Political Journey: ମୋଦୀଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରାକୁ ବିଶ୍ୱନେତାଙ୍କ ପ୍ରଶଂସା

47 minutes ago 1
ARTICLE AD BOX

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ଭାବେ ୨୫ ବର୍ଷ ପୂରଣ କରିବା ଅବସରରେ ବିଭିନ୍ନ ଦେଶର ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ୨୦୦୧ରେ ଆରମ୍ଭ ହୋଇଥିବା ତାଙ୍କ ରାଜନୈତିକ ଯାତ୍ରା ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ଜାରି ରହିଛି। ଅକ୍ଟୋବର ୭ରେ ଏହି ୨୫ ବର୍ଷର ମାଇଲଖୁଣ୍ଟ ପୂରଣ ହୋଇଛି। ଏହି ଅବସରରେ ଜାପାନ, ଭୁଟାନ, ନାଇଜେରିଆ, ବେଲଜିୟମ ଓ ଡୋମିନିକା ସମେତ ବିଭିନ୍ନ ଦେଶର ନେତା ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭୁଟାନ ପ୍ରଧାନମନ୍ତ୍ରୀ ଶେରିଂ ତୋବଗେ ମୋଦୀଙ୍କ ନେତୃତ୍ୱକୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ସେ ମୋଦୀଙ୍କୁ ‘ବିଷ୍ଣୁଙ୍କ କଳ୍‌କି ଅବତାର’ ବୋଲି କହିଥିଲେ। ୨୦୧୯ ଜୁଲାଇ ୨୭ରେ ନୂଆଦିଲ୍ଲୀରେ ମୋଦୀଙ୍କ ସହ ତାଙ୍କ ପ୍ରଥମ ସାକ୍ଷାତକୁ ମନେ ପକାଇ ତୋବଗେ ତାଙ୍କୁ ବଡ଼ ଭାଇ ଭାବେ ଦେଖୁଥିବା କହିଛନ୍ତି। ମୋଦୀଙ୍କ ନେତୃତ୍ୱରେ ଭାରତର ବିକାଶର ପ୍ରଭାବ ଭୁଟାନ ସମେତ ପଡ଼ୋଶୀ ଦେଶ ଓ ଦକ୍ଷିଣ ବିଶ୍ୱ ଉପରେ ମଧ୍ୟ ପଡ଼ୁଥିବା ସେ କହିଛନ୍ତି।

ନାଇଜେରିଆ କହିଲା ‘ବିରଳ ସଫଳତା’

ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମଦ ଟିନୁବୁ ମୋଦୀଙ୍କ ୨୫ ବର୍ଷର ନେତୃତ୍ୱକୁ ‘ବିରଳ ସଫଳତା’ ବୋଲି ବର୍ଣ୍ଣନା କରିଛନ୍ତି। ମୋଦୀଙ୍କ ବିକାଶମୂଳକ ଦୃଷ୍ଟିକୋଣ ସହ ଭାରତର ଅର୍ଥନୈତିକ ବିକାଶ, ଭିତ୍ତିଭୂମି, ଡିଜିଟାଲ୍‌ ବ୍ୟବସ୍ଥା ଓ ନବସୃଜନକୁ ସେ ପ୍ରଶଂସା କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ମୋଦୀଙ୍କ ଦୀର୍ଘ ରାଜନୈତିକ ନେତୃତ୍ୱକୁ ପ୍ରଶଂସା କରି ଭାରତର ବିକାଶ ଓ ବିଶ୍ୱସ୍ତରରେ ଦେଶର ସ୍ଥିତି ମଜବୁତ କରିବାରେ ତାଙ୍କ ଅବଦାନକୁ ଉଲ୍ଲେଖ କରିଛନ୍ତି। ଭାରତ-ଜାପାନ ‘ସ୍ପେସାଲ୍‌ ଷ୍ଟ୍ରାଟେଜିକ୍‌ ଆଣ୍ଡ୍ ଗ୍ଲୋବାଲ୍‌ ପାର୍ଟନରସିପ୍‌’କୁ ଆହୁରି ମଜବୁତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ମଧ୍ୟ ମୋଦୀଙ୍କୁ ୨୫ ବର୍ଷର ନିରନ୍ତର ସରକାରୀ ନେତୃତ୍ୱ ପାଇଁ ଅଭିନନ୍ଦନ ଜଣାଇ ଭାରତ-ବେଲଜିୟମ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଶା ପ୍ରକାଶ କରିଛନ୍ତି। ଡୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍‌ ମୋଦୀଙ୍କୁ ‘ପ୍ରିୟ ବନ୍ଧୁ’ ବୋଲି ସମ୍ବୋଧନ କରି ତାଙ୍କ ଦୀର୍ଘ ସେବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Fraud ID: ବାଂଲାଦେଶୀ ପତ୍ନୀଙ୍କୁ ଭାରତରେ ପ୍ରବେଶ ମନା, ଇମିଗ୍ରେସନ୍‌ ନିଷ୍ପତ୍ତି କାଏମ ରଖିଲେ କଲିକତା ହାଇକୋର୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.