ARTICLE AD BOX
ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାନୁଷ୍ଠାନଗୁଡ଼ିକରେ ରାସାୟନିକ ଦୁର୍ଘଟଣାର ପ୍ରତିରୋଧ ପ୍ରସ୍ତୁତି, ତ୍ୱରିତ ମୁକାବିଲା ଓ ଦୁର୍ଘଟଣା ପରବର୍ତ୍ତୀ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ନେଇ ଲୋକସେବା ଭବନଠାରେ ରାଜ୍ୟ ସଙ୍କଟ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା କରିଥିଲେ।
ଖଣି, ଶିଳ୍ପ ଦୁର୍ଘଟଣା ରୋକିବ ଏଆଇ: ଉତ୍ପାଦନ ବଢ଼ାଇବ, ଶକ୍ତି ବ୍ୟବହାର କମାଇବ
ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ ଶିଳ୍ପ ବିକାଶ ସହିତ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମାନ ଗୁରୁତ୍ୱ ରହିଛି। ସମ୍ଭାବ୍ୟ ବିପଦକୁ ପୂର୍ବରୁ ଚିହ୍ନଟ କରି ଜିଲ୍ଲା ଓ ସ୍ଥାନୀୟସ୍ତରରେ ଜରୁରୀକାଳୀନ ଯୋଜନା, ନିୟମିତ ମକ୍ ଡ୍ରିଲ୍, ସୁରକ୍ଷା ଅଡିଟ୍ ଓ ତଥ୍ୟଭିତ୍ତିକ ଆକଳନକୁ ଅଧିକ ପ୍ରଭାବଶାଳୀ କରାଯିବା ଆବଶ୍ୟକ ।
ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ବିଭାଗୀୟ ଓ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ଏକ ସମନ୍ୱିତ ବ୍ୟବସ୍ଥା ଅଧୀନରେ ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ ।
Earth Again Conference 2026: ଭୁବନେଶ୍ୱରରେ ବଡ଼ ବଡ଼ ଶିଳ୍ପ ନଥିଲେ ମଧ୍ୟ ନଦୀ- ନାଳ ପ୍ରଦୂଷିତ ହେଉଛି’
ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ ରାସାୟନିକ ଦୁର୍ଘଟଣା ସମୟରେ ତ୍ୱରିତ ପ୍ରତିକ୍ରିୟା ପାଇଁ ପ୍ରଶିକ୍ଷିତ ମାନବ ସମ୍ବଳ, ଆବଶ୍ୟକ ଉପକରଣ ଓ ବିଶେଷ ଜରୁରୀକାଳୀନ ଯାନର ଉପଲବ୍ଧତା ଉପରେ ଜୋର ଦେଇଥିଲେ । ସମ୍ପୃକ୍ତ ସମସ୍ତ ବିଭାଗ ଓ ସଂସ୍ଥାଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେଇ ଏଥିପାଇଁ ରହିଥିବା ମାର୍ଗଦର୍ଶିକାର ଅନୁପାଳନ ଓ ପରାମର୍ଶ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Unemployment: ଶିଳ୍ପ ଯେଉଁଠି, ବେକାରି ସେଇଠି: ଯାଜପୁରରେ ବେକାରି ହାର ସର୍ବାଧିକ, କେନ୍ଦୁଝରରେ ସର୍ବନିମ୍ନ
ବୈଠକରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସଚିବ, ଶ୍ରମ ଆୟୁକ୍ତ, ଓଡ଼ିଶା ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

51 minutes ago
1


