OTT: ଓଟିଟିରେ ମାଗଣାରେ ଷ୍ଟ୍ରିମ୍ ହେବ ‘ଆୱାରାପନ୍ ୨’: ପ୍ରାଇମ୍ ଭିଡିଓରେ ଆସନ୍ତା ୯ରୁ ଦେଖିପାରିବେ ଦର୍ଶକ

1 hour ago 1
ARTICLE AD BOX

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ହାଶମୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଆୱାରାପନ୍ ୨’ ବକ୍ସ ଅଫିସ୍‌ରେ ସଫଳତା ସାଉଁଟିବା ପରେ ଏବେ ଓଟିଟି (OTT) ପ୍ଲାଟଫର୍ମରେ ମାଗଣାରେ ଷ୍ଟ୍ରିମ୍ ହେବାକୁ ଯାଉଛି। ସିନେମାହଲରେ ଧମାକା କରିବା ପରେ ଆସନ୍ତା ଅକ୍ଟୋବର ୯ ତାରିଖରୁ ଏହି ଆକ୍ସନ୍-ଥ୍ରୀଲର୍ ଫିଲ୍ମଟି ଆମାଜନ୍ ପ୍ରାଇମ୍ ଭିଡିଓରେ ସମସ୍ତ ଷ୍ଟାଣ୍ଡାର୍ଡ ସବ୍‌ସ୍କ୍ରାଇବରଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।

ଆହୁରି ପଢନ୍ତୁ :Delhi Content Creator: ଚାକିରି ଛାଡ଼ି ସୋସିଆଲ ମିଡିଆକୁ ଆପଣାଇଲେ ଯୁବତୀ: ବଖାଣିଲେ ତାଙ୍କ ରୋଜଗାର

ନିତିନ୍ କାକ୍କଡ଼ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଗତ ଅଗଷ୍ଟ ୧୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହାପରେ ସେପ୍ଟେମ୍ବର ୨୫ରୁ ଏହା ପ୍ରାଇମ୍ ଭିଡିଓରେ କେବଳ ଭଡ଼ା ଭିତ୍ତିରେ ଉପଲବ୍ଧ ଥିଲା। ମାତ୍ର ଏବେ ସବ୍‌ସ୍କ୍ରାଇବରମାନେ କୌଣସି ଅତିରିକ୍ତ ଶୁଳ୍କ ନଦେଇ ନିଜ ଘରେ ବସି ଏହି ସୁପରହିଟ୍ ଫିଲ୍ମର ମଜା ନେଇପାରିବେ।

ଆହୁରି ପଢନ୍ତୁ :Name change: ବଦଳି ଯିବ ଓଡ଼ିଶାର ଏହି ପଡ଼ୋଶୀ ରାଜ୍ୟର ନାମ?

ବକ୍ସ ଅଫିସ୍‌ରେ ଜବରଦସ୍ତ କାରୋବାର
ମାତ୍ର ୪୫ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଫିଲ୍ମଟି ଭାରତୀୟ ବକ୍ସ ଅଫିସ୍‌ରେ ୧୫୬.୧୨ କୋଟି ଟଙ୍କାର ନେଟ୍ ଆଦାୟ କରି ସୁପର-ଡୁପର ହିଟ୍ ସାବ୍ୟସ୍ତ ହୋଇଛି। ପ୍ରାୟ ୨୪୭% ରିଟର୍ଣ୍ଣ ଅନ୍ ଇନଭେଷ୍ଟମେଣ୍ଟ (ROI) ସହ ଏହା ଏହି ବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଶ୍ରେଷ୍ଠ ୧୦ଟି ଫିଲ୍ମ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି।

ଆହୁରି ପଢନ୍ତୁ :Table Tennis: ଚାଇନା ସ୍ମାସ୍‌: କ୍ବାର୍ଟରରେ ମାନବ-ମନୁଷ

୨୦୦୭ର ଚର୍ଚ୍ଚିତ ଫିଲ୍ମ ‘ଆୱାରାପନ୍’ର ଏହି ସିକ୍ୱେଲ୍‌ରେ ଇମ୍ରାନ୍ ହାଶମୀ ପୁଣିଥରେ ନିଜର ପ୍ରିୟ ଚରିତ୍ର ‘ଶିବ ପଣ୍ଡିତ’ ଭୂମିକାରେ ଫେରିଛନ୍ତି। ତାଙ୍କ ସହ ମୁଖ୍ୟ ଭୂମିକାରେ ଦିଶା ପାଟନୀ, ଶବାନା ଆଜମୀ ଏବଂ ପୂରନ୍ ଗବ୍ବୀ ନଜର ଆସିଛନ୍ତି। ବିଲାଲ୍ ସିଦ୍ଦିକୀ ଓ ସଞ୍ଜୟ ମାସୁମ୍ ଏହାର ସ୍କ୍ରିପ୍ଟ ଲେଖିଥିବା ବେଳେ ମିଥୁନ୍, ଅମାଲ ମଲ୍ଲିକ, ଜୀତ୍ ଗାଙ୍ଗୁଲୀ, ଅଖିଲ ସଚଦେବା ଏବଂ ୱାସିଫ୍ ଅହମ୍ମଦଙ୍କ ପରି ସଙ୍ଗୀତ ନିର୍ଦ୍ଦେଶକମାନେ ଏଥିରେ ଗୀତ ପ୍ରସ୍ତୁତ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.