ARTICLE AD BOX
କୋଲକାତା: ଜାଲିଆତି ଉପାୟରେ ଭାରତୀୟ ପରିଚୟପତ୍ର ହାସଲ କରିଥିବାରୁ ଜଣେ ଭାରତୀୟ ନାଗରିକଙ୍କ ବାଂଲାଦେଶୀ ପତ୍ନୀଙ୍କୁ ଭାରତ ପ୍ରବେଶ ଅନୁମତି ନ ଦେବା ନିଷ୍ପତ୍ତିକୁ କଲିକତା ହାଇକୋର୍ଟ ବୁଧବାର କାଏମ ରଖିଛନ୍ତି। ଜଷ୍ଟିସ୍ କୃଷ୍ଣ ରାଓ ଭାରତୀୟ ନାଗରିକ ପ୍ରଦୀପ ବୋଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତାଙ୍କ ବାଂଲାଦେଶୀ ପତ୍ନୀ ଶ୍ରାବନ୍ତୀ ଚୌଧୁରୀ ଓ ନାବାଳକ ପୁଅଙ୍କୁ ଭାରତ ପ୍ରବେଶ ଅନୁମତି ଦେବାକୁ ସେ ଆବେଦନ କରିଥିଲେ।
ପ୍ରବେଶ ଅନୁମତି ଦିଆଯାଇ ନଥିଲା
ପ୍ରଦୀପ ସେପ୍ଟେମ୍ବର ୫ରେ ଇମିଗ୍ରେସନ୍ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଆବେଦନ କରିଥିଲେ। ତାଙ୍କ ଓକିଲ କୋର୍ଟରେ ଯୁକ୍ତି ଦେଇଥିଲେ ଯେ ଶ୍ରାବନ୍ତୀଙ୍କୁ ଭାରତ ପ୍ରବେଶରୁ ରୋକାଯାଇଥିଲେ ମଧ୍ୟ ଏହାର କାରଣ ତାଙ୍କୁ ଜଣାଯାଇନଥିଲା। ଏହାସହ ପ୍ରବେଶ ଅନୁମତି ପାଇଁ ଦିଆଯାଇଥିବା ଆବେଦନ ଉପରେ ମଧ୍ୟ ବିଚାର କରାଯାଇ ନଥିବା ସେ ଦର୍ଶାଇଥିଲେ। କୋର୍ଟରେ ଦାଖଲ ହୋଇଥିବା ବିଦେଶୀ ପଞ୍ଜୀକରଣ କାର୍ଯ୍ୟାଳୟ (ଏଫ୍ଆର୍ଓ) ରିପୋର୍ଟ ଅନୁସାରେ, ଶ୍ରାବନ୍ତୀ ଜଣେ ବାଂଲାଦେଶୀ ନାଗରିକ। ତାଙ୍କ ପାସ୍ପୋର୍ଟର ବୈଧତା ୭ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ ରହିଛି। ତେବେ ବାଂଲାଦେଶୀ ନାଗରିକ ହୋଇଥିଲେ ମଧ୍ୟ ସେ ଜାଲିଆତି ଉପାୟରେ ଭାରତୀୟ ଭୋଟର କାର୍ଡ ଓ ପାନ୍ କାର୍ଡ ହାସଲ କରିଥିବା କର୍ତ୍ତୃପକ୍ଷ କୋର୍ଟଙ୍କୁ ଜଣାଇଥିଲେ। ଏହି କାରଣରୁ ତାଙ୍କୁ ଭାରତ ପ୍ରବେଶ ଅନୁମତି ଦିଆଯାଇ ନଥିଲା।
Rahul Gandhi: ରାହୁଲ ଗାନ୍ଧୀ କେତେ ସମ୍ପତ୍ତିର ମାଲିକ, କେଉଁଠୁ ହୁଏ ତାଙ୍କର ଆୟ?
ବିବାହ ପରେ ଶ୍ରାବନ୍ତୀ ଭାରତୀୟ ନାଗରିକଙ୍କ ପତ୍ନୀ ଭାବେ ମଲ୍ଟିପଲ୍-ଏଣ୍ଟ୍ରି ଏକ୍ସ-୧ ଭିସାରେ ଭାରତ ଆସୁଥିଲେ। ତାଙ୍କ ଶେଷ ଭିସା ୨୫ ସେପ୍ଟେମ୍ବର ୨୦୨୫ରେ ଜାରି ହୋଇଥିଲା ଏବଂ ଏହା ୨୪ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବୈଧ ଥିଲା। ଏପ୍ରିଲ ୨୦୨୬ରେ ସେ ବାଂଲାଦେଶ ଯାଇଥିଲେ। ଅଗଷ୍ଟ ୨୩ରେ ଭାରତ ଫେରିବା ବେଳେ ତାଙ୍କୁ ପ୍ରବେଶ ଅନୁମତି ମିଳିନଥିଲା। ସରକାରୀ ପକ୍ଷର ଓକିଲ କହିଥିଲେ ଯେ ୨୦୨୫ର ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ଆଇନର ବ୍ୟବସ୍ଥା ଅନୁସାରେ ଜଣେ ବିଦେଶୀ ନାଗରିକଙ୍କ ଭାରତ ପ୍ରବେଶକୁ ସୀମିତ କରାଯାଇପାରେ। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଜଷ୍ଟିସ୍ କୃଷ୍ଣ ରାଓ ଇମିଗ୍ରେସନ୍ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଠିକ୍ ଥିବା ଦର୍ଶାଇ ପ୍ରଦୀପଙ୍କ ଆବେଦନ ଖାରଜ କରିଦେଇଛନ୍ତି।

1 hour ago
1


