତା ପଦବୀପ୍ରତି ଅପମାନ ବୋଲି ଅଭିଯୋଗ କରିଥିଲା। ଯଦିଓ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଲିମ୍ପିକ୍ସ ଆଥଲେଟମାନଙ୍କୁ ସମ୍ମାନିତ କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିବା କହିଥିଲା, ତଥାପି କଂଗ୍ରେସ ନେତାମାନେ ୨୦୨୫ ଏବଂ ଚଳିତ ୨୦୨୬ ବର୍ଷରେ ମଧ୍ୟ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି। କେବଳ ସ୍ବାଧୀନତା ଦିବସ ନୁହେଁ, ବରଂ ଗଣତନ୍ତ୍ର ଦିବସ ଉତ୍ସବରେ ମଧ୍ୟ ନେତାଦ୍ଵୟଙ୍କୁ ତୃତୀୟ ଧାଡ଼ିରେ ବସାଯାଉଥିବା ନେଇ କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଇଛି।ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ସଫାଇରେ ପ୍ରୋଟୋକଲ୍ ନିୟମ ଅନୁସାରେ ଆସନ ବ୍ୟବସ୍ଥା ହୋଇଥିବା ଦାବି କରୁଥିବା ବେଳେ ଜାତୀୟ ଉତ୍ସବରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏହି କ୍ରମାଗତ ବିବାଦ ରାଜନୈତିକ ସାଂସଦୀୟ ପରମ୍ପରା ପ୍ରତି ଏକ ଆହ୍ବାନ ସୃଷ୍ଟି କରିଛି।

Trump: ୟୁଏସଏସ ‘ଲିଙ୍କନ’ ପରେ ଏବେ ‘ୱାସିଂଟନ’ ଯିବ ଆରବ ସାଗର: ନିଜ ନାକାବନ୍ଦୀରେ ଫସିଲା ଆମେରିକା

Read Entire Article
LEFT SIDEBAR AD

Hidden in mobile, Best for skyscrapers.