Rayagada malaria death: ମ୍ୟାଲେରିଆରେ ଭଉଣୀ ମୃତ, ଭାଇ ଆକ୍ରାନ୍ତ!

1 hour ago 2
ARTICLE AD BOX

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ଜିଲ୍ଲା ସଦର ମହକୁମା ଜେମାଦେଇପେଣ୍ଠ ପଞ୍ଚାୟତରେ ଥିବା ବଡରାଇସିଂ ଆଶ୍ରମ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ସାନଭାଇ ଗୁରୁତ୍ତର ରହିଥିବା ସୂଚନାରୁ ଜଣାପଡିଛି। ମୃତକ ଜଣଙ୍କ ହେଲେ ଆଶ୍ରମ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଖୁସି କିଲାକା। 

ସୂଚନାରୁ ଜଣାପଡିଛି ୧୦ଦିନର ଛୁଟି ପରେ ଉଭୟ ଭାଇ-ଭଉଣୀ ବିଦ୍ୟାଳୟକୁ ଆସିଥିଲେ। କିନ୍ତୁ ଜ୍ୱରରେ ଆକ୍ରାନ୍ତ ହେବାରୁ ଖୁସିକୁ ପ୍ରଥମେ ଜମାଦେଇପେଣ୍ଠସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ରକ୍ତ ପରୀକ୍ଷା ପରେ ଖୁସି ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଜଣାପଡିଥିଲ ଏବଂ ତୁରନ୍ତ ତାଙ୍କୁ ମ୍ୟାଲେରଆ ଔଷଧ ପ୍ରଦାନ କରାଯାଇଥିଲା। 

ଖୁସିକୁ ଗତକାଲି ଦ୍ବତୀୟ ଡୋଜ ମଧ୍ୟ ଦିଆଯାଇଥିଲା। କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତ୍ରୀରେ ଖୁସି ମୃତ୍ୟୁବରଣ କରିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ମୃତ୍ୟୁବରଣ କରିଥିବା ଖୁସିର ଭାଇ ସେବାଶ୍ରମ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରେ ପାଠ ପଢୁଥିବା ତରୁନ କିଲାକା ମଧ୍ୟ ବିଦ୍ୟାଳୟରେ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ବିଦ୍ୟାଳୟ କର୍ତୃପକ୍ଷ ତାଙ୍କୁ  ଜମାଦେଇପେଣ୍ଠ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ତରୁନର ମଧ୍ୟ ମ୍ୟାଲେରିଆ ପଜିଟିଭ ଆସିଥିବା ଜଣାପଡ଼ିଛି। 

Malaria: ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି: ପିଏଫ୍‌ ସଂକ୍ରମଣ ଚିନ୍ତା ବଢ଼ାଉଛି

ସ୍ବାସ୍ଥ୍ୟବସ୍ଥା ଗୁରୁତ୍ତର ରହିଥିବାରୁ ଆଜି ସନ୍ଧ୍ୟାରେ ତରୁନକୁ ଡିଏଚଏଚ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଦୁର୍ଗାପାଡୁ ପଞ୍ଚାୟତ ପାଲମ୍ ତୁଲସୀର ବାବୁଲା କିଲାକା ନିଜ ଶଶୁର ଘର ବୋର ହାଲୁଆ ପଞ୍ଚାୟତରେ ବେଣୀଆଡଙ୍ଗ ଗ୍ରାମରେ ରହି ନିଜର ପୁଅ ଝିଅ ଙ୍କୁ ବଡରାଇସିଂ ସେବାଶ୍ରମ ବିଦ୍ୟାଳୟରେ ପାଠ ପଢ଼ାଉଥିଲେ। ଖୁସିର ମୃତ୍ୟୁ ଖବର ଜଣାପଡିବା ପରେ ବିଦ୍ୟଳୟ ଏବଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମ୍ୟାଲେରିଆ ନିରାକରଣକୁ ନେଇ ସ୍ବାସ୍ଥ୍ୟ ବିଭାଗର ଦାବି ଏବେ ପଦାରେ ପଡିଛି। ଚଳିତ ବର୍ଷ ମ୍ୟାଲେରିଆ ଜନିତ ମୃତ୍ୟୁ ସଂଖ୍ୟା ଜିଲ୍ଲାରେ ବୃଦ୍ଧିପାଇବାରେ ଲାଗିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.