Elections: ଉତ୍ତରପ୍ରଦେଶ ନିର୍ବାଚନ : ଦିଲ୍ଲୀକୁ ୨୦୯ ପ୍ରାର୍ଥୀଙ୍କ ତାଲିକା ପଠାଇଲେ ଯୋଗୀ

1 hour ago 1
ARTICLE AD BOX

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଶିବିରରେ ଏବେଠାରୁ ରାଜନୈତିକ ତତ୍ପରତା ବଢ଼ିଛି। ପ୍ରାର୍ଥୀ ଚୟନରେ ବିଳମ୍ବ ନ ହେବା ଏବଂ ଟିକେଟ୍‌ ବଣ୍ଟନକୁ ନେଇ ଦଳ ଭିତରେ ଅସନ୍ତୋଷ ନ ବଢ଼ିବା ପାଇଁ ଦଳ ଆଗୁଆ ପଦକ୍ଷେପ ନେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୯ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ଅନୁମୋଦନ ପାଇଁ ଦିଲ୍ଲୀର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି। ଏଥିସହ ରାଜ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜୋର୍‌ ଧରିଛି।

ଆହୁରି ପଢନ୍ତୁ : Tamil Nadu: ୨୨ କୋଟି ଟଙ୍କାର ବ୍ୟାଙ୍କ୍‌ ଜାଲିଆତି ପରେ ତାମିଲନାଡ଼ୁ ସରକାରକୁ ବିଜେପିର ଟାର୍ଗେଟ୍‌

ରିପୋର୍ଟ ଅନୁସାରେ, ବିଭିନ୍ନ ବିଧାନସଭା କ୍ଷେତ୍ରରୁ ମିଳିଥିବା ତୃଣମୂଳସ୍ତରର ମତାମତ, ଆଭ୍ୟନ୍ତରୀଣ ସର୍ଭେ ଓ ସ୍ଥାନୀୟ ରାଜନୈତିକ ସମୀକରଣକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇଛି। ଯୋଗୀଙ୍କ ନିଜସ୍ୱ ମତାମତ ସଂଗ୍ରହ ବ୍ୟବସ୍ଥା ମାଧ୍ୟମରେ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଆକଳନ କରାଯାଇଥିବା କୁହାଯାଉଛି।

ଆହୁରି ପଢନ୍ତୁ : Clinton: କ୍ଲିଣ୍ଟନଙ୍କ ନଜର ଥିଲା ସୁନ୍ଦରୀ ମହିଳାଙ୍କ ଉପରେ: ସୋନିଆ

ପ୍ରାର୍ଥୀ ଚୟନ ବେଳେ ବର୍ତ୍ତମାନର ବିଧାୟକଙ୍କ ବିରୋଧରେ ଜନଅସନ୍ତୋଷ ରହିଛି କି ନାହିଁ, ନୂଆ ପ୍ରାର୍ଥୀଙ୍କ ଜନସମ୍ପର୍କ କିପରି, ସ୍ଥାନୀୟ ନେତା ଓ କର୍ମୀଙ୍କ ମତାମତ କ’ଣ, ଜାତିଗତ ସମୀକରଣ କିପରି ରହିଛି ଏବଂ ସମାଜବାଦୀ ପାର୍ଟି କାହାକୁ ପ୍ରାର୍ଥୀ କରିପାରେ, ସେସବୁ ଦିଗକୁ ବିଚାରକୁ ନିଆଯାଇଛି। ୨୦୨୪ ଲୋକସଭା ନିର୍ବାଚନ ଓ ୨୦୨୬ର ଏମ୍‌ଏଲ୍‌ସି ନିର୍ବାଚନରେ ଦଳର ଆଶାନୁରୂପ ପ୍ରଦର୍ଶନ ନ ହେବା ପଛରେ ପ୍ରାର୍ଥୀ ଚୟନରେ ବିଳମ୍ବ ଓ ରାଜ୍ୟ-କେନ୍ଦ୍ର ନେତୃତ୍ୱ ମଧ୍ୟରେ ସମନ୍ୱୟର ଅଭାବକୁ ଏକ କାରଣ ବୋଲି ଦର୍ଶାଯାଇଥିଲା। ଏଥର ସେଭଳି ପରିସ୍ଥିତି ଏଡ଼ାଇବାକୁ ଦଳ ଆଗୁଆ ତାଲିକା ପ୍ରସ୍ତୁତ କରୁଛି। ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ସରକାର ଗଠନ ପାଇଁ ୨୦୨ଟି ଆସନ ଆବଶ୍ୟକ। ତେବେ ପ୍ରାର୍ଥୀଙ୍କ ନାମ ଉପରେ ଚୂଡ଼ାନ୍ତ ମୋହର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ହିଁ ଲଗାଇବ। ଯୋଗୀ ପଠାଇଥିବା ତାଲିକା ଯାଞ୍ଚ କରିବା ସହ ନିଜସ୍ୱ ମତାମତ ନେବା ପରେ କେନ୍ଦ୍ରୀୟ ନେତାମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.