T​​apu Nayak Murder Case: ତପୁ ହତ୍ୟା ମାମଲା:  ଅଭିଯୁକ୍ତ ଚିତ୍ରସେନ ଘରୁ ମାଗାଜିନ ଭର୍ତ୍ତି ଗୁଳି ଓ ୪ ଦାମୀ କାର ଜବତ

58 minutes ago 1
ARTICLE AD BOX

ବାଲିଅନ୍ତା:  ଧଉଳି ଥାନା ଅଧୀନ ଶିଶୁପାଳ ଗଡ଼ ବଡ଼ଟାଙ୍ଗି ଅଞ୍ଚଳରେ ଗତ ୫ ତାରିଖରେ ସଂଗଠିତ ତପୁ ନାୟକଙ୍କ ହତ୍ୟା ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତ ଧରାପଡ଼ିଥିଲେ ମଧ୍ୟ ଚୋରା ବନ୍ଧୁକର କାରବାର ନେଇ ତଦନ୍ତ ଜାରି ରହିଛି। ଏହି ତଦନ୍ତରେ ପୁଲିସ ଆଉ ପାଦେ ଆଗକୁ ବଢ଼ିଛି। ଆଜି (ମଙ୍ଗଳବାର) ଧଉଳି ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କ ଘରୁ ମାଗାଜିନ୍‌ ଭର୍ତ୍ତି ଅଫୁଟା ଗୁଳି ଜବତ କରିଛି। ଏହା ପରେ ଘରେ ଥିବା ୪ଟି ଦାମୀ କାର୍‌କୁ ମଧ୍ୟ ଜବତ କରିଛି। 

Tapu Nayak Death Case: ଶିଶୁପାଳଗଡ଼ ତପୁ ନାୟକ ହତ୍ୟା ମାମଲାର ଫିଟିଲା ଗୁମର
 ୨ ଜଣ ଗିରଫ ଅଭିଯୁକ୍ତ ଚିତ୍ରସେନ ଗଜେନ୍ଦ୍ର ଏବଂ ଉମେଶ ପଟ୍ଟନାୟକଙ୍କୁ ଆଜି ଧଉଳି ଥାନା ପୁଲିସ ୨ ଦିନିଆ ରିମାଣ୍ଡରେ ଆଣି ପଚରା ଉଚରା କରିଥିଲା। ଉଭୟ ଅଭିଯୁକ୍ତଙ୍କୁ ନେଇ ହତ୍ୟାକାଣ୍ଡ ଘଟିଥିବା ସ୍ଥାନକୁ ନେଇ କ୍ରାଇମ ରିକ୍ରିଏସନ କରିଥିଲା l ଧଉଳି ପୁଲିସ ଅପରାହ୍ନରେ ଚିତ୍ରସେନଙ୍କ  ଘର ଛାନଭିନ ବେଳେ ମାଗାଜିନ ଭର୍ତ୍ତି ଗୁଳି ଜବତ କରିଛି l ସେହିପରି ପୁଲିସ ଉମେଶଙ୍କ କାର୍ଯ୍ୟାଳୟ  ବାସଭବନକୁ ନେଇ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି l 

Tapu Nayak Murder Case: ତପୁ ନାଏକ ହତ୍ୟାକାଣ୍ଡ ମାମଲା: ହେଲାନି ବନ୍ଧୁକ ବେପାରର ପର୍ଦ୍ଦାଫାସ
ଏହାପରେ ପୁଲିସ ଚିତ୍ରସେନ ବଡ଼ ଭାଇ ସାମା ଓରଫ ସୋମନାଥ ଗଜେନ୍ଦ୍ରଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି l ସାମା ନିକଟରେ ବନ୍ଧୁକ ଚାଲାଣ ସମ୍ପର୍କିତ ତଥ୍ୟ ଉଗାରିବାକୁ ପୁଲିସ ଚେଷ୍ଟା କରୁଛି। ଚିତ୍ରସେନଙ୍କ ବ୍ୟବହୃତ କରୁଥିବା ୪ଟି ଦାମୀ କାର ଫରଚ୍ୟୁନର, ସ୍କର୍ପିଓ, ହୋଣ୍ଡା ଡ଼ବ୍ଲୁଆରଭି, ଏମ ଜି ବ୍ୟାଟ୍ରି ଚାଳିତ ଜବତ ହୋଇଛି l ଏହିଗୁଡ଼ିକର ଆନୁମାନିକ ମୂଲ୍ୟ ପାଖାପାଖି ଅଢେଇ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି l  ସବୁ କାରର ରଙ୍ଗ କଳା ଏବଂ ଶେଷ ୪ ଅକ୍ଷର ପସନ୍ଦ ନମ୍ବର ୯୧୭୮ ରହିଛି l 

Murder Case: ବାଲିଅନ୍ତା ରିଙ୍କୁ ମାର୍ଥା ହତ୍ୟା ମାମଲା: ଅଭିଯୁକ୍ତ ବାପପୁଅ ଗିରଫ
ଗତ ୫ ତାରିଖ ରାତିରେ ନୂଆ ବନ୍ଧୁକ ସେଲିବ୍ରେସନ ବେଳେ ଗୁଳି ଫୁଟି ତପୁଙ୍କ ମୃତ୍ୟୁ ହୋଇଯାଇଥିଲା l ପୁଲିସ ଘଟଣା ପର ଦିନ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଉମେଶ ଏବଂ ଚିତ୍ରସେନକୁ ରିମାଣ୍ଡରେ ଆଣି ତଦନ୍ତ ଜାରି ରଖିଛି l

Read Entire Article
LEFT SIDEBAR AD

Hidden in mobile, Best for skyscrapers.