ARTICLE AD BOX
ବିଶ୍ବର ସବୁଠୁ ମୂଲ୍ୟବାନ ରିଅଲ ଇଷ୍ଟେଟ୍ କମ୍ପାନିର ମାନ୍ୟତା ହାସଲ କରିଥିବା ଚୀନର ଏଭରଗ୍ରାଣ୍ଡ୍କୁ କୋର୍ଟ ଦେବାଳିଆ ଘୋଷିତ କରିଛନ୍ତି। କମ୍ପାନିର ପ୍ରତିଷ୍ଠାତା ହୁଇ କା ୟାନଙ୍କୁ ଆର୍ଥିକ ହେରଫେର ଅଭିଯୋଗରେ ଆଜୀବନ କାରାଦଣ୍ଡ ହୋଇଛି।
/sambad/media/media_files/2026/08/21/21bbs_23_21082026_112-2026-08-21-17-19-33.jpg)
ନୂଆଦିଲ୍ଲୀ: ବିଶ୍ବର ସବୁଠୁ ମୂଲ୍ୟବାନ ରିଅଲ ଇଷ୍ଟେଟ୍ କମ୍ପାନିର ମାନ୍ୟତା ହାସଲ କରିଥିବା ଚୀନର ଏଭରଗ୍ରାଣ୍ଡ୍କୁ କୋର୍ଟ ଦେବାଳିଆ ଘୋଷିତ କରିଛନ୍ତି। କମ୍ପାନିର ପ୍ରତିଷ୍ଠାତା ହୁଇ କା ୟାନଙ୍କୁ ଆର୍ଥିକ ହେରଫେର ଅଭିଯୋଗରେ ଆଜୀବନ କାରାଦଣ୍ଡ ହୋଇଛି। କମ୍ପାନି ଉପରେ ୨୮ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ୨୮୦ଟି ସହରରେ ଏଭରଗ୍ରାଣ୍ଡର ୧୩୦୦ ପ୍ରକଳ୍ପ ଅଧା ବାଟରେ ଅଟକି ରହିଛି। ପ୍ରତିଷ୍ଠାତାଙ୍କୁ ଜେଲଦଣ୍ଡ ହୋଇଛି। କମ୍ପାନି ପାଖରେ ଯେତିକି ସମ୍ପତ୍ତି ରହିଛି ତାହା ଋଣର ପାହାଡ଼କୁ ଶୁଝିବାକୁ ଯଥେଷ୍ଟ ନୁହେଁ। ସେଥିପାଇଁ କମ୍ପାନିକୁ ସବୁଦିନ ପାଇଁ ବନ୍ଦ କରିଦେବାକୁ ଗୁଆଙ୍ଗଡୋଙ୍ଗର କୋର୍ଟ ନିର୍ଦ୍ଦେଶଦେଇଛନ୍ତି। ପ୍ରତିଷ୍ଠାତା ୟାନଙ୍କ ସବୁ ବ୍ୟକ୍ତିଗତ ସମ୍ପତ୍ତି ଜବତ କରାଯାଇଥିବା ବେଳେ ତାଙ୍କଠାରୁ ସମସ୍ତ ରାଜନୈତିକ କ୍ଷମତା ମଧ୍ୟ ଛଡ଼ାଇ ନିଆଯାଇଛି। ତାଙ୍କ କମ୍ପାନି ଉପରେ ୮.୮୨ ବିଲିଅନ ୟୁଆନର ଜରିମାନା ଲଗାଯାଇଛି। ବହୁ ପୂର୍ବରୁ କମ୍ପାନିର ସେୟାରକୁ ହଂକଂ ଷ୍ଟକ୍ ଏକ୍ସଚେଞ୍ଜରୁ ହଟାଇ ଦିଆଯାଇଥିଲା। ୨୦୧୭ରେ ଯେଉଁ କମ୍ପାନିର ମୂଲ୍ୟ ୪୦୦ ବିଲିଅନ ଡଲାର ଥିଲା ତାହା ଏବେ ମାତ୍ର ୪.୯୦ ଲକ୍ଷ କୋଟି ଟଙ୍କା ରହିଯାଇଛି।
ୟାନଙ୍କ ଜୀବନ କାହାଣୀ କୌଣସି ପ୍ରେରଣାଦାୟୀ ସିନେମାଠାରୁ କମ୍ ନୁହେଁ। ଏକ ଗାଁର ଗରିବ ଘରେ ଜନ୍ମ ହୋଇଥିବା ୟାନ ରିଅଲ ଇଷ୍ଟେଟ୍ ଶିଳ୍ପରେ ବେଶ ସଫଳତା ହାସଲ କରିବା ସହ ଚୀନର ସବୁଠୁ ବଡ଼ ଧନୀ ହେବାର ସୌଭାଗ୍ୟ ପାଇଥିଲେ। ସେ ଚୀନରେ ବହୁ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବା ସହ ଫୁଟବଲ୍ କ୍ଲବ୍ ବି କିଣିଥିଲେ। ୟାନଙ୍କ ବ୍ୟବସାୟ ମଡେଲ ବେଶ ସରଳ ଥିଲା। ସେ ପ୍ରଥମେ ଜମି କିଣୁଥିଲେ। ମୁଳଦୁଆ ପକାଇବା ପୂର୍ବରୁ ଘର ବିକ୍ରି କରିଦେଉଥିଲେ ଓ ଗ୍ରାହକଙ୍କଠାରୁ ମିଳୁଥିବା ଟଙ୍କାରେ ଘର ତିଆରି ଆରମ୍ଭ କରୁଥିଲେ। ତାଙ୍କ କାରବାର ମୁଖ୍ୟତଃ ଋଣ ଉପରେ ତିଷ୍ଠି ଥିଲା। ଚୀନ ସରକାର ଋଣ ଉପରେ କଟକଣା ଳଗାଇବା ପରେ ତାଙ୍କ ସାମ୍ରାଜ୍ୟର ଖରାପ ବେଳା ଆରମ୍ଭ ହୋଇଥିଲା।
ଦିଲ୍ଲୀରେ ଦିନକରେ ୧୧୪ ଏଚ୧ଏନ୍୧ ମାମଲା: ସମୀକ୍ଷା ବୈଠକ ଡାକିଲେ ଜେପି ନଡ୍ଡା
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

57 minutes ago
1


